Home ଓଡ଼ିଶା ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ by Proprietor Abhimanyu Maharana 10 months ago Share on FacebookShare on TwitterWhatsapp ଭାପୁର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ନୟାଗଡ଼ ଜିଲ୍ଲା ଭାପୁର ସଦର ମହକୁମାସ୍ଥିତ ମହୋତ୍ସବ ପଡ଼ିଆରେ ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛିv। ମେଳାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଏବଂ ଅନ୍ୟାନ୍ୟ ବିଭାଗୀୟ କାର୍ଯ୍ୟକ୍ରମର ପ୍ରଦର୍ଶନୀ, ଚାଷୀ ବିଶେଷଜ୍ଞମାନଙ୍କ ଦ୍ୱାରା ଆଲୋଚନା ଚକ୍ର, ସେଚେତନତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିସହ ଭାପୁର ବ୍ଲକର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ସମ୍ବଦ୍ଧରେ ଆଲୋଚନା କରାଯିବା ସହ ସଫଳ ଚାଷୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଆୟୋଜିତ ମେଳାରେ ମୁଖ୍ୟ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ଇଂ. ଦୁଷ୍ମନ୍ତ କୁମାର ସ୍ୱାଇଁ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ୧୯ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ କୁମାର ସାହୁ, ସାଂସଦଙ୍କ ଜିଲ୍ଲା ପ୍ରତିନିଧି ଗୟାଧର ପରିଡ଼ା ଓ ବ୍ଲକ ପ୍ରତିନିଧି ତୋଫାନ କୁମାର ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାରଦା ପ୍ରସନ୍ନ ପଣ୍ଡା, ତହସିଲଦାର ଲୋପାମୁଦ୍ରା ରଥ, କୃଷି ବିଜ୍ଞାନ କେନ୍ଦ୍ର ନୟାଗଡ ମୁଖ୍ୟ ବୈଜ୍ଞାନିକ ଡା ଅନିଲ କୁମାର ସ୍ବାଇଁ, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ରମେଶ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲା ମତ୍ସ୍ୟ ଚାଷ ଅଧିକାରୀ ସଂଚିତା କର, ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ବିଭୁ ପ୍ରସାଦ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ। କୃଷି ବିଭାଗ, ଉଦ୍ୟାନ ବିଭାଗ, ମିଲେଟ୍ ମିଶନ ପକ୍ଷରୁ ବିଭିନ୍ନ ଷ୍ଟଲ ଖୋଲାଯାଇ ଚାଷ ସମ୍ପର୍କରେ ଉପସ୍ଥିତ ଥିବା ଜନ ସାଧାରଣ ମାନଙ୍କୁ ସଚେତନତା କରାଯାଇଥିଲା। ଶେଷରେ ଭାପୁର ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଶ୍ରୀ ଶତପଥୀଙ୍କ ଦ୍ଵାରା ଲିଖିତ ଜୀବନ, ଜୀବିକା ସମ୍ବନ୍ଧରେ ଏକ ଛୋଟ ନାଟକ ମାଧ୍ୟମରେ ଜନ ସାଧାରଣ ମାନଙ୍କୁ ସଚେତନତା କରାଯାଇଥିଲା। ଉକ୍ତ ମେଳା ମାଧ୍ୟମରେ ବ୍ଲକ ଅଞ୍ଚଳର ଜନ ସାଧାରଣ ମାନେ ସଚେତନ ହେବା ସହ ବିଭିନ୍ନ ଚାଷ ପ୍ରଣାଳୀ ସମ୍ବନ୍ଧରେ ଆଲୋକପାତ କରାଯାଇଥିଲା। ଉକ୍ତ ଉତ୍ସବରେ ଭାପୁର ଅଞ୍ଚଳର ହଜାରରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳା ଚାଷୀ ମାନେ ଯୋଗ ଦେଇଥିଲେ। ଏଥି ମଧ୍ୟରେ ମାଣ୍ଡିଆ ଚାଷ ଓ ତାହାର ଉପକାରିତା ବିଷୟରେ ଚାଷୀ ମାନଙ୍କୁ ସଚେତନ କରାଯାଇଥିଲା। Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ଖଡ଼ଗ ନଦୀରେ ଡଙ୍ଗା ବୁଡି ଭାସିଗଲେ ଶଶୁର ଓ ବୋହୁ : ନିଖୋଜ ଛଅ ଜଣ ଉଦ୍ଧାର by Proprietor Abhimanyu Maharana August 28, 2026 ନେପାଳ ପାଇଁ ପ୍ରାର୍ଥନା ମାନବିକତା ପାଇଁ ଏକ ବାଲୁକା ଆନିମେସନ by Proprietor Abhimanyu Maharana August 28, 2026 ବିକଶିତ ଭାରତ ଯୁବ ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ। ଯୁବ ଶକ୍ତି ର ଉନ୍ମେଷ ହିଁ ବିକଶିତ ଭାରତର ପରିଚୟ ହେବ : ସାଂସଦ ଡ ତରାଇ by Proprietor Abhimanyu Maharana August 28, 2026 ଜଟଣୀରେ ଇଦ୍-ଏ-ମିଲାଦ୍-ଉନ୍-ନବୀ' ଧୁମ ଧାମରେ ପାଳିତ by Proprietor Abhimanyu Maharana August 28, 2026 ନବୀନ ନିବାସ ରେ ରକ୍ଷାବନ୍ଧନ ପର୍ବ by Proprietor Abhimanyu Maharana August 28, 2026 ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ଏକ ପ୍ରଦର୍ଶନୀ ଫୁଟବଲ୍ ପ୍ରତିଯୋଗୀତା by Proprietor Abhimanyu Maharana August 27, 2026