ସଫଳ ମତ୍ସ୍ୟ ଓ ପ୍ରାଣୀ ଚାଷୀଙ୍କୁ ସମ୍ବର୍ଦ୍ଧିତ
ଚାଷୀଙ୍କୁ ସଶକ୍ତ ହେଲେ ହିଁ ଭାରତର ବିକାଶ ସମ୍ଭବ – ବିଧାୟକ ଶ୍ରୀ ବାଗ
କଣ୍ଡାବାଞ୍ଜି (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର) କଣ୍ଡାବାଞ୍ଜି :- ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୫ ତୁରେକେଲା ସରକାରୀ ହାଇସ୍କୁଲ ଖେଲ ପଡିଆରେ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମେଳାରେ ମତ୍ସ୍ୟ,ପ୍ରାଣୀ ସମ୍ପଦ ଓ ଅନ୍ୟାନ୍ୟ ବିଭାଗୀୟ କାର୍ଯ୍ୟକ୍ରମର ପ୍ରଦର୍ଶନୀ,ଚାଷୀ ବିଶେଷଜ୍ଞ ଆଲୋଚନା ,ସଚେତନତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ମେଳାରେ କଣ୍ଡାବାଞ୍ଜି ବିଧାୟକ ଶ୍ରୀ ଲକ୍ଷ୍ମଣ ବାଗ ମୂଖ୍ୟ ଅତିଥୀଭାବେ ଯୋଗ ଦେଇ ମେଳାକୁ ଉଦ୍ଘାଟନ କରିଥିଲେ । ଉଦ୍ଘାଟନ ପରେ ପ୍ରଦର୍ଶନୀରେ ଥିବା ଗୋରୁ ମାତାଙ୍କୁ ପୂଜା ଅର୍ଚ୍ଚନା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ।
