Home ଓଡ଼ିଶା ପାରଳା ମୁନିସିପାଲିଟିର ଜବରଦଖଲ ଉଚ୍ଛେଦ ପାଲଟିଛି ପ୍ରହସନ : ରାସ୍ତାକଡ଼ର ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଗଲା – ତେବେ ସରକାରୀ ଜାଗା ମାଡି ବସିଥିବା ବଡ଼ ବ୍ୟବସାୟୀଙ୍କୁ ଉଚ୍ଛେଦ କେବେ..? by Proprietor Abhimanyu Maharana 10 months ago Share on FacebookShare on TwitterWhatsapp ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ପାରଳାଖେମୁଣ୍ଡି ମୁନିସିପାଲିଟିର ଜବରଦଖଲ ଉଚ୍ଛେଦ ପାଲଟିଛି ପ୍ରହସନ. ରାସ୍ତାକଡ଼ର ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଗଲା, ତେବେ ସରକାରୀ ଜାଗା ମାଡି ବସିଥିବା ବଡ଼ ବ୍ୟବସାୟୀଙ୍କୁ ଉଚ୍ଛେଦ କେବେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି. ବର୍ତ୍ତମାନ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌରପରିଷଦ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପୌରପରିଷଦ କାର୍ଯଳୟ ଠାରୁ ହାଇସ୍କୁଲ ଛକ ପର୍ଯ୍ୟନ୍ତ ଜବର ଦଖଲ ଉଚ୍ଛେଦ କରାଯାଇଛି । ରାସ୍ତା କଡରେ ବ୍ୟବସାୟ କରୁଥିବା ଉଠାଦୋକାନି ମାନଙ୍କୁ ପୌରପରିଷଦ ନିର୍ବାହୀ ଅଧିକାରୀ , ତହସିଲଦାର , ପୋଲିସ ଫୋର୍ଷ ଉପସ୍ଥିତିରେ ହଟା ଯାଇଥିଲା । ଏଥି ପୁର୍ବରୁ ହାଇସ୍କୁଲ ଛକ ଠାରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଟ୍ରଫିକ ସମସ୍ୟାକୁ ନେଇ ପୌରପରିଷଦ କାର୍ଯ୍ୟାଳୟକୁ ଅନେକ ଥର ଅଭିଯୋଗ ଆସିଥିଲା । ଯାହାଫଳରେ ବର୍ତ୍ତମାନ ଟ୍ରାଫିକ ସମସ୍ୟାକୁ ଏଡାଇବା ପାଇଁ ରାସ୍ତା କଡରେ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କ ସହ ଡ୍ରେନ ପାରକରି ଯେଉଁମାନେ ଠେଲା ଗାଡିରେ ଦୋକାନ କରିଥିଲେ ଓ ଯେଉଁ ଦୋକାନୀ ମାନେ ଡ୍ରେନ ଉପର ପର୍ଯ୍ୟନ୍ତ ଦୋକାନ ଗୃହକୁ ବଢାଇଥିଲେ ସେସବୁକୁ ଉଛେଦ କରାଯାଇଛି । ଏହାପରେ ନୋ ପାରକିଙ୍ଗ ଏବଂ ପସରା ଖୋଲିବା ମନା ଲେଖାଥିବା ବୋର୍ଡ ଲଗାଇ ନିଜ କାମ ସାରିଲା ପୌର ପ୍ରଶାସନ । ସେପଟେ ଏହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପୌରପରିଷଦ ଓ ଜିଲ୍ଲା ପ୍ରଶାସନ ଗରିବ ଓ ରାସ୍ତା କଡର ବେପାରି ଉପରେ ନିଜ ବଳ ପ୍ରୟୋଗ କରୁଥିବା ବେଳେ ବଡବଡିଆ ବେପାରି ସହରର ମଧ୍ୟ ଭାଗରେ ରହି ଡ୍ରେନ ଉପରେ ନିଜର ବେପାର କରୁଛନ୍ତି ସେମାନଙ୍କୁ ପ୍ରଶାସନ କି ପୌରପରିଷଦ ହାତ ମାରିବାକୁ କୁଣ୍ଠାବୋଧ କରୁଥିବା ଅଭିଯୋଗ କରିଛନ୍ତି । ଅନେକ ସମୟରେ ରାସ୍ତା କଡର ବ୍ୟବସାୟୀ କରି ପରିବାର ପ୍ରତିପୋଷଣ କରୁଥିବା ଉଠ ଦୋକାନୀ ମାନଙ୍କୁ ପ୍ରଶାସନ ଉଛେଦ କରୁଥିବା ବେଳେ ସେମାନଙ୍କୁ ଥଇଥାନ କରିବା ସକାସେ କୌଣସି ପଦକ୍ଷେପ ନେଉନାହାଁନ୍ତି । ପୌରପରିଷଦ ପକ୍ଷରୁ ଦାର୍ଘ ବର୍ଷ ହେବ ସହରର ଅନେକ ସ୍ଥାନରେ ବଜାର ଗୃହ ନିର୍ମାଣ ହୋଇ ପଡିରହି କ୍ଷତ ଖାଉଛି କିନ୍ତୁ ସେଗୁଡିକୁ ଆବଣ୍ଟନ କରାଯାଉନାହିଁ । ଉକ୍ତ ମାର୍କେଟ କମ୍ପେ୍ଲସ୍କ ନିମନ୍ତେ ଅନେକ ସମୟରେ ବ୍ୟବସାୟୀମାନେ ପୌରପରିଷଦ ନିକଟରେ ଆବେଦନ କରୁଥିଲେ ମଧ୍ୟ ଏହାକୁ ଗୁରୁତର ଭାବେ ନେଉନି ପୌରପରିଷଦ । ଯାହାଫଳରେ ପାରଳା ସହରରେ ରାସ୍ତା କଡରେ ଉଠାଦୋକାନିଙ୍କ ସଂଖ୍ୟା ବଢୁଥିବା ସହ ଟ୍ରାଫିକ ସମୟ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି । ସେପଟେ ବର୍ଷ ବର୍ଷ ଧରି ରାସ୍ତା କଡରେ ବ୍ୟବସାୟ କରି ଘର ଚଳଉଥିବା ଉଠ ଦୋକାନୀ ଏବେ କରିବେ କଣ ତାଙ୍କୁ ଥଇଥାନ କରିବାକୁ ଦାବି କରିବା ସହ ବିଧାୟକଙ୍କ ନିକଟରେ ସହଯୋଗ ପାଇଁ ଲିଖିତ ଅନୁରୋଧ କରିଛନ୍ତି । ପୌର ପ୍ରଶାସନ ଟାଳଟୁଳ ନୀତି ଆପଣାୟୀ ତାଙ୍କ ପେଟରେ ଲାତ ମାରିଛି, ଆଉ ସେମାନେ ରୋଜଗାର ହରାଇଥିବା କହିଛନ୍ତି ଉଠାଦୋକାନି । Categories: ଓଡ଼ିଶା, ଗଜପତି, ହୋମ୍ Related Content ଦେଶର ଅଗ୍ନିବୀର ପରୀକ୍ଷାରେ ଓଡ଼ିଶା ଯୁବ ପ୍ରଶିକ୍ଷଣ ଏକାଡ଼େମୀରେ ସଫଳତା ପାଇଥିବା ପ୍ରାର୍ଥୀମାନଙ୍କୁ ସମ୍ବର୍ଦ୍ଧନା ସଭା by Proprietor Abhimanyu Maharana August 28, 2026 OJPT Felicitates Agniveer Success Stories; First Batch of 2026 Records 100% Success by Proprietor Abhimanyu Maharana August 28, 2026 ସକ୍ଷମ ଦ୍ୱାରା ଦିବ୍ୟାଙ୍ଗ ସଶକ୍ତିକରଣ ଶିବିର ଆୟୋଜନ by Proprietor Abhimanyu Maharana August 28, 2026 Saksham hosts Disabled Empowerment Camp by Proprietor Abhimanyu Maharana August 28, 2026 ଖଡ଼ଗ ନଦୀରେ ଡଙ୍ଗା ବୁଡି ଭାସିଗଲେ ଶଶୁର ଓ ବୋହୁ : ନିଖୋଜ ଛଅ ଜଣ ଉଦ୍ଧାର by Proprietor Abhimanyu Maharana August 28, 2026 ନେପାଳ ପାଇଁ ପ୍ରାର୍ଥନା ମାନବିକତା ପାଇଁ ଏକ ବାଲୁକା ଆନିମେସନ by Proprietor Abhimanyu Maharana August 28, 2026