ଦେଉଳିରେ ବାଳିକା ରାମନାଟକ, ଲବ କୁଶ ଜନ୍ମ ଉଦଘାଟିତ

ବୋଲଗଡ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବୋଲଗଡ ବ୍ଲକ ସ୍ଥିତ ଦେଉଳି ଗ୍ରାମରେ ଆଜି ନୂତନ ଶ୍ରୀ ଶ୍ରୀ କୃଷ୍ନେଶ୍ୱର ଦେବ ବାଳିକା ରାମ ନାଟକ ଅନୁଷ୍ଠିତ ହୋଇଯାଇଛି l ଦେଉଳି ଗ୍ରାମର ଗ୍ରାମବାସୀମାନଙ୍କ ସହଯୋଗରେ ଏହି ନୂତନ ବାଳିକା ରାମ ନାଟକଟି ଗଢ଼ା ଯାଇଛି l ଦେଉଳି ଗ୍ରାମର ମଝିଛକ ଠାରେ ନାଟ୍ୟ ସଂସଦ ପକ୍ଷରୁ କୁନି କୁନି ବାଳିକା କଳାକାରମାନେ ଲବ କୁଶ ଜନ୍ମ ନାଟକ ପରିବେଷଣ କରିଥିଲେ l

ମୁଖ୍ୟ ଅତିଥିଭାବେ ବୋଲଗଡ ବ୍ଲକର ଭାଇସ ଚେୟାରମ୍ୟାନ ରମେଶ ସାହୁ ଯୋଗଦେଇ ମଞ୍ଚକୁ ଶୁଭ ଉଦଘାଟନ କରିଥିଲେ l ସଂମ୍ମାନିତ ଅତିଥିଭାବେ ନାଟ୍ୟ ସଂସଦର ମ୍ୟାନେଜର ଲଷ୍ମୀଧର ସାହୁ, ବାଳକ ରାମ ନାଟକର ମ୍ୟାନେଜର ପ୍ରସନ୍ନ ସ୍ୱାଇଁ, ନାଟ୍ୟ ନିର୍ଦେଶକ ସର୍ବେଶ୍ୱର ସାହୁ ପ୍ରମୁଖ ଉପସ୍ଥିତ ଥିଲେ l

ସୁରେଶ କୁମାର ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ l ଦେଉଳି ଗ୍ରାମର ଏହି ବାଳିକା ରାମନାଟକଟି ଉନ୍ନତି କରି ଅଞ୍ଚଳ ପାଇଁ ଗର୍ବ ଆଣୁବୋଲି ମୁଖ୍ୟ ଅତିଥି ଶ୍ରୀ ସାହୁ କହିଥିଲେ l ଲିପୁ ସାହୁ, ଭଗବାନ ସାହୁଙ୍କ ସମେତ ସମସ୍ତ ଗ୍ରାମବାସୀ ପରିଚାଳନାରେ ସହଯୋଗ କରିଥିଲେ l

Exit mobile version