Home ଓଡ଼ିଶା ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା by Proprietor Abhimanyu Maharana 10 months ago Share on FacebookShare on TwitterWhatsapp ପଡ଼ିଆ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ସଦର କଲ୍ୟାଣ ମଣ୍ଡପ ପରିସରରେ ସୋମବାର ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଅଛି । ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ ସୁଦାମ କୁମାର ସାହୁଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତିନିଧି ପି. ଭେଙ୍କଟେଶ୍ଵର ରାଓ ଯୋଗଦେଇଥିବା ବେଳେ ମୁଖ୍ୟ ଭକ୍ତା ଭାବେ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ ଗଗନ ଚରଣ ନାୟକ , ସମ୍ମାନୀତ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ କଲ୍ୟାଣ ବିଶ୍ଵାସ, ଜିଲ୍ଲା ମତ୍ସ୍ୟ ଅଧିକାରୀ ସୁଧାଂଶୁ କୁମାର ମଲ୍ଲିକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଶ୍ଵିନୀ କୁମାର ମହାପାତ୍ର, ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପରମାନନ୍ଦ ମହାପାତ୍ର, ବିଧାୟକ ପ୍ରତିନିଧି ମନଦୀପନ ରାଏ ପ୍ରମୁଖ ଉପସ୍ଥିତ ଥିଲେ । ମେଳାରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ସମେତ ଅନ୍ୟାନ୍ୟ ବିଭାଗୀୟ କାର୍ଯ୍ୟକ୍ରମ ପ୍ରଦର୍ଶନୀ କରାଯିବା ସହ ଚାଷୀଙ୍କ ପାଇଁ ଉଦ୍ଧିଷ୍ଟ ସରକାରୀ ଯୋଜନା ବିଷୟରେ ବିଶେଷଜ୍ଞଙ୍କ ଦ୍ବାରା ସଚେତନତା କରାଯାଉଥିଲା । ମାସ ଚାଷ ଏବଂ ଛେଳି, କୁକୁଡ଼ା, ଗୋପାଳନ କରି ଉପକୃତ ହୋଇଥିବା ୭ ଜଣ ସଫଳ ଚାଷୀଙ୍କୁ ପୁରସ୍କୃତ କରାଯାଇଥିଲା । ଏମାନଙ୍କ ମଧ୍ୟରେ ଏମ୍ ଭି-୬୧ ଗ୍ରାମର କୁକୁଡ଼ା ଚାଷୀ ଶ୍ୟାମଳ ପାଟ୍ରି, ମାଛ ଚାଷୀ ପଡ଼ିଆ ସନା କଵାସୀ, ଛେଳି ଚାଷୀ ନିଲିଗୁଡା ଗ୍ରାମର ଚିତ୍ତରଞ୍ଜନ ପଡିଆମୀ , ଛେଳି ପାଳନ ପାଇଁ ପଡ଼ିଆର ଲକ୍ଷ୍ମୀବାଇ ମହିଳା ଗୋଷ୍ଠୀ, ମାଛ ଚାଷ ପାଇଁ ଦେବେ ମାତି, ଏମ୍ ଭି-୫୮ ଗ୍ରାମର ରାଖାଲ ଵାରୋଇଙ୍କୁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ପୁରସ୍କୃତ କରାଯାଇଥିଲା । ମେଳାରେ ଚାଷୀମାନଙ୍କ ମନୋରଞ୍ଜନ ପାଇଁ ଆଦିବାସୀ ନୃତ୍ୟ ସହ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ଵାରା ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା । Categories: ଓଡ଼ିଶା, ମାଲକାନଗିରି, ହୋମ୍ Related Content ଦେଶର ଅଗ୍ନିବୀର ପରୀକ୍ଷାରେ ଓଡ଼ିଶା ଯୁବ ପ୍ରଶିକ୍ଷଣ ଏକାଡ଼େମୀରେ ସଫଳତା ପାଇଥିବା ପ୍ରାର୍ଥୀମାନଙ୍କୁ ସମ୍ବର୍ଦ୍ଧନା ସଭା by Proprietor Abhimanyu Maharana August 28, 2026 OJPT Felicitates Agniveer Success Stories; First Batch of 2026 Records 100% Success by Proprietor Abhimanyu Maharana August 28, 2026 ସକ୍ଷମ ଦ୍ୱାରା ଦିବ୍ୟାଙ୍ଗ ସଶକ୍ତିକରଣ ଶିବିର ଆୟୋଜନ by Proprietor Abhimanyu Maharana August 28, 2026 Saksham hosts Disabled Empowerment Camp by Proprietor Abhimanyu Maharana August 28, 2026 ଖଡ଼ଗ ନଦୀରେ ଡଙ୍ଗା ବୁଡି ଭାସିଗଲେ ଶଶୁର ଓ ବୋହୁ : ନିଖୋଜ ଛଅ ଜଣ ଉଦ୍ଧାର by Proprietor Abhimanyu Maharana August 28, 2026 ନେପାଳ ପାଇଁ ପ୍ରାର୍ଥନା ମାନବିକତା ପାଇଁ ଏକ ବାଲୁକା ଆନିମେସନ by Proprietor Abhimanyu Maharana August 28, 2026