ଗ୍ରାହକ ହୋଇ ଆସିଲେ ; ସୁଯୋଗ ଦେଖି ଝାମ୍ପିନେଲେ ସୁନା ଅଳଙ୍କାର – ମାହାଙ୍ଗା


ଓଡିଶା ତାଜା ନ୍ୟୁଜ୍ (୧୬ ସେପ୍ଟେମ୍ବର ବୁଧବାର) ମାହାଙ୍ଗା :କଟକ, ମାହାଙ୍ଗା, ସୁନା ଅଳଙ୍କାର ଦୋକାନରୁ ଦିନ ଦ୍ୱିପ୍ରହରରେ ଲୁଟ, ଅଭିନବ ଉପାୟରେ ଦୋକାନୀକୁ ଚୁନା ଲଗେଇ ଲୁଟ କଲେ ଲକ୍ଷାଧିକ ମୂଲ୍ୟର ସୁନା ଅଳଙ୍କାର, ଗ୍ରାହକ ହୋଇ ଆସିଲେ ଆଉ ସୁଯୋଗ ଦେଖି ଝାମ୍ପି ନେଲେ ସୁନାଅଳଙ୍କାର ପକେଟ, ଏଭଳି ଘଟଣା ଘଟିଛି ମାହାଙ୍ଗା ବ୍ଲକ ସୀମାନ୍ତ ଅଂଚଳ ଯାଜପୁର ଜିଲ୍ଲା ବଡଚଣା ବ୍ଲକ୍ ବାଲିଚନ୍ଦ୍ରପୁର ବଜାରରେ ଥିବା ଓଳାଶୁଣୀ ଜୁଏଲର୍ସ ଦୋକାନରେ, ସ୍ପଷ୍ଟ ଦିବାଲୋକରେ ଦୁର୍ବୁତ୍ତମାନେ ଲୁଟିନେଲେ ୩ଲକ୍ଷ ୫୦ ହଜାରୁ ଉର୍ଦ୍ଧ ଟଙ୍କାର ସୁନା ଗହଣା ।

ଗ୍ରାହକ ଭେଷରେ ଆସି ପ୍ରଥମେ ଗୋଟିଏ ସୁନା ଲକେଟ୍ କିଣି ୩ହଜାର ଟଙ୍କା ମଧ୍ୟ ଦେଲେ । ୫୦୦ଟଙ୍କା ଖୁଚୁରା ଆଣିବାକୁ ଦେକାନ ମାଲିକ ତାଙ୍କ କାରିଗରକୁ ଅନ୍ୟ ଦୋକାନକୁ ପଠାଇଲେ ଏହି ସମୟରେ ଦୁର୍ବତ୍ତମାନେ ଓଳାଶୁଣୀ ଜୁଏଲର୍ସର ମାଳିକଙ୍କ ହାତରୁ ଝାମ୍ପମାରୀ ସୁନା ଗହଣା ପକେଟ ଲୁଟିଥିଲେ ।

ଦିନ ଦୁଇପ୍ରହରରେ ସ୍ପଷ୍ଟ ଦିବାଲୋକରେ ଏହି ଘଟଣାକୁ ସାଧାରଣ ଲୋକେ ନିନ୍ଦା କରିବା ସହିତ ପୋଲିସ୍ ପ୍ରସାଶନ କାର୍ଯ୍ୟ ଉପରେ ପ୍ରଶ୍ନବାଚି ଶୃଷ୍ଟି କରିଛନ୍ତି, ପୋଲିସ ପ୍ରଶାସନ ର କର୍ମଚାରୀମାନେ କେବଳ ଛକରେ ଠିଆ ହୋଇ ଟ୍ରାଫିକ କଣ୍ଟ୍ରୋଲ କରୁଥିଲା ବେଳେ ବାଜରରେ ପେଟ୍ରୋଲିଙ୍ଗ ବ୍ୟବସ୍ତା ନାଇଁ ଦିନରେ, ଯୋଉଁଥିପାଇଁ ବଜାର ଅଂଚଳରେ ବଢୁଛି ଲୁଟ (ମାହାଙ୍ଗା ରୁ ଲଷ୍ମୀଧର ଖୁଣ୍ଟିଆ)

Exit mobile version