ନାଟକ ତୁ ମୋ ଆଖିର ତାରା କୁ ରାଜ୍ୟ ପୁରସ୍କାର

ବାଲୁଗାଁ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଓଡ଼ିଆ ସଂସ୍କୃତି ଓ ଭାଷା ସାହିତ୍ୟ ବିଭାଗ ତଥା ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସ୍ରୃଜନୀ ର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ସ୍ତରୀୟ ଶିଶୁ ନାଟକ ପ୍ରତି ଯୋଗିତା ର ଅନ୍ତିମ ଦିବସରେ ଚିଲିକା ବ୍ଲକ ଅନ୍ତର୍ଗତ ମଠପୁର ସ୍ଥିତ ନାଟ୍ୟ ସଂସ୍ଥା ପଲ୍ଲବୀ ନାଟ୍ୟ କଳା ପରିଷଦ ପରିବେଷିତ ନାଟକ ତୁ ମୋ ଆଖିର ତାରା ର ଶିଶୁ କଳାକାର ଶିବାନୀ ସ୍ବାଇଁ ତାଙ୍କର ଅଭିନୟ ପ୍ରତିଭା ପାଇଁ ସ୍ଵତନ୍ତ୍ର ପୁରସ୍କାର ଲାଭ କରିଛନ୍ତି ।ଶିବାନୀ ଏହି ନାଟକରେ ଏକ ନାତି (ଲକି) ଭୂମିକାରେ ସଫଳ ଅଭିନୟ କରି ଜରାନିଵାସକୁ ପୁଅ ବୋହୂ ଙ୍କ ଦ୍ଵାରା ପଠାଯାଉଥିବା ତାଙ୍କ ଵ୍ରୃଦ୍ଧା ଜେଜେ ମା ଙ୍କୁ ଦୁର୍ଦ୍ଦଶା ରୁ ରକ୍ଷା କରିବା ସହ ଏଭଳି ସ୍ଵାର୍ଥାନ୍ଵେଷୀ ଦମ୍ପତି ଙ୍କ ପାଇଁ ଏକ ପ୍ରଭାବଶାଳୀ ବାର୍ତ୍ତା ଦେଇ ପାରିଥିଲେ । ସେହିପରି ନାଟକର ରଚୟିତା , ନିର୍ଦେଶକ ଅଶୋକ କୁମାର ପ୍ରଧାନ ଏଵଂ ଦିଗ୍ ଦର୍ଶକ ନାଟ୍ୟକାର ଭିକାରୀ ଚରଣ ପ୍ରଧାନ ଙ୍କୁ ମଧ୍ୟ ଭଞ୍ଜ କଳା ମଣ୍ଡପ ରେ ରାଜ୍ୟ ସ୍ତରୀୟ ସମ୍ବର୍ଦ୍ଧନା ଦିଆଯାଇଛି ।

ସ୍ରୃଜନୀ ର ସଭାପତି ଶରତ କୁମାର ରାଉତ ଏଵଂ ସମ୍ପାଦକ ଚିତ୍ତରଞ୍ଜନ ରାୟ ମହାପାତ୍ର ଏହି ପୁରସ୍କାର ପ୍ରଦାନ କରିଥିଲେ । ଶିବାନୀ ଙ୍କ ସଫଳତା ପାଇଁ ସେ ଅଧ୍ୟୟନ କରୁଥିବା ଘିଅଖଲା ମଠପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ମନ୍ଦାକିନୀ ଦାଶ ସ୍ରୃଜନୀ କର୍ତ୍ତୃପକ୍ଷ ଙ୍କୁ ସାଧୁବାଦ ଜଣାଇଛନ୍ତି ।

Exit mobile version