ଡିଜିଟାଲ୍ ଜୀବନ ପ୍ରମାଣପତ୍ର ଏବଂ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଦ୍ୱାରା ମେଗା ଶିବିର ଆୟୋଜନ

ଡିଜିଟାଲ୍ ଜୀବନ ପ୍ରମାଣପତ୍ର ଏବଂ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଦ୍ୱାରା ମେଗା ଶିବିର ଆୟୋଜନ । ରେଳବାଇ ପେନସନ ଭୋଗୀ ଏବଂ ପରିବାର ପେନସନ ଭୋଗୀ ମାନଙ୍କୁ ଡିଜିଟାଲ୍ ଜୀବନ ପ୍ରମାଣପତ୍ରର ଅସୁବିଧାମୁକ୍ତ ଦାଖଲ ପାଇଁ ସୁବିଧା ପ୍ରଦାନ କରିବା କ୍ଷେତ୍ରରେ ପଦକ୍ଷେପI

ଖୋର୍ଦ୍ଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର) :- ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ଦ୍ୱାରା ରେଳବାଇ ପେନସନ ଭୋଗୀ ଏବଂ ପରିବାର ପେନସନ ଭୋଗୀ ମାନଙ୍କ ଦ୍ୱାରା ଡିଜିଟାଲ୍ ଜୀବନ ପ୍ରମାଣପତ୍ର (ଡି ଏଲ ସି)ର ସୁଗମ ଏବଂ ସୁବିଧା ଜନକ ଭାବରେ ଦାଖଲ କରିବା ପାଇଁ ଖୋର୍ଦ୍ଧା ରୋଡ୍ ଠାରେ ଡିଜିଟାଲ୍ ଜୀବନ ପ୍ରମାଣପତ୍ର ଦାଖଲ ଏବଂ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ମେଗା ଶିବିର ଆୟୋଜନ କରିଛି ।

ଅବସରପ୍ରାପ୍ତ ରେଳ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟ ମାନେ ବିନା ଅସୁବିଧାରେ ସେମାନଙ୍କର ଡିଜିଟାଲ୍ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ ଏବଂ ନିରନ୍ତର ପେନସନ ଲାଭ ପାଇପାରିବେ ତାହା ନିଶ୍ଚିତ କରିବା ପାଇଁ ଏହି ପଦକ୍ଷେପ ଦେଶବ୍ୟାପୀ ଅଭିଯାନର ଏକ ଅଂଶ । ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ଅଧୀନରେ ବିଭିନ୍ନ ସ୍ଥାନରେ ରହୁଥିବା ପେନସନ ଭୋଗୀଙ୍କ ପାଇଁ ବ୍ୟାପକ ଅଂଶଗ୍ରହଣ ଏବଂ ସୁବିଧା ସୁନିଶ୍ଚିତ କରିବା ପାଇଁ, ନିମ୍ନ ଲିଖିତ ସ୍ଥାନ ଏବଂ ତାରିଖ ଉଲ୍ଲେଖ କରାଯାଈଛି ।

ଭୁବନେଶ୍ୱର (ଷ୍ଟେସନ)୧୫ ନଭେମ୍ବର ୨୦୨୫ ରେ, କଟକ ରେଲୱେ ଇନଷ୍ଟିଚ୍ୟୁଟ୍ ଠାରେ ୧୭ ନଭେମ୍ବର ୨୦୨୫ ରେ, କେନ୍ଦୁଝରଗଡ଼ ରେଲୱେ ଷ୍ଟେସନ ୧୯ ନଭେମ୍ବର ୨୦୨୫ ରେ, ଅନୁଗୁଳ (ଇଲେକ୍ଟ୍ରିକ୍ ଲୋକୋ ସେଡ୍ ମିଟିଂ ହଲ୍) ୨୦ ନଭେମ୍ବର ୨୦୨୫ ରେ, ତାଳଚେର ରେଲୱେ ଷ୍ଟେସନ ୨୪ ନଭେମ୍ବର ୨୦୨୫ ରେ, ଭଦ୍ରକ ରେଲୱେ ଷ୍ଟେସନ ୨୭ ନଭେମ୍ବର ୨୦୨୫ ରେ ଏବଂ ପାରାଦୀପ (ଏରିଆ ମ୍ୟାନେଜରଙ୍କ ଅଫିସ) ୨୮ ନଭେମ୍ବର ୨୦୨୫ ରେ ଏହି ସମାନ ଶିବିର ଆୟୋଜନ କରାଯିବାର ସ୍ଥିର କରାଯାଇଛି ।

ପେନସନ ଭୋଗୀ ଏବଂ ପରିବାର ପେନସନ ଭୋଗୀ ମାନଙ୍କୁ ସେମାନଙ୍କର ଡିଜିଟାଲ୍ ଜୀବନ ପ୍ରମାଣପତ୍ର ସୁଗମ ଭାବରେ ଦାଖଲ କରିବା ପାଇଁ ନିକଟତମ ସ୍ଥାନରେ ଆୟୋଜନ କରାଯାଉଥିବା ଶିବିରରେ ଯୋଗଦେବାକୁ କୁହାଯାଇଅଛି । ଯାଞ୍ଚ ଏବଂ ପ୍ରକ୍ରିୟା କରଣ ପାଇଁ ସେମାନଙ୍କୁ ସେମାନଙ୍କର ଆଧାର କାର୍ଡ, ପିପିଓ ନମ୍ବର, ପେନସନ ଆକାଉଣ୍ଟ ନମ୍ବର ଏବଂ ପଞ୍ଜିକୃତ ମୋବାଇଲ୍ ନମ୍ବର (ଆଧାର ସହିତ ଲିଙ୍କ୍) ଆଣିବାକୁ ପରାମର୍ଶ ଦିଆଯାଇଛି ।

ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ସମସ୍ତ ପେନସନ ଭୋଗୀ ଏବଂ ପରିବାର ପେନସନ ଭୋଗୀ ମାନଙ୍କୁ ଅନୁରୋଧ କରୁଛି ଯେ ସେମାନେ ସେମାନଙ୍କର ଡିଜିଟାଲ୍ ଜୀବନ ପ୍ରମାଣପତ୍ର ସମୟସୀମାରେ ଦାଖଲ କରିବା ପାଇଁ ଏହି ଶିବିର ଗୁଡ଼ିକର ସୁବିଧା ନେବା ସହ ସୁଗମ ପେନସନ ପ୍ରାପ୍ୟ ଏବଂ ଅବସର ପରବର୍ତ୍ତୀ ସୁବିଧା ଉପଲବ୍ଧ ସୁନିଶ୍ଚିତ କରେଇ ନିୟନ୍ତୁ ।

Exit mobile version