ପଦ୍ମପୁର ଉପଖଣ୍ଡ ;ବିଭିନ୍ନ ଗ୍ରାମ ପଞ୍ଚାୟତରେ ଧାନ ଚାଷରେ ଏବେ ଅଜଣା ରୋଗର ଆତଙ୍କ ।


ଓଡ଼ିଶା ତାଜା ନ୍ୟୁଜ (୧୬ ସେପ୍ଟେମ୍ବର ବୁଧବାର) ପଦ୍ମପୁର :- କରୋନା ମହାମାରି ସାରା ବିଶ୍ବରେ ତାର କାୟା ବିସ୍ତାର କରିବାରେ ଲାଗିଛି । କରୋନା ସମୟରେ ଚାଷ କାର୍ଯ୍ୟରେ କଟକଣା କୋହଲ ହେବା ପରେ ଚାଷୀ ଖୁସିରେ ଚାଷ କାର୍ଯ୍ୟରେ ଲାଗିପଡ଼ିଥିଲା । ହେଲେ ବର୍ତ୍ତମାନ ଧାନ ଚାଷରେ ରୋଗପୋକ ଆକ୍ରାନ ଚାଷୀର ମୁଣ୍ଡ ବିନ୍ଧାରକାରଣ ହେଲାଣି ପଦ୍ମପୁର ଉପଖଣ୍ଡ ଚାଷୀର । ପଦ୍ମପୁର ଉପଖଣ୍ଡ ବିଭିନ୍ନ ଗ୍ରାମ ପଞ୍ଚାୟତରେ ଧାନ ଚାଷରେ ଏବେ ଅଜଣା ରୋଗର ଆତଙ୍କ । ରୋଗପୋକ କାରଣରୁ ଶହଶହ ଏକର ଧାନ ଚାଷ ନଷ୍ଟ ହେବାରେ ଲାଗିଲାଣି । ଧାନ ଗଛରେ ରୋଗ ପୋକ ଆକ୍ରମଣ ଯୋଗୁଁ ଧାନ ଗଛ ବଢିପାରୁ ନାହିଁ । ବର୍ତ୍ତମାନ ସମୟରେ ଅନ୍ୟ ବର୍ଷରେ ଧାନ ଗଛରେ ଧାନରେ ଫଲହୁଏ ହେଲେ ଚଲିତ ବର୍ଷ ରୋଗପୋକ ଯୋଗୁଁ ଧାନ ଗଛ ବଢ଼ି ପାରୁ ନାହିଁ ଯାହାକି ଚିନ୍ତାର କାରଣ ହୋଇଛି ।

ପତ୍ର ଗୁଡ଼ିକ ପ୍ରଥମେ ଲାଲ ହେବାରେ ଲାଗୁଛି ଏବଂ ପରେ ତାହା ପଚି ସଢ଼ି ନଷ୍ଠ ହୋଇଯାଉଛି । ସାଧାରଣତଃ ରାଷୀ ମାନେ ଏହି ରୋଗକୁ ଗଣ୍ଡିପୋକ ତଥା ପତ୍ରପୋଡା ରୋଗ ବୋଲି ଥାନ୍ତି । କୃଷି ବିଭାଗ ଅଧିକାରୀ ମାନେ ମଧ୍ୟ ରୋଗିଙକୁ ଚିହ୍ନିପାରୁନଥିବା ଅଭିଯୋଗ କରିଛନ୍ତି ଚାଷୀ । କରୋନା କଟକଣା ଯୋଗୁଁ ବହୁ ଦୁଃଖ କଷ୍ଟରେ ଚାଷା ବାଷ କରିଛନ୍ତି । ସମବାୟ ସମିତି କିମ୍ବା ବ୍ୟାଙ୍କରୁ ଋଣ ନେଇ ଚାଷ କରି ପରିବାର ପୋପଣ ଆଶା । ବର୍ତ୍ତମାନ ସମୟରେ ଧାନ ଚାଷ ଉପରେ ଯେଉଁପରି ରୋଗପୋକ ଆକ୍ରାନ୍ତ କରିଛନ୍ତି ପଦ୍ମପୁର ଅଞ୍ଚଳର ଚାଷୀ ରୋଗପୋକରୁ ଚାଷକୁ ରକ୍ଷା କରି କିପରି ଅମଳ କରିବ ସେ ନେଇ ଚିନ୍ତାରେ । ରୋଗପୋକ ବିଷୟରେ ଚାଷୀ ମାନେ ଅଭିଯୋଗ କରିବା ପରେ କୃଷି ବିଭାଗ ଅଧିକାରୀ ଧାନ ବିଲ ଗୁଡିକ ଦେଖି କିଟନାଶକ ବ୍ୟବହାର ପାଇଁ ପରାମର୍ଶ ଦେଉଛନ୍ତି ।

ଚାଷୀ କୃଷି ଅଧିକାରୀଙ୍କ ପରାମର୍ଶ ଅନୁସାରେ ବହୁ କଷ୍ଟରେ ଧାର କରଜ କରି ଚାଷୀ ଚଢା ଦରରେ ବଜାରରୁ କିଟନାଶକ ଔଷଧ କିଣି ଧାନରେ ପ୍ରୟୋଗ କରୁଛି । କିଟନାଶକ ଔଷଧ କୌଣସି ପ୍ରକାର କାମରେ ଆସୁନାହିଁ । କିଟନାଶକ ଔଷଧ ପ୍ରୟୋଗ ପରେ ମଧ୍ୟ ରୋଗପୋକ ବଢ଼ିବାରେ ଲାଗିଛି ଏବଂ ଚାଷ ନଷ୍ଟ ହେଉଛି । ଚାଷୀଙ୍କ କୀଟନାଶକ କିଣିବା ଦ୍ଵାରା କେବଲ କିଟନାଶକ ଔଷଧ ଦୋକାନୀ ମାଲେମାଲ ହେଉଛନ୍ତି ଏବଂ ଚାଷୀ କେବଲ ଖର୍ଚ୍ଚାନ୍ତ ହେଉଛନ୍ତି । ଏ ବିଷୟରେ ପଦ୍ମପୁର ଉପଜିଲ୍ଲାପାଲଙ୍କୁ ପଚରା ଯିବାରୁ ଅଜଣା ରୋଗ ବିଷୟରେ କୃଷି ବିଭାଗ ତଦନ୍ତ କରିବେ ଓ ଚାଷୀ ମାନେ କିପରି ସରକାରଙ୍କ ଦ୍ଵାରା ପ୍ରଦତ୍ତ କିଟଚାଶକ ପାଇପାରିବେ ସେ ବିଷୟରେ ପଦେକ୍ଷପ ନେବେ । କୃଷି ବିଭାଗ ଏହି ରୋଗକୁ ଠିକ ଭାବରେ ଚିହ୍ନଟ କରି ରୋଗର ନିରାକରଣପାଇଁ କିଟନାଶକ ଯୋଗାଇ ଦେଲେ ଚାଷୀ ଉପକୃତ ହୋଇପାରିବେ । (ରିପୋର୍ଟ – ନିରୋଜ କୁମାର ପାଣୀ)

Exit mobile version