ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରର ବୟୋଜ୍ୟେଷ୍ଠ ସାମ୍ବାଦିକ ସ୍ବର୍ଗତ ପ୍ରହଲ୍ଲାଦ ଗନ୍ତାୟତ ଙ୍କ ଧର୍ମ ପତ୍ନୀବେବାର୍ତ୍ତା ସାହି ନିବାସୀ ବୟୋଜେଷ୍ଠ ଧର୍ମପରାୟଣ ମହିଳା ଶୋଭାବତୀ ଗନ୍ତାୟତଙ୍କ ବିୟୋଗରେ ସହରର ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି. ମୃତ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା. ପୂର୍ବରୁ ତାଙ୍କ କନିଷ୍ଠ ପୁତ୍ର ସମ୍ବାଦର ପାରଳାଖେମୁଣ୍ଡି ପ୍ରତିନିଧି ଭାବେ କାର୍ଯ୍ୟ କରୁଥିବା ଶୈଳେଶ ଗନ୍ତାୟତ ଙ୍କ ମଧ୍ଯ କିଛି ବର୍ଷ ତଳେ ହାର୍ଟ ଅଟେକ୍ ରେ ମୃତ୍ୟୁ ହୋଇଯାଇଥିଲା l
ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ବଡ଼ ପୁଅ -ବୋହୁ, ୫ ଝିଅ, ସମସ୍ତ ଜ୍ୱାଇଁ, ନାତି ନାତୁଣୀ ଓ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ. ପାରଳାଖେମୁଣ୍ଡି ମହେନ୍ଦ୍ର ତନୟା ନଦୀ ତଟରେ ଥିବା ଶଶ୍ମାନ ଘାଟରେ ଶେଷ କୃତ୍ୟ ସମ୍ପନ୍ନ ହୋଇଯାଇଛି. ତାଙ୍କର ବଡ଼ ପୁଅ ଲକ୍ଷ୍ମୀ ନାରାୟଣ ଗନ୍ତାୟତ ମୁଖାଗ୍ନି ପ୍ରଦାନ କରିଥିଲେ.
