ଇସ୍ପାତ ନିର୍ମାଣରେ ସର୍କୁଲାରିଟୀ ଏବଂ କମ-କାର୍ବନ ନିର୍ଗମନକୁ ତ୍ୱରାନ୍ୱିତ କରାଉଛି – ଏଏମ୍/ଏନ୍ଏସ୍ ଇଣ୍ଡିଆ

● ଆର୍ଥିକ ବର୍ଷ ୨୦୨୪-୨୫ ର ସଷ୍ଟେନେବିଲିଟି ରିପୋର୍ଟ କାର୍ଯ୍ୟଧାରା, ମୂଲ୍ୟ ଶୃଙ୍ଖଳ ଏବଂ ଗୋଷ୍ଠୀମାନଙ୍କ ମଧ୍ୟରେ ମାପଯୋଗ୍ୟ ଅଗ୍ରଗତି ଉପରେ ଆଲୋକପାତ କରୁଛି

● ୨୦୧୫ ପରଠାରୁ ଅଙ୍ଗାରକାମ୍ଳ ନିର୍ଗମନ ତୀବ୍ରତାରେ ଏକ ତୃତୀୟାଂଶରୁ ଅଧିକ ହ୍ରାସ ରେକର୍ଡ଼ କରାଯାଇଛି । ଭାରତର ସବୁଠାରୁ କମ୍ କାର୍ବନ ନିର୍ଗମନକାରୀ ଅନ୍ୟତମ ସମନ୍ୱିତ ଇସ୍ପାତ ଉତ୍ପାଦକ ଭାବେ ମାନ୍ୟତା ପାଇଛି।

● କମ୍ପାନୀର ମୋଟ ବିଦ୍ୟୁତ୍ ବ୍ୟବହାରର ୨୬% ଅକ୍ଷୟ ଶକ୍ତି ଉତ୍ସରୁ ଆସୁଛି ।

● ଆର୍ଥିକ ବର୍ଷ ୨୦୨୪-୨୫ରେ ୪ ଲକ୍ଷ ଟନ୍ ରୁ ଅଧିକ ଷ୍ଟିଲ୍ ସ୍କ୍ରାପ୍ ବ୍ୟବହୃତ ହୋଇଛି। ଇସ୍ପାତ ଉତ୍ପାଦନରେ ୫.୭% ସ୍କ୍ରାପ୍ ମିଶ୍ରଣରେ ଏହାର ପ୍ରମୁଖ ଭୂମିକା ରହିଛି ।

ମୁମ୍ବାଇ/ଦିଲ୍ଲୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :-  ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ଆର୍ଥିକ ବର୍ଷ ୨୦୨୪-୨୦୨୫ ପାଇଁ ଏହାର ସଷ୍ଟେନେବିଲିଟି ରିପୋର୍ଟ ପ୍ରକାଶ କରିଛି, ଯାହା ଡିକାର୍ବୋନାଇଜେସନ, ସର୍କୁଲାରିଟୀ ଏବଂ ଗୋଷ୍ଠୀମାନଙ୍କ ସଶକ୍ତିକରଣ ପ୍ରତି ଏହାର ପ୍ରତିବଦ୍ଧତା ଉପରେ ମାପଯୋଗ୍ୟ ଅଗ୍ରଗତିକୁ ସୂଚିତ କରିଛି ।ଗ୍ଲୋବାଲ୍ ରିପୋର୍ଟିଂ ଇନିସିଏଟିଭ୍ (ଜିଆରଆଇ) ୨୦୨୧, ୟୁରୋପୀୟାନ୍ ସଷ୍ଟେନେବିଲିଟି ରିପୋର୍ଟିଂ ଷ୍ଟାଣ୍ଡାର୍ଡସ୍ (ଇଏସ୍ଆରଏସ୍), ଇଣ୍ଟିଗ୍ରଟେଡ ରିପୋର୍ଟିଂ (ଆଇଆର) ଏବଂ ବ୍ୟବସାୟିକ ଦାୟିତ୍ୱ ଏବଂ ସଷ୍ଟେନେବିଲିଟି ରିପୋର୍ଟିଂ (ବିଆରଏସ୍ଆର) ଭଳି ବିଶ୍ୱ ମାନକ ସହିତ ସମନ୍ୱୟ ରକ୍ଷା କରି ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବା ଏବଂ ସର୍କୁଲାରିଟୀକୁ ଗ୍ରହଣ କରିବା ପାଇଁ ଏଏମ୍/ଏନ୍ଏସ୍ ଇଣ୍ଡିଆର ପ୍ରୟାସ ସମ୍ପର୍କରେ ଏହି ରିପୋର୍ଟରେ ମଧ୍ୟ ଉଲ୍ଲେଖ କରାଯାଇଛି ।

ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦିଲୀପ ଉମେନ୍ କହିଛନ୍ତି:’ ସ୍ଥାୟିତ୍ଵ ଆମର ବ୍ୟବସାୟ ପରିଚାଳନାର ଏକ ଅବିଚ୍ଛେଦ୍ୟ ଅଂଶ, ଯାହା ନବସୃଜନକୁ ପ୍ରୋତ୍ସାହନ, ଜାତୀୟ ଜଳବାୟୁ କାର୍ଯ୍ୟନ୍ଵୟନ ଲକ୍ଷ୍ୟରେ ଯୋଗଦାନ ଏବଂ ଆମର କର୍ମଚାରୀ ଏବଂ ଅନ୍ୟାନ୍ୟ ସମସ୍ତ ଅଂଶୀଦାରଙ୍କ କଲ୍ୟାଣ ଏବଂ ସୁରକ୍ଷାକୁ ସୁନିଶ୍ଚିତ କରୁଛି। ବିଗତ ଆର୍ଥିକ ବର୍ଷ ଆମର ସ୍ଥାୟୀତ୍ୱ ଯାତ୍ରାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି,

କାରଣ ଆମେ ଅଧିକ ଦାୟିତ୍ୱର ସହ ଉଚ୍ଚ-ଗୁଣବତ୍ତା ଏବଂ କମ୍-କାର୍ବନ ନିର୍ଗମନ ସହିତ ଇସ୍ପାତ ଉତ୍ପାଦନ ଜାରି ରଖିବା ପାଇଁ ଆମର ପରିଚାଳନାଗତ ଉଦ୍ଦେଶ୍ୟ ଦିଗରେ ନିରନ୍ତର ଅଗ୍ରଗତି କରିଛୁ । ‘ସବୁଜ ପ୍ରତିଶ୍ରୁତିରୁ ସବୁଜ କାର୍ଯ୍ୟ’ ବିଷୟବସ୍ତୁ ଅନ୍ତର୍ଗତ, ରିପୋର୍ଟରେ ଆମର କାର୍ଯ୍ୟଧାରା, ମୂଲ୍ୟ ଶୃଙ୍ଖଳ ଏବଂ ଗୋଷ୍ଠୀମାନଙ୍କ ମଧ୍ୟରେ ସଷ୍ଟେନେବିଲିଟିରେ ଆମେ କରିଥିବା ମାପଯୋଗ୍ୟ ଅଗ୍ରଗତି ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି।’

ପରିଚାଳନାଗତ ପ୍ରମୁଖ ଉପଲବ୍ଧି : 

 କମ୍ କାର୍ବନ ନିର୍ଗମନ ଇସ୍ପାତ ନିର୍ମାଣରେ ଅଗ୍ରଗତି: ୨୦୨୧ ଆଧାର ରେଖାଠାରୁ ଅଙ୍ଗାରକାମ୍ଳ ନିର୍ଗମନ ତୀବ୍ରତା ୨.୨ % ହ୍ରାସ ପାଇଛି। ୨୦୧୫ ପରଠାରୁ, ଏଏମ୍/ଏନ୍ଏସ୍ ଇଣ୍ଡିଆ ଏକ ତୃତୀୟାଂଶରୁ ଅଧିକ ଅଙ୍ଗାରକାମ୍ଳ ନିର୍ଗମନ ତୀବ୍ରତା ହ୍ରାସ କରିଛି। ବର୍ତ୍ତମାନ କମ୍ପାନୀ ଭାରତର ଅନ୍ୟତମ ସର୍ବନିମ୍ନ କାର୍ବନ ନିର୍ଗମନକାରୀ ସମନ୍ୱିତ ଇସ୍ପାତ ଉତ୍ପାଦକ (ଜାତୀୟ ହାର ତୁଳନାରେ ୧୪% କମ୍) ଭାବେ ସ୍ୱୀକୃତି ହାସଲ କରିଛି।

 ଅକ୍ଷୟ ଶକ୍ତି ସମନ୍ୱୟ: କମ୍ପାନୀର ମୋଟ ବିଦ୍ୟୁତ୍ ବ୍ୟବହାରର ୨୬% ଅକ୍ଷୟ ଶକ୍ତି ଉତ୍ସରୁ ବ୍ୟବହୃତ ହେଉଛି। ଆନ୍ଧ୍ରପ୍ରଦେଶରେ ସ୍ଥିତ ପ୍ରାୟ ୧ ଗିଗା ୱାଟ୍ ହାଇବ୍ରିଡ୍ ଅକ୍ଷୟ ଶକ୍ତି ପ୍ରକଳ୍ପରୁ ସ୍ୱଚ୍ଛ ଶକ୍ତି ପାଇବା ଆରମ୍ଭ ହେବା ପରେ ଗୁଜରାଟର ହାଜିରାଠାରେ ଥିବା କମ୍ପାନୀର ପ୍ରମୁଖ ପ୍ଲାଣ୍ଟର ଅକ୍ଷୟ ଶକ୍ତି ହାସଲ କ୍ଷମତାରେ ଉଲ୍ଲେଖନୀୟ ବୃଦ୍ଧି ସମ୍ଭବପର ହୋଇଥିଲା । ଏଏମ୍ ଗ୍ରୀନ୍ ଏନର୍ଜି (ଆମର ଏକ ମୂଳ କମ୍ପାନୀ ଆର୍ସଲରମିତ୍ତଲର ଏକ ଅଂଶ) ଦ୍ୱାରା ବିକଶିତ ୦.୭ ବିଲିୟନ ଡଲାର ପ୍ରକଳ୍ପ, ଡିକାର୍ବୋନାଇଜେସନ ପ୍ରତି କମ୍ପାନୀର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।

 ଜଳ ସମ୍ପଦ ପରିଚାଳନା: ଭାରତରେ କମ୍ପାନୀର ପରିଚାଳନାରେ ଶୂନ୍ୟ ତରଳ ନିର୍ଗମନ ହାସଲ କରାଯାଇଛି ଏବଂ ୩୫୦ ନିୟୁତ ଲିଟର ବର୍ଷାଜଳ ସଂଗୃହିତ ହୋଇଛି।

 ସର୍କୁଲାରିଟୀ: ଏହି ଆର୍ଥିକ ବର୍ଷରେ ପ୍ରାୟ ୪.୧ ଲକ୍ଷ ଟନ୍ ଷ୍ଟିଲ୍ ସ୍କ୍ରାପ୍ ବ୍ୟବହାର କରାଯାଇଛି, ଯାହା ଫଳରେ ଇସ୍ପାତ ଉତ୍ପାଦନରେ ୫.୭ % ସ୍କ୍ରାପ୍ ମିଶ୍ରଣ ସମ୍ଭବପର ହୋଇଛି। ମହାରାଷ୍ଟ୍ରର ଖୋପୋଲିରେ ଏକ ସ୍କ୍ରାପ୍ ପ୍ରକ୍ରିୟାକରଣ ପ୍ଲାଣ୍ଟ ଏହାର ଯୋଗାଣ ଶୃଙ୍ଖଳରେ ଏହି ସର୍କୁଲାରିଟୀକୁ ତ୍ୱରାନ୍ୱିତ କରିଛି, ଯାହା ୨୦୩୦ ସୁଦ୍ଧା ଏଏମ୍/ଏନ୍ଏସ୍ ଇଣ୍ଡିଆକୁ ଏହାର ୧୦% ସ୍କ୍ରାପ୍ ମିଶ୍ରଣ ଲକ୍ଷ୍ୟର ନିକଟତର କରିଛି ।

ରିପୋର୍ଟରେ ପରବର୍ତ୍ତୀ ପିଢ଼ିର ଇସ୍ପାତ ନିର୍ମାଣ ଦିଗରେ ମାର୍ଗ ପ୍ରଶସ୍ତ କରିବା ପାଇଁ କମ୍ପାନୀ କିପରି ସବୁଜ ହାଇଡ୍ରୋଜେନ ଏବଂ କାର୍ବନକୁ ବାନ୍ଧି ରଖିବା ପଦ୍ଧତି ଅନୁସରଣ କରୁଛି ତାହା ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି। ଏଏମ୍/ଏନ୍ଏସ୍ ଇଣ୍ଡିଆ, ଆର୍ସଲରମିତ୍ତଲର ଏକ୍ସକାର୍ବ ଇଣ୍ଡିଆ ଆକ୍ସେଲେରେଟର କାର୍ଯ୍ୟକ୍ରମ (ଯେଉଁଥିରେ ଆଇଆଇଟି ମାଡ୍ରାସ ମଧ୍ୟ ସାମିଲ ଥିଲା) ସହ ସହଭାଗୀତା କରି ଡିକାର୍ବୋନାଇଜେସନ ପ୍ରଯୁକ୍ତିବିଦ୍ୟା ଉପରେ ଧ୍ୟାନ କେନ୍ଦ୍ରିତ କରି ୫୦ଟି ଷ୍ଟାର୍ଟ-ଅପ୍ ସହିତ ଆଲୋଚନା କରିଥିଲା ।

ସେମାନଙ୍କ ମଧ୍ୟରୁ, ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ତିନୋଟି କମ୍ପାନୀକୁ ଆର୍ସଲରମିତ୍ତଲ ଦ୍ୱାରା ସିଡ଼ ଫଣ୍ଡିଂ ପ୍ରଦାନ କରାଯାଇଥିଲା । ସିଏସଆର ପଦକ୍ଷେପ: କମ୍ପାନୀ ଏପର୍ଯ୍ୟନ୍ତ ଦେଶର ପ୍ରାୟ ୨୧୦ ଟି ଗ୍ରାମର ୨.୫ ନିୟୁତରୁ ଅଧିକ ଲୋକଙ୍କ ଜୀବନମାନରେ ଉନ୍ନତି ଆଣିପାରିଛି। ଆର୍ଥିକ ବର୍ଷ ୨୦୨୪-୨୦୨୫ରେ ଲୋକଙ୍କୁ ପ୍ରଭାବିତ କରିବା ଭଳି କିଛି ପ୍ରମୁଖ ପଦକ୍ଷେପ:

 ଦକ୍ଷତା ବିକାଶ (ଦକ୍ଷ): ୧୫୭୮ ଯୁବକଙ୍କୁ ତାଲିମ ପ୍ରଦାନ ; ୯୧୧ ଜଣଙ୍କ ସଫଳତାର ସହ ନିଯୁକ୍ତି ହାସଲ।

 ସ୍ୱାସ୍ଥ୍ୟ (ଆରୋଗ୍ୟ): ୦.୬୬ ନିୟୁତ ହିତାଧିକାରୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ପ୍ରଦାନ।

 ଜୀବିକା (ସଫଳ): ବିକଳ୍ପ ଜୀବିକା ପାଇଁ ଦୀର୍ଘସ୍ଥାୟୀ କୃଷି (ସଫଳ) କାର୍ଯ୍ୟକ୍ରମ ମାଧ୍ୟମରେ କୃଷକଙ୍କ ଆୟରେ ୨୦ % ବୃଦ୍ଧି।

 ପରିବେଶ ଏବଂ ଊର୍ଜା (ସବୁଜ ଏବଂ ଉଜ୍ଜ୍ୱଳା): ବନୀକରଣ ଏବଂ ସୌର ଭିତ୍ତିଭୂମି ସମ୍ପର୍କିତ ପଦକ୍ଷେପ। ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ ଇଣ୍ଡିଆ (ଏଏମ୍/ଏନଏସ୍ ଇଣ୍ଡିଆ)

ବିଷୟରେ :

ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ ଇଣ୍ଡିଆ (ଏଏମ୍/ଏନଏସ୍ ଇଣ୍ଡିଆ) ହେଉଛି ବିଶ୍ୱର ଦୁଇଟି ପ୍ରମୁଖ ଇସ୍ପାତ ଉତ୍ପାଦନ ସଂସ୍ଥା, ଆର୍ସଲରମିତ୍ତଲ ଏବଂ ନିପ୍ପନ୍ ଷ୍ଟିଲ ମଧ୍ୟରେ ଏକ ମିଳିତ ଉଦ୍ୟୋଗ। ଭାରତରେ ଏକ ଅଗ୍ରଣୀ ସମନ୍ୱିତ ଫ୍ଲାଟ କାର୍ବନ ଇସ୍ପାତ ଉତ୍ପାଦକ, କମ୍ପାନୀର ଅତ୍ୟାଧୁନିକ ଡାଉନଷ୍ଟ୍ରିମ୍ ସୁବିଧା ସହିତ ବାର୍ଷିକ ୯ ନିୟୁତ ଟନ୍ ଅଶୋଧିତ ଇସ୍ପାତ ଉତ୍ପାଦନ କ୍ଷମତା ଅଛି। ମୂଲ୍ୟଯୁକ୍ତ ଇସ୍ପାତ ସମେତ ସମ୍ପୂର୍ଣ୍ଣ ବିବିଧ ଫ୍ଲାଟ ଇସ୍ପାତ ଉତ୍ପାଦ ଉତ୍ପାଦନ କରିବା ସହ ଏହାର ୨୦ ନିୟୁତ ଟନ୍ ପେଲେଟ୍ ଉତ୍ପାଦନ କ୍ଷମତା ରହିଛି ।

Exit mobile version