Home ଓଡ଼ିଶା ଦୁର୍ଘଟଣା ରେ ୨ଜଣ ଗୁରୁତର ଡାକ୍ତରଖାନା ରେ ଭର୍ତ୍ତି by Proprietor Abhimanyu Maharana 8 months ago Share on FacebookShare on TwitterWhatsapp ସାକ୍ଷୀଗୋପାଳ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ରାଜକିଶୋର ସେନାପତି – ସତ୍ୟବାଦୀ ଥାନା ଅନ୍ତର୍ଗତ ପୁରୀ ଭୁବନେଶ୍ୱର ଜାତୀୟ ରାଜପଥର କାଦୁଆ ଛକ ପେଟ୍ରୋଲ ପମ୍ପ ସମ୍ମୁଖରେ ଗତକାଲି ରାତି ପ୍ରାୟ ଗୋଟାଏ ସମୟରେ ଏକ ଦୁର୍ଘଟଣା ଘଟିଅଛି l ଏହି ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି l ବାଲିଯାତ୍ରା ଦେଖିବାକୁ ଚନ୍ଦନ ପୁର ଥାନା ଅନ୍ତର୍ଗତ ଶାସନ ଦାମୋଦର ପୁର ସାମିଲ ନରହରି ପୁର ଗ୍ରାମର ୪ ଜଣ ବନ୍ଧୁ ୨ ଗୋଟି ବାଇକ ରେ କଟକ ଯାଇଥିଲେ l ବାଲିଯାତ୍ରା ଦେଖି ୪ ଜଣ ବନ୍ଧୁ ୨ ଗୋଟି ବାଇକରେ ଗ୍ରାମକୁ ଫେରିବା ସମୟରେ ରାତି ପ୍ରାୟ ଗୋଟାଏ ସମୟରେ କାଦୁଆ ପେଟ୍ରୋଲ ପମ୍ପ ସମ୍ମୁଖରେ ଭୁବନେଶ୍ୱରରୁ ପୁରୀ ଆସୁଥିବା ଓ ଡି – ୦୨ – ବି ଏଲ – ୮୧୮୮ କାର ବାଇକ ଦ୍ବୟକୁ ପଛ ପଟୁ ଧକ୍କା ଦେଇଥିଲା l ଗୋଟିଏ ବାଇକ ଛିଟିକି ପଡି ରାଜପଥ ଅତିକ୍ରମ କରି ଦିଭାଇଡ଼ର ଉପରେ ପଡିଥିଲା l ଆଉ ଗୋଟିଏ ବାଇକ କାର ସହିତ ରାଜପଥ ପାର୍ଶ୍ୱରେ କ୍ରାସ ବ୍ୟାରିଅର ସହିତ ଚିପି ହୋଇ ଯାଇଥିଲା l ବାଇକ ଆରୋହୀ ବିକାଶ ସାହୁ (୨୯) ଓ କୁଶିଆ ପ୍ରଧାନ (୩୦) ଗୁରୁତର ଆହତ ହୋଇଥିଲେ l ସ୍ଥାନୀୟ ଜନସାଧାରଣ, ସତ୍ୟବାଦୀ ପୋଲିସ, ଓ ହାଇ ୱେ ପେଟ୍ରୋଲିଂ ଗାଡି ଘଟଣା ସ୍ଥଳରୁ ଆହତ ଦ୍ବୟଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ l ଅବସ୍ଥା ଗୁରୁତର ଥିବାରୁ ଆହତ ଦ୍ବୟଙ୍କୁ ଅଧିକ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ସ୍ଥାନାନ୍ତର କରା ଯାଇଥିଲା l ଅନ୍ୟ ୨ ଜଣଙ୍କୁ ସାକ୍ଷୀଗୋପାଳ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରା ଯାଇଥିଲା l ସେମାନେ ସୁସ୍ଥ ଅଛନ୍ତି l ସତ୍ୟବାଦୀ ପୋଲିସ ଏକ ମୋକଦ୍ଦମା ରୁଜୁ କରି ଘଟଣା ର ତଦନ୍ତ କରୁଛନ୍ତି ବୋଲି ଜଣା ପଡ଼ିଅଛି l Categories: ଓଡ଼ିଶା, ପୁରୀ, ହୋମ୍ Related Content କଣ୍ଟାବାଞ୍ଜି ପୋଲିସର ତତ୍ପରତା ଓ ଅନିଲ ଅଗ୍ରୱାଲଙ୍କ ସାଧୁତା by Proprietor Abhimanyu Maharana July 8, 2026 କାମ ସାରି ଘରକୁ ଫେରୁଥିବା ବେଳେ ନିଖୋଜ ହେଲେ ଡ୍ରାଇଭର ସୀତାରାମ ସାହୁ by Proprietor Abhimanyu Maharana July 8, 2026 ଭାଲୁଖାଇ ଛେଳି ଗୁହାଳରୁ ଦୁଇ ଯୁବକଙ୍କ ଶବ ଉଦ୍ଧାର, କାରଣ ଅସ୍ପଷ୍ଟ by Proprietor Abhimanyu Maharana July 8, 2026 ରଥଯାତ୍ରା ପାଇଁ ପୋଲିସ ଓ ୮ ସାହି ବାସିନ୍ଦାଙ୍କ ସହ ସମନ୍ୱୟ ବୈଠକ by Proprietor Abhimanyu Maharana July 8, 2026 ରଥଯାତ୍ରାରେ ବିପଦ ସାଜିବ ମୁକୁଳା ଡ୍ରେନ by Proprietor Abhimanyu Maharana July 8, 2026 ପୁରୀ ବିଚ୍ ଫଟୋଗ୍ରାଫର ମହାସଂଘ ବାର୍ଷିକ ସାଧାରଣ ନିର୍ବାଚନ by Proprietor Abhimanyu Maharana July 8, 2026