ବୋଲଗଡ଼ରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ଯୁବ ସମ୍ମିଳନୀ

ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବୋଲଗଡ ଖଣ୍ଡ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ବୋଲଗଡ଼ ତରଫରୁ ଏକ ଯୁବ ସମ୍ମିଳନୀ ନାଧିଘୋଷ ଭାବନରେ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ଯୁବ ସମ୍ମିଳନୀରେ ବୋଲଗଡ଼, ବେଗୁନିଆ, ରଣପୁର, କଳାପଥର ଓ ବାଙ୍କୀ ପ୍ରଭୁତି ୫ଟି ଖଣ୍ଡର ପ୍ରାୟ ୫୦୦ ଉର୍ଦ୍ଧ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଯୁବକମାନେ ଯୋଗଦେଇଥିଲେ l ବୋଲଗଡ ମଣ୍ଡଳ ପ୍ରମୁଖ ରମେଶ ଚନ୍ଦ୍ର ସାହୁ ମଞ୍ଚ କାର୍ଯ୍ୟ ସଞ୍ଚାଳନ କରିଥବାବେଳେ ବୋଲଗଡ଼ ଖଣ୍ଡ କାର୍ଯ୍ୟବାହ ରାମଚନ୍ଦ୍ର ସାହୁ ଅତିଥିପରିଚୟ ପ୍ରଦାନ କରିଥଲେ !

ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥଭାବେ ଜଗନ୍ନାଥ ସଂସ୍କୃତି ସାହିତ୍ୟ ଗବେଷକ ତଥା ଶିକ୍ଷାବିତ ଡକ୍ଟର ଗଣେଶ୍ୱର ସ୍ୱାଇଁ, ମୁଖ୍ୟବକ୍ତାଭାବେ ରାଷ୍ଟୀୟ ସ୍ୱୟଂସେବକ ସଙ୍ଘର ବିମର୍ଶ ଓଡିଶା ପୂର୍ବ ପ୍ରାନ୍ତ ସଂଯୋଜକ ଡ଼ଃ ଶିବପ୍ରସାଦ ତ୍ରିପାଠୀ,ବକ୍ତାଭାବେ ପୁରୀ ବିଭାଗ ବୌଦ୍ଧିକ ପ୍ରମୁଖ ସୁଶାନ୍ତ କୁମାର ପରିଡା ଓ ସଂମ୍ମାନିତ ଅତିଥିଭାବେ ରାଷ୍ଟୀୟ ସ୍ୱୟଂସେବକ ସଂଘ ଖୋର୍ଦ୍ଧାଜିଲ୍ଲା ସହ କାର୍ଯ୍ୟବାହ କାର୍ତ୍ତିକେଶ୍ୱର ମହାପାତ୍ର ପ୍ରମୁଖ ଯୋଗଦେଇ ଭାରତ ମତାଙ୍କ ଫୋଟୋ ଚିତ୍ରରେ ଫୁଲ,ଚନ୍ଦନ ଓ ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଶୁଭ ଉଦଘାଟନ କରିଥିଲେ !

ମୁଖ୍ୟଅତିଥି ଶ୍ରୀ ସ୍ୱାଇଁ ସନାତନ ଧର୍ମ ଓ ସ୍ବାମୀ ବିବେକାନନ୍ଦଙ୍କ ଜୀବନୀ ଦର୍ଶନ ଉପରେ ବହୁତ ଉପାଦେୟ ପ୍ରସଙ୍ଗରେ କହିଥିଲେ l ସଂମ୍ମାନିତ ଅତିଥି ଖୋର୍ଦ୍ଧା ଜିଲ୍ଲା ସହକlର୍ଯ୍ୟ ନିର୍ବାହୀ କlର୍ତିକେଶ୍ୱର ମହାପାତ୍ର ଯୁବ ସମ୍ମିଳନୀର ଉଦେଶ୍ୟ ଜ୍ଞାପନ କରିଥିଲେ ଓ ଦେଶ ମାତୃକାର ସେବା ପାଇଁ ଯୁବ ସମାଜ ଆଗେଇ ଆସିବା ପାଇଁ ଅନୁରୋଧ କରିଥିଲେ l ,ଭାରତୀୟ ଉପନିଷଦ, ପୌରାଣିକ ଉପାଖ୍ୟାନ ଓ ପ୍ରାଚୀନ ବିଜ୍ଞାନ ଉପରେ ପ୍ରୋଜେକ୍ଟର ମାଧ୍ୟମରେ ବିସ୍ତୃତ ଆଲୋଚନା କରି ଯୁବକମାନଙ୍କୁ ଓଡିଶା ପୂର୍ବ ପ୍ରାନ୍ତ ସଂଯୋଜକ ଡ଼ଃ ଶିବପ୍ରସାଦ ତ୍ରିପାଠୀ ଡକ୍ଟର ଶିବ ପ୍ରସାଦ ତ୍ରିପାଠୀ ପରାମର୍ଶ ଦେଇଥିଲେ l

ଅବିନାଶ ସୁବୁଦ୍ଧି ଦେଶାତ୍ମବୋଧକ ସଙ୍ଗୀତ ଗାନ କରିଥିଲେ l ନୃତ୍ୟ ଶିଳ୍ପୀ ପ୍ରିୟlଅଂଶୁ ପଟ୍ଟନାୟକ ଓଡିଶୀ ନୃତ୍ୟସଙ୍ଗୀତ ପରିବେଷଣ କରିଥଲେ l ଓଡ଼ିଶାର ପାଇକ ଆଖଡ଼ା ଉପରେ ଆକର୍ଷଣୀୟ ପାଇକ ଖେଳ ସଞ୍ଜୀବ କୁମାର ପ୍ରଧାନଙ୍କ ନେତୃତ୍ଵରେ ମଞ୍ଚରେ ପ୍ରଦର୍ଶନ କରିଥିଲେ ! ଯାହାକି ମନୋମୁଗ୍ଧକର ଥିଲା l ସରସ୍ଵତୀ ଶିଶୁ ମନ୍ଦିରର ଛାତ୍ରଛାତ୍ରୀମାନେ ବନ୍ଦେମାତରମ୍ ଗାନ କରିଥିଲେ l

ବୋଲଗଡ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନଆଚାର୍ଯ୍ୟ ବିରଞ୍ଚି କୁମାର ସାହ, ଜମ୍ବେଶ୍ଵର ପୃଷ୍ଟି , ଅଧ୍ୟାପକ ଗାନ୍ଧୀ କୁମାର ସାହୁଙ୍କ ସମେତ ବୋଲଗଡ଼ ଖଣ୍ଡର ସମସ୍ତ ସ୍ୱୟଂମ ସେବକମାନେ ଉପସ୍ଥିତ ରହି ସହଯୋଗ କରି ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମକୁ ବୋଲଗଡ଼ ଅଞ୍ଚଳର ବୁଦ୍ଧିଜୀବୀ, ସମାଜସେବୀ , ଶିକ୍ଷାବିତ ଓ ଯୁବଗୋଷ୍ଠୀମାନେ ଉଚ୍ଚ ପ୍ରସଂଶା କରିଛନ୍ତି ! ପରିଶେଷରେ ଅଧ୍ୟାପକ ଗାନ୍ଧୀ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ !

Exit mobile version