Home ଓଡ଼ିଶା ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା by Proprietor Abhimanyu Maharana 12 months ago Share on FacebookShare on TwitterWhatsapp ପଡ଼ିଆ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ସଦର କଲ୍ୟାଣ ମଣ୍ଡପ ପରିସରରେ ସୋମବାର ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଅଛି । ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ ସୁଦାମ କୁମାର ସାହୁଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତିନିଧି ପି. ଭେଙ୍କଟେଶ୍ଵର ରାଓ ଯୋଗଦେଇଥିବା ବେଳେ ମୁଖ୍ୟ ଭକ୍ତା ଭାବେ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ ଗଗନ ଚରଣ ନାୟକ , ସମ୍ମାନୀତ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ କଲ୍ୟାଣ ବିଶ୍ଵାସ, ଜିଲ୍ଲା ମତ୍ସ୍ୟ ଅଧିକାରୀ ସୁଧାଂଶୁ କୁମାର ମଲ୍ଲିକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଶ୍ଵିନୀ କୁମାର ମହାପାତ୍ର, ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପରମାନନ୍ଦ ମହାପାତ୍ର, ବିଧାୟକ ପ୍ରତିନିଧି ମନଦୀପନ ରାଏ ପ୍ରମୁଖ ଉପସ୍ଥିତ ଥିଲେ । ମେଳାରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ସମେତ ଅନ୍ୟାନ୍ୟ ବିଭାଗୀୟ କାର୍ଯ୍ୟକ୍ରମ ପ୍ରଦର୍ଶନୀ କରାଯିବା ସହ ଚାଷୀଙ୍କ ପାଇଁ ଉଦ୍ଧିଷ୍ଟ ସରକାରୀ ଯୋଜନା ବିଷୟରେ ବିଶେଷଜ୍ଞଙ୍କ ଦ୍ବାରା ସଚେତନତା କରାଯାଉଥିଲା । ମାସ ଚାଷ ଏବଂ ଛେଳି, କୁକୁଡ଼ା, ଗୋପାଳନ କରି ଉପକୃତ ହୋଇଥିବା ୭ ଜଣ ସଫଳ ଚାଷୀଙ୍କୁ ପୁରସ୍କୃତ କରାଯାଇଥିଲା । ଏମାନଙ୍କ ମଧ୍ୟରେ ଏମ୍ ଭି-୬୧ ଗ୍ରାମର କୁକୁଡ଼ା ଚାଷୀ ଶ୍ୟାମଳ ପାଟ୍ରି, ମାଛ ଚାଷୀ ପଡ଼ିଆ ସନା କଵାସୀ, ଛେଳି ଚାଷୀ ନିଲିଗୁଡା ଗ୍ରାମର ଚିତ୍ତରଞ୍ଜନ ପଡିଆମୀ , ଛେଳି ପାଳନ ପାଇଁ ପଡ଼ିଆର ଲକ୍ଷ୍ମୀବାଇ ମହିଳା ଗୋଷ୍ଠୀ, ମାଛ ଚାଷ ପାଇଁ ଦେବେ ମାତି, ଏମ୍ ଭି-୫୮ ଗ୍ରାମର ରାଖାଲ ଵାରୋଇଙ୍କୁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ପୁରସ୍କୃତ କରାଯାଇଥିଲା । ମେଳାରେ ଚାଷୀମାନଙ୍କ ମନୋରଞ୍ଜନ ପାଇଁ ଆଦିବାସୀ ନୃତ୍ୟ ସହ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ଵାରା ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା । Categories: ଓଡ଼ିଶା, ମାଲକାନଗିରି, ହୋମ୍ Related Content ଆଗାମୀ ବାତ୍ୟାକୁ ନେଇ ସରକାରଙ୍କ ତତ୍ପରତା : ସମସ୍ତ କର୍ମଚାରୀ ଙ୍କ ଛୁଟି ବାତିଲ ସହ ମୁକାବିଲା ପାଇଁ ନିର୍ଦେଶ by Proprietor Abhimanyu Maharana October 25, 2026 କାର୍ତ୍ତିକ ମାସରେ ଶ୍ରଦ୍ଧାଳୁଙ୍କ ପାଇଁ ମହାପ୍ରସାଦ ବ୍ୟବସ୍ଥା by Proprietor Abhimanyu Maharana October 25, 2026 ଭକ୍ତିମୟ ପଟୁଆରରେ ମା’ ଦୁର୍ଗାଙ୍କୁ ବିଦାୟ : ଶତାଧିକ ଭକ୍ତଙ୍କ ସମାଗମରେ ମା’ଙ୍କ ଭସାଣି by Proprietor Abhimanyu Maharana October 25, 2026 ସମଗ୍ର କନ୍ଧମାଳ ଜିଲ୍ଲାରେ ୨୪ ତାରିଖ ଶନିବାର ୪ ଘଣ୍ଟା ବିଦ୍ୟୁତ୍ ସରବରାହ ବନ୍ଦ by Proprietor Abhimanyu Maharana October 25, 2026 ବାଲିଗୁଡା ଉପଜିଲ୍ଲାପାଳଙ୍କୁ ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅତିରିକ୍ତ ଦାୟିତ୍ୱ : ବିଭାଗୀୟ ବିଜ୍ଞପ୍ତି ଜାରି by Proprietor Abhimanyu Maharana October 25, 2026 ଶତାୟୁ ପାଲା କଳାକାର ଚକ୍ରଧର ମୁଦୁଲିଙ୍କ ସ୍ମୃତି ସଭା by Proprietor Abhimanyu Maharana October 24, 2026