Home ଓଡ଼ିଶା ଗୋଷ୍ଠୀ ସ୍ତରୀୟ କ୍ରୀଡା ପ୍ରତିଭା ଚୟନ କାର୍ଯ୍ୟକ୍ରମ ଉଦଯାପିତ by Proprietor Abhimanyu Maharana 10 months ago Share on FacebookShare on TwitterWhatsapp ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବ୍ଲକ ସ୍ତରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ରହିଥିବା କ୍ରୀଡା ପ୍ରତିଭା ର ଚୟନ ପାଇଁ ଗତ ଅଗଷ୍ଟ ୩୦ ତାରିଖ ରେ ଆରମ୍ଭ ହୋଇଥିବା ପ୍ରତିଯୋଗିତା କାର୍ଯ୍ୟକ୍ରମ ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା, ବାଲିପାଟଣା ବ୍ଲକ ନରିଶୋ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଉଦଯାପିତ ହୋଇଯାଇଛି । ୧୮ ଗୋଟି ବିଭାଗରେ ବିଭିନ୍ନ କ୍ରୀଡା କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀମାନେ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରୁ ୨୧ ଜଣଙ୍କୁ ରାଜ୍ୟ ସ୍ତରକୁ ମନୋନୀତ ହୋଇଛନ୍ତି । ବ୍ୟାଡମିଣ୍ଟନରେ ମକୁନ୍ଦଦାସପୁର ବିଦ୍ୟାଳୟର ଦୁଇଜଣ, ଭଲିବଲରେ ରାଜସ ହାଇ ସ୍କୁଲ୍ ରୁ ଦୁଇଜଣ, ଖୋଖାରେ ଚଣାହଟ୍ଟା ହାଇସ୍କୁଲ୍ ରୁ ଏକ ଜଣ, ଅଥେଲଟିକ୍ସରେ ବାଗଲପୁର ହାଇସ୍କୁଲରୁ ଏକ ଜଣ ଓ ବେସ ବଲ୍ ରେ କୁରୁଞ୍ଜୀପୂର୍ ହାଇସ୍କୁଲରୁ ପନ୍ଦର ଜଣ ଛାତ୍ର ଛାତ୍ରୀ ରାଜ୍ୟ ସ୍ତରୀୟ ଖେଳ ପାଇଁ ମନୋନୀତ ହୋଇଛନ୍ତି । ଏହି ଉପଲକ୍ଷେ ଆୟୋଜିତ ଉଦଯାପନୀ ଉତ୍ସବରେ ବ୍ଲକ ଶିକ୍ଷାଧିକାରୀ ଡ୍ ପ୍ରଭାତ କୁମାର ରଥ ମୁଖ୍ୟ ଅତିଥି,ସହ ଶିକ୍ଷା ଅଧିକାରୀ ବିଜୟ କୁମାର ବେହେରା, ପ୍ରଧାନ ଶିକ୍ଷକ ଅର୍ଣବ୍ କୁମାର ବେହୁରା,ବିଜୟ ବେହେରା,ପୂର୍ବତନ ପ୍ରଧାନ ଶିକ୍ଷକ ମହେନ୍ଦ୍ର ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ପ୍ରଧାନ ଶିକ୍ଷୟତ୍ରୀ ସସ୍ମିତା ବେହେରାଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଆୟୋଜକ ସମ୍ପାଦକ ମହେଶ୍ୱର ପ୍ରଧାନ ସ୍ଵାଗତ ଭାଷଣ ଓ ପୂର୍ବତନ ଖେଳ ଶିକ୍ଷକ ଶିବ ନାରାୟଣ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ। ଖେଳ ଶିକ୍ଷକ ତ୍ରିଲୋଚନ ବିଶ୍ଵାଳ,ସ୍ମିତା ଦାସ,ମହେଶ ଦତ୍ତ,ସୁନିଲ ମହାନ୍ତି,ପ୍ରଜ୍ଞା ପାରମିତା ଦାସ,ସରୋଜ ଜାଲି,ରାମ ମିଶ୍ର, ବର୍ଶାରାଣି ଦଳାଇ,ସୌଦାମିନୀ ଭୋଇ,ସତ୍ୟଭାମା ବାରିକ ପ୍ରମୁଖ ଖେଳ ପରିଚାଳନା କରିଥିଲେ । Categories: ଓଡ଼ିଶା, କଟକ, ଖୋର୍ଦ୍ଧା, ହୋମ୍ Related Content ଦେଶର ଅଗ୍ନିବୀର ପରୀକ୍ଷାରେ ଓଡ଼ିଶା ଯୁବ ପ୍ରଶିକ୍ଷଣ ଏକାଡ଼େମୀରେ ସଫଳତା ପାଇଥିବା ପ୍ରାର୍ଥୀମାନଙ୍କୁ ସମ୍ବର୍ଦ୍ଧନା ସଭା by Proprietor Abhimanyu Maharana August 28, 2026 OJPT Felicitates Agniveer Success Stories; First Batch of 2026 Records 100% Success by Proprietor Abhimanyu Maharana August 28, 2026 ସକ୍ଷମ ଦ୍ୱାରା ଦିବ୍ୟାଙ୍ଗ ସଶକ୍ତିକରଣ ଶିବିର ଆୟୋଜନ by Proprietor Abhimanyu Maharana August 28, 2026 Saksham hosts Disabled Empowerment Camp by Proprietor Abhimanyu Maharana August 28, 2026 ଖଡ଼ଗ ନଦୀରେ ଡଙ୍ଗା ବୁଡି ଭାସିଗଲେ ଶଶୁର ଓ ବୋହୁ : ନିଖୋଜ ଛଅ ଜଣ ଉଦ୍ଧାର by Proprietor Abhimanyu Maharana August 28, 2026 ନେପାଳ ପାଇଁ ପ୍ରାର୍ଥନା ମାନବିକତା ପାଇଁ ଏକ ବାଲୁକା ଆନିମେସନ by Proprietor Abhimanyu Maharana August 28, 2026