Home ଓଡ଼ିଶା ରିଟେନର କମ୍ ରିମାଣ୍ଡ ଆଡଭୋକେଟ ନିଯୁକ୍ତ by Proprietor Abhimanyu Maharana 10 months ago Share on FacebookShare on TwitterWhatsapp କଟକ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଜୁଡ଼ିସିଆଲ ମାଜିଷ୍ଟ୍ରେଟ୍ ଫାଷ୍ଟ୍ ଟ୍ରାକ୍ କୋର୍ଟ (ଜେ, ଏମ, ଏଫ୍, ସି,), ନିଆଳିର ମାନ୍ୟବର ବିଚାରପତି ତଥା ଉକ୍ତ କୋର୍ଟ ଅଧିନସ୍ଥ ଆଇନ୍ ସେବା ସଂସ୍ଥା, ତାଲୁକ୍ ଲିଗାଲ ସର୍ଭିସେସ କମିଟି ( ଟି ଏଲ୍ ଏସ, ସି), ନିଆଳିର ମାନନୀୟ ଚେୟାରମ୍ୟାନ ଡକ୍ଟର ଶୁଭଶ୍ରୀ ମଲ୍ଲ ନିଆଳି କୋର୍ଟରେ କାର୍ଯ୍ୟରତ ଯୁବ ଆଇନଜୀବୀ ସେଖ ଅବଦୁଲ୍ ବାରିଙ୍କୁ ଉକ୍ତ ତାଲୁକ୍ ଲିଗାଲ ସର୍ଭିସେସ କମିଟି (ଟି, ଏଲ, ଏସ୍, ସି), ନିଆଳିର ରିଟେନର ତଥା ରିମାଣ୍ଡ ଆଡଭୋକେଟ ଭାବେ ସ୍ୱଳ୍ପ ଅବଧି ( ୩ ରୁ ୬ ମାସ) ପାଇଁ ନିଯୁକ୍ତି ପ୍ରଦାନ କରିଛନ୍ତି । ତାଳୁକ୍ ଲିଗାଲ ସର୍ଭିସେସ କମିଟି (ଟି,ଏଲ, ଏସ,ସି) ହେଉଛି ସମ୍ପୃକ୍ତ କୋର୍ଟ ଅଧିନସ୍ଥ ଏକ ମାଗଣା ଆଇନ ସେବା ସଂସ୍ଥା ଯେଉଁଥିରେ ଭାରତୀୟ ସମ୍ବିଧାନର ଧାରା ୩୯ (କ) ଅନ୍ତର୍ଭୁକ୍ତ ଆର୍ଥିକ ଅନଗ୍ରସର ବା ଅନ୍ୟ ଅକ୍ଷମ ନାଗରିକମାନଙ୍କ ପାଇଁ ମାଗଣା ବିଧିକ ଆଇନ ସହାୟତା ଦେବା ପାଇଁ ଆଇନଜୀବୀ ଅବଦୁଲ ବାରି କାର୍ଯ୍ୟ କରିବେ ଯଦ୍ବାରା ସମାଜର ସେବା ତଳସ୍ତରର ବ୍ୟକ୍ତିମାନେ ମଧ୍ୟ ଆଇନ ସେବା ପାଇପାରିବେ। ପ୍ରକାଶ ଥାଉ କି ଶ୍ରୀଯୁକ୍ତ ବାରି ଓଡିଶା ହାଇକୋର୍ଟ ବାର ଆସୋସିଏସନର ସକ୍ରିୟ ଆଜୀବନ ସଦସ୍ୟ ରହିବା ସହିତ ଆଜି ପର୍ଯ୍ୟନ୍ତ ସ୍ୱୋଚ୍ଛାକୃତ୍ ଭାବେ ୫୯ ଥର ରକ୍ତଦାନ କରିସାରିଛନ୍ତି । Categories: ଓଡ଼ିଶା, କଟକ, ହୋମ୍ Related Content ଖଡ଼ଗ ନଦୀରେ ଡଙ୍ଗା ବୁଡି ଭାସିଗଲେ ଶଶୁର ଓ ବୋହୁ : ନିଖୋଜ ଛଅ ଜଣ ଉଦ୍ଧାର by Proprietor Abhimanyu Maharana August 28, 2026 ନେପାଳ ପାଇଁ ପ୍ରାର୍ଥନା ମାନବିକତା ପାଇଁ ଏକ ବାଲୁକା ଆନିମେସନ by Proprietor Abhimanyu Maharana August 28, 2026 ବିକଶିତ ଭାରତ ଯୁବ ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ। ଯୁବ ଶକ୍ତି ର ଉନ୍ମେଷ ହିଁ ବିକଶିତ ଭାରତର ପରିଚୟ ହେବ : ସାଂସଦ ଡ ତରାଇ by Proprietor Abhimanyu Maharana August 28, 2026 ଜଟଣୀରେ ଇଦ୍-ଏ-ମିଲାଦ୍-ଉନ୍-ନବୀ' ଧୁମ ଧାମରେ ପାଳିତ by Proprietor Abhimanyu Maharana August 28, 2026 ନବୀନ ନିବାସ ରେ ରକ୍ଷାବନ୍ଧନ ପର୍ବ by Proprietor Abhimanyu Maharana August 28, 2026 ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ଏକ ପ୍ରଦର୍ଶନୀ ଫୁଟବଲ୍ ପ୍ରତିଯୋଗୀତା by Proprietor Abhimanyu Maharana August 27, 2026