କଣ୍ଟାବାଞ୍ଜି ତେଲ ଗୋଦାମରୁ ୧୫୦ ଟିପା ତେଲ ଚୋରୀ

ଦେଓଗାଁ ବନ୍ଧପିଟା ଗାଁ ରୁ ଉଦ୍ଧାର ; ମାଷ୍ଟର ମାଇଣ୍ଡ ସହ ଜଣେ ଗିରଫ

ବଲାଙ୍ଗୀର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବେଲପଡ଼ା, ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଚଟୁଅନକା ଗାଁ ଠାରେ ଥିବା ପହରି ମଣ୍ଡପ ଠାରେ କଣ୍ଟାବାଞ୍ଜି ସହର ତେଳ ବ୍ୟବସାୟି ମୁକେଶ କୁମାର ଜୈନ ଏକ ଗୋଦାମ କରି ତେଳ ଗଛିତ ରଖିଥିବା ବେଳେ ଚୋର ମାନେ ଏକ ଗାଡି ଲଗାଇ ଗୋଦାମ ରୁ ଖାଇବା ତେଳ ଟିପା ଚୋରି କରି ଫେରାଇ ମାରିଥିଲେ। ଏହାକୁ ନେଇ ତେଳ ବ୍ୟବସାୟିକ ମୁକେଶ ଜୈନ ଗତ ୬ ତାରିଖ କଣ୍ଟାବାଞ୍ଜି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଲିଖିତ ଅଭିଯୋଗ ଆଧାର କରି ଥାନା ଅଧିକାରୀ ଗୋପାଳ ଚନ୍ଦ୍ର କର୍ଣ୍ଣଙ୍କ ନେତୃତ୍ବରେ ଇନ୍ସପେକ୍ଟର ପୁର୍ନୀମା ଓରାମ, ଏସଆଇ ଇଶ୍ବର ଚନ୍ଦ୍ର ମାଝି, ପୋଲିସ କର୍ମଚାରୀ ଜିତେନ୍ଦ୍ର ଖୁରା, ଏଲ ସୁରେନ, ଚରଣ ଛତରକୁ ନେଇ ୫ ଜଣିଆ ଟିମ ଗଠନ ହୋଇଥିଲା।

ଏନେଇ କୌଣସି ସୁତ୍ରରୁ ଖବର ଦେଓଗାଁ ବ୍ଲକର ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ଡ଼ଙ୍ଗରପିଟା ଗାଁରୁ ରବିବାର ଭୋର ସକାଳୁ ଚଢ଼ାଉ କରିଥିଲା। କଣ୍ଟାବାଞ୍ଜି ପୋଲିସ ସେଠାରୁ ୧୫୦ ଟିପା ତେଳ ଜବତ କରିଛି ପୋଲିସ। ଏହି ଚୋରି ଘଟଣା ରେ ଟଚୁଅନକା ଗାଁ ର ମାଷ୍ଟରମାଇଣ୍ଡ ଚୋର ଅବତାର ପୁଟେଲ (୨୩) ଏବଂ ବେଳପଡା ଥାନା ଅନ୍ତର୍ଗତ ଲଥାକେନ୍ଦ ଗାଁର ସନ୍ତୋଷ ପୁଞ୍ଜି (୩୫) କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ । ଚୋର ମାନଙ୍କ ଠାରୁ ୧୫୦ ଟିପା ତେଳ, ନଗଦ ୧ ଲକ୍ଷ ୫୦ ହଜାର ଟଙ୍କା ଏବଂ ଏକ ପିକପ ଗାଡି ନଂ OD.08.D4647 ଗାଡି ଜବତ କରିଛି । ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ଦୁଇ ଜଣ ଚୋର ମଧ୍ୟ ଖୋଜୁଛି ପୁଲିସ । ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ଜେଲ ହଜାତ କୁ ପଠା ଯାଇଥିବା କହିଛନ୍ତି ଥାନା ଅଧିକାରୀ ଗୋପାଳ ଚନ୍ଦ୍ର କର୍ଣ ।

Exit mobile version