ନୟାଗଡ ମୁନିସିପାଲିଟି ଦ୍ୱାରା ଏଡ୍ସ /ଏଚଆଇଭି ସମ୍ପର୍କିତ ସଚେତନତା ଶିବିର ଅନୁଷ୍ଠିତ

ନୟାଗଡ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ନୟାଗଡ ମୁନିସିପାଲିଟି ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ମିଳିତ ସହଯୋଗରେ ମୁନିସିପାଲିଟି ସମ୍ମିଳନୀ କକ୍ଷରେ ଏଡ୍ସ/ଏଚଆଇଭି ରୋଗ ସମ୍ପର୍କରେ ବ୍ୟାପକ ସଚେତନତା ଏବଂ ଏଥିପାଇଁ ଥିବା ଆଇନ ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପି.ଆର.ଆଇ ସଭ୍ୟ ମାନଙ୍କ ପାଇଁ ଅନୁଷ୍ଠିତ ଏହି ସେନସିଟାଇଜେସନ କାର୍ଯ୍ୟକ୍ରମ କୁ ପୌରାଧକ୍ଷା ନିରୁପମା ଖଟେଇ ଉଦଘାଟନ କରିଥିବା ବେଳେ

କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ସ୍ନେହଲତା ଆଚାର୍ଯ୍ୟ ଏହି ରୋଗ ପାଇଁ କିଭଳି ବ୍ୟାପକ ଜନ ସଚେତନତାର ଆବଶ୍ୟକତା ରହିଛି ସେ ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ l ଏହି ଜନ ସ୍ୱାସ୍ଥ୍ୟ ସମ୍ପର୍କିତ କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟ ରେ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା,ପାରିଷଦ ଜାନକୀ ବଲ୍ଳଭ ଜେନା, ଦୀନବନ୍ଧୁ ଗୁରୁ, ଆଦିତି ନାୟକ, ଅଳକା ନାୟକ ପ୍ରମୁଖ ଉପସ୍ଥିତ ରହି ନିଜର ମତ ବିନିମୟ କରିଥିଲେ l

ତେବେ ଏଡ୍ସ ତଥା ଏଚ.ଆଇ.ଭି ସମ୍ପର୍କିତ ସମସ୍ତ ବୈଷୟିକ ତଥ୍ୟ ଗିପା ରାଜ୍ୟ ସଂଯୋଜକ ଡ ଅଜୟ ପଟ୍ଟନାୟକ, ଏଡ୍ସ ତଥା ଏଚଆଇଭି କାର୍ଯ୍ୟକ୍ରମର ଡିପିଏମ ବିଧାନ ନାୟକ ଏବଂ ଏଠାକାର ଏଡ୍ସ/ଏଚ.ଆଇ.ଭି ପରାମର୍ଦାତା ଦେବାଶିଷ ସିଂ ପ୍ରମୁଖ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମକୁ ନୟାଗଡ ମୁନିସିପାଲିଟିର ସମସ୍ତ କର୍ମଚାରୀ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଡ୍ସ ସେଲ ରେ କାର୍ଯ୍ୟ କରୁଥିବା କର୍ମଚାରୀ ଉପସ୍ଥିତ ରହି ଆଗେଇ ନେଇଥିଲେ l

Exit mobile version