Home ଓଡ଼ିଶା ପୁରୀ ଶ୍ରୀଜିଉଙ୍କ ପାଇଁ ଶ୍ରୀମନ୍ଦିର ଯାଉଛି , ମାମୁଁ ଘର ମାଧବ ପୀଠରୁ ପୋଡୁଆଁ ଭାର by Proprietor Abhimanyu Maharana 10 months ago Share on FacebookShare on TwitterWhatsapp ନିଆଳି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ରାତି ପାହିଲେ ପୋଢୁଆଁ ଅଷ୍ଟମୀ ଭଣଜା, ଭାଣିଜୀଙ୍କ ପାଇଁ ମାମୁଁ ଘରୁ ଯାଇଥାଏ ପୋଢୁଆଁ ଭାର । ସେହି ନୀତିରେ ପୁରୀ ଶ୍ରୀଜିଉଙ୍କ ମାମୁଁ ଘର ପ୍ରାଚୀ କ୍ଷେତ୍ର ନିଆଳି ମାଧବ ପୀଠରୁ ଆଜି ଶ୍ରୀମନ୍ଦିର ଯାଉଛି ପୋଢୁଆଁ ଭାର , ଯେଉଁଥିରେ ପାଟ ବସ୍ତ୍ର ଠାରୁ ଆରମ୍ଭ କରି ବିଭିର ପ୍ରକାର ପିଠା ପ୍ରସ୍ତୁତ ପାଇଁ ସାମଗ୍ରୀ, ଫୁଲ, ତୁଳସୀ, ଦୟଣ। , ଫଳ ଆଦି ସାମିଲ ହୋଇଛି। ଶତାଧିକ ସଙ୍କୀର୍ତ୍ତନ ମଣ୍ଡଳୀଙ୍କ ଶୋଭା ଯାତ୍ରାରେ କଟକ ଜିଲ୍ଲା ନିଆଳି ବ୍ଲକ୍ ମାଧବାନନ୍ଦଜିଉଙ୍କ ମନ୍ଦିରରୁ ପୁରୀ ଶ୍ରୀମନ୍ଦିରକୁ ଯାଉଛନ୍ତି ନୂଆ ବସ୍ତ୍ର ସହ ଅଷ୍ଟମୀ ଭାର । ମାର୍ଗଶୀର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପୁରୀ ଶ୍ରୀଜିଉ ହେବେ ପୋଢୁଆଁ, ମାଧବାନନ୍ଦ ବିକାଶ ପରିଷଦର ସମସ୍ତ କର୍ମକର୍ତ୍ତାଙ୍କ ଏବଂ ବିଭିନ୍ନ ଅଞ୍ଚଳରୁ ପୋଢୁଆଁ ଭାର ନେଇ ଆସିଥିବା , ଶହ ଶହ ଭକ୍ତମାନଙ୍କ ସମେତ ବହୁ ସଂକୀର୍ତ୍ତନମଣ୍ଡଳୀ ଶ୍ରୀଜିଉଙ୍କୁ ନୂଆ ବସ୍ତ୍ର ଲାଗି ପୁରୀ ଶ୍ରୀକ୍ଷେତ୍ର ଯାଉଛନ୍ତି । ଶ୍ରୀଜିଉଙ୍କ ମାମୁଁଘର ଭାବେ ପରିଚିତ କଟକ ଜିଲ୍ଲା ନିଆଳି ବ୍ଲକ୍ ମାଧବଗ୍ରାମ ସ୍ଥିତ ମାଧବାନନ୍ଦଙ୍କ ମନ୍ଦିର ପକ୍ଷରୁ ବହୁ ବର୍ଷ ପୂର୍ବରୁ ପ୍ରଚଳିତ ପୁରୀ ଶ୍ରୀମନ୍ଦିରକୁ ପ୍ରଥମାଷ୍ଟମୀରେ ପୋଢୁଆଁ ଭାର ପଠାଯାଉଥିଲା। ସେହି ଅନୁସାରେ ଆଜି ସକାଳେ ଶ୍ରୀମାଧବଙ୍କ ସ୍ନାନ ଓ ମାର୍ଜନା ପରେ ମହାପ୍ରଭୁଙ୍କୁ ରାଜାରାଜେଶ୍ଵର ବେଶରେ ସୁସଜ୍ଜିତ କରାଯିବା ପରେ, ମାଧବଙ୍କ ମନ୍ଦିରରୁ ଭାର ଶୋଭାଯାତ୍ରା ଆରମ୍ଭ ହୋଇଥିଲା , ଆଗେଆଗେ ଭୋଇସେବକମାନେ ପତାକା ଧରି ଶୋଭାଯାତ୍ରାରେ ସାମିଲ ହୋଇଥିଲା ବେଳେ ଏଥିସହ ପାଇକ ଆଖଡ଼ା, ରାମତାଳି, ଲଉଡ଼ି ଖେଳ ପ୍ରଦର୍ଶନ କରାଯାଇଥିଲା | ଶ୍ରୀଜିଉଙ୍କ ଅଙ୍ଗଲାଗି ଖଣ୍ଡୁଆ ବସ୍ତ୍ର, ବିଭିନ୍ନ ଫଳମୂଳ, ତୁଳସୀ, ପଦ୍ମଫୁଲ ମାଳ ସହ ପୋଢୁଆଁ ଭୋଗ ନିମନ୍ତେ ଅରୁଆ ଚାଉଳ, ବିରି, ନଡ଼ିଆ, ଗୁଡ଼, ଡାଲି, ପାଚିଲା କଦଳୀ, ଘିଅ, ଅଳେଇଚ, ଲବଙ୍ଗ ସମେତ ପାନ, ଗୁଆ ଭାରରେ ଯାଇଛି , ଏହି କାର୍ଯ୍ୟକ୍ରମରେ ସହ ସହ ସଂଖ୍ୟାରେ ଭକ୍ତ , ଶ୍ରଦ୍ଧାଳୁମାନେ ପରିଚାଳନାରେ ସହଯୋଗ କରିଥିଲେ । ପ୍ରତି ବର୍ଷ ପରି ଆଜି ମାମୁଁ ଘରୁ ଶ୍ରୀକ୍ଷେତ୍ରରର ବଡ ଠାକୁର ଶ୍ରୀଜୀଉଙ୍କ ପୋଡୁଁଆ ଲାଗି ଶ୍ରଦ୍ଧା, ଓ ଭକ୍ତି ସହକାରେ ନାମ ସଙ୍କୀର୍ତ୍ତନରେ ନାଚି ନାଚି ଭକ୍ତମାନେ ଭାର ନେଇ ଯାଉଛନ୍ତି । ଆଜିର କାର୍ଯ୍ୟକ୍ରମ ପାଇଁ ସମଗ୍ର ନିଆଳିର ଆବାଳ ବୃଦ୍ଧ ବନିତା ସହ ଶ୍ରଦ୍ଧାଳୁ ମହିଳାମାନଙ୍କର ହୂଳହୁଳୀ, କରତାଳିର ଆନନ୍ଦ ଉଲ୍ଲାସରେ ଉଛୁଳି ପଡିଥିଲା ମାମୁଁ ଘର ମାଧବ, ସତେ ଯେମିତି ପୁରୀର ଶ୍ରୀକ୍ଷେତ୍ର ପାଲଟିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । Categories: ଓଡ଼ିଶା, କଟକ, ଖୋର୍ଦ୍ଧା, ହୋମ୍ Related Content ଦେଶର ଅଗ୍ନିବୀର ପରୀକ୍ଷାରେ ଓଡ଼ିଶା ଯୁବ ପ୍ରଶିକ୍ଷଣ ଏକାଡ଼େମୀରେ ସଫଳତା ପାଇଥିବା ପ୍ରାର୍ଥୀମାନଙ୍କୁ ସମ୍ବର୍ଦ୍ଧନା ସଭା by Proprietor Abhimanyu Maharana August 28, 2026 OJPT Felicitates Agniveer Success Stories; First Batch of 2026 Records 100% Success by Proprietor Abhimanyu Maharana August 28, 2026 ସକ୍ଷମ ଦ୍ୱାରା ଦିବ୍ୟାଙ୍ଗ ସଶକ୍ତିକରଣ ଶିବିର ଆୟୋଜନ by Proprietor Abhimanyu Maharana August 28, 2026 Saksham hosts Disabled Empowerment Camp by Proprietor Abhimanyu Maharana August 28, 2026 ଖଡ଼ଗ ନଦୀରେ ଡଙ୍ଗା ବୁଡି ଭାସିଗଲେ ଶଶୁର ଓ ବୋହୁ : ନିଖୋଜ ଛଅ ଜଣ ଉଦ୍ଧାର by Proprietor Abhimanyu Maharana August 28, 2026 ନେପାଳ ପାଇଁ ପ୍ରାର୍ଥନା ମାନବିକତା ପାଇଁ ଏକ ବାଲୁକା ଆନିମେସନ by Proprietor Abhimanyu Maharana August 28, 2026