ଗଜପତି ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉରେ ବ୍ୟାପକ ପୋଚ ଓ ଦେଶୀ ମଦ ଜବତ

ପାରଳାଖେମୁଣ୍ଡି  (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଗଜପତି ଜିଲ୍ଲାପାଳ ମଧୁସ୍ମିତା ଓ ଜିଲ୍ଲା ଏସପି ଯତିନ୍ଦ୍ର କୁମାର ପଣ୍ଡାଙ୍କ ନିର୍ଦେଶକ୍ରମେ ଜିଲ୍ଲାରେ ଚୋରା ମଦ କାରବାରକୁ ସମ୍ପୂର୍ଣ ରୁପେ ବିଲୋପ କରିବା ପାଇଁ ସମଗ୍ର ଜିଲ୍ଲାରେ ଲଗାତାର ଭାବେ ଚଢ଼ାଉ ଜାରି ରହିଛି l ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲା ମୋହନା ପୋଲିସ ଓ ଅବକାରୀ ବିଭାଗ ତରଫରୁ ମୋହନା ଥାନା ଅଞ୍ଚଳର ତଳମାରି ଓ ପଥରଗଡା ଦୁଇ ଗୋଟି ଗ୍ରାମରେ ଚଢାଉ କରାଯାଇଛି l

ଏହି ଦୁଇ ଗୋଟି ଗ୍ରାମରେ ଚୋରା ମଦ କାରବାର ଦୀର୍ଘ ଦିନ ଧରି ଚାଲୁ ରହିଥିବା ଅଭିଯୋଗରେ ଏହି ଚଢ଼ାଉ ହୋଇଛି l ଏଥିରେ ୨ ହଜାର ଲିଟର ପୋଚ ଓ ୧୮୦ ଲିଟର ଦେଶୀ ମଦକୁ ଜବତ କରାଯାଇ ନଷ୍ଟ କରାଯାଇଛି l ମୋହନା ପୋଲିସ ଓ ଅବକାରୀ ବିଭାଗର ସମସ୍ତ କର୍ମଚାରୀ ଏହି ଚଢ଼ାଉରେ ସାମିଲ ଥିଲେ l

Exit mobile version