ଡ଼ିଏଭି ପବ୍ଲିକ୍ ସ୍କୁଲରେ ଶିଶୁ ଦିବସ ପାଳିତ

 ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ନୟାଗଡ଼ ଡ଼ି. ଏ. ଭି. ପବ୍ଲିକ୍ ସ୍କୁଲ୍ ପରିସରରେ ଶିଶୁ ଦିବସ ମହାଆଡମ୍ବରରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ବିଶିଷ୍ଟ ଶିକ୍ଷାବିତ୍ ଓମାର ମାଲିକ୍ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଶିଶୁ ଦିବସର ଶୁଭେଚ୍ଛା ଦେବା ସ‌ହ ନେହେରୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ବକ୍ତବ୍ୟ  ରଖଥିଲେ । ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ଓ ଶିକ୍ଷାବିତ୍ ଶ୍ରୀଯୁକ୍ତ ଅଶୋକ କୁମାର ନାୟକ ଯୋଗଦାନ କରି ଶିଶୁ ଦିବସର ମହତ୍ତ୍ଵ ଓ ଛାତ୍ର ଛାତ୍ରୀଙ୍କ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସରୋଜ କୁମାର ମିଶ୍ର ପିଲାମାନଙ୍କୁ ଶିଶୁଦିବସର ମହତ୍ତ୍ଵ ଓ ଗବେଷଣା ଓ ଅଭିଜ୍ଞତା କିପରି ପରିପୂରକ ତାହା ଉପରେ ତାଙ୍କର ବକ୍ତବ୍ୟ ରଖଥିଲେ । ଶିଶୁଉତ୍ସବ ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମର ସଂଯୋଜନା ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ମରଣିକା ଶତପଥୀ କରିଥିଲେ l

ଏହି ଉତ୍ସବ ପାଳନ ଅବସରରେ ଅଭିଭାବକ ମାନଙ୍କ ଦ୍ଵାରା ଏକ ଖାଦ୍ୟମେଳାର ଆୟୋଜନ କରାଯାଇଥିଲା ।  ୧୦ ଗୋଟି ଷ୍ଟଲ୍ ରେ ମା’ ଙ୍କ ହାତ ରନ୍ଧା ପିଠାପଣା ଓ ବିଭିନ୍ନ କିସମର ସୁସ୍ୱାଦୁ ଘରତିଆରି ପୁଷ୍ଟିକର ଖାଦ୍ୟର ଭରପୁର ମଜା ନେଇଥିଲେ |ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ, ଅଭିଭାବକ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ବିଦ୍ୟାଳୟର ଶିକ୍ଷକ ସରୋଜ କୁମ୍ଭାର ଧନ୍ୟବାଦ ଅର୍ପଣ କରିଥିଲେ |

Exit mobile version