ଓଡ଼ିଶା ତାଜା ନ୍ୟୁଜ (୧୬ ସେପ୍ଟେମ୍ବର ବୁଧବାର) କଳାହାଣ୍ଡି :- କଂଗ୍ରେସ କାର୍ଯ୍ୟକାରୀ କମିଟିର ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଏବଂ ମଣିପୁର , ମିଜୋରାମ ରାଜ୍ୟର ସାଙ୍ଗଠନିକ ପ୍ରଭାରୀ ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ ନିଯୁକ୍ତ ହୋଇଛନ୍ତି। ଏଥିପାଇଁ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଭବାନୀପାଟଣା ଠାରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ କଳାହାଣ୍ଡି ଜିଲ୍ଲା କଂଗ୍ରେସ ସଭାପତି ଭାରତ ଭୂଷଣ ବେମାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ କଂଗ୍ରେସ କର୍ମୀ ମାନେ ଏକତ୍ରିତ ହୋଇଥିଲେ।
ସମସ୍ତ କଂଗ୍ରେସ ନେତା ଓ କର୍ମୀ ମାନେ , ଏକଯୁଟ ହୋଇ ନିଷ୍ଠାର ସହ ଦଳ ପାଇଁ କାମ କରିବାକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଦାସ ଆହ୍ୱାନ ଦେଇଛନ୍ତି । ପୁଣି ଆଗାମୀ ଦିନରେ ଦଳ ଓଡ଼ିଆ ରାଜ୍ୟରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି । ସଭାରେ ପିସିସି ସମ୍ପାଦକ ଶାନ୍ତନୁ ବେହେରା,ମିଡ଼ିଆ ସେଲ ସଂଯୋଜକ ମହମ୍ମଦ ଅଲ୍ଲୀ, ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜ, ଦିଗାମ୍ବର ଦୁରିଆ,ରାମ କୁମାର ଜୈନ,ଉଛବ ସାହୁ, ବିଭୁତି ଭୁଷଣ ମହାକୁଡ଼, ପରମାନନ୍ଦ ମାଝୀ,ଅଶୋକ ଚାନ୍ଦ, ରାଜ୍ୟ ମିଡ଼ିଆ ସେଲ ସମ୍ପାଦକ ମୁରଲୀଧର ନାଏକ, ସମୀର ଚାନ୍ଦ,ଦେବୀ ସିନ୍ଦୁର, ଦ୍ରୈ।ପଦୀ ମାଝୀ, ସୁକାନ୍ତି ସରାଫ, ମାଣିକ୍ୟ ସୁନା ପ୍ରମୁଖ ଉପସ୍ଥିତ ରହି ଦଳର ସାଂଗଠନିକ ସ୍ଥିତିର ଆଲୋଚନା କରିଥିଲେ। ( ରିପୋର୍ଟ ପ୍ରଦୀପ କୁମାର ଗଉଡ)
