Home ଓଡ଼ିଶା ପୁରୁଣା ପେନସନ ଲାଗି ଦିଲ୍ଲୀରେ ଜାତୀୟ କାର୍ଯ୍ୟକାରିଣୀ ବୈଠକ ଓ ସାମ୍ବାଦିକ ସମିଳନୀ : ମହାସଙ୍ଘ ସଭାପତି ବିଜୟ ମଲ୍ଲଙ୍କ ଯୋଗଦାନ by Proprietor Abhimanyu Maharana 10 months ago Share on FacebookShare on TwitterWhatsapp ୨୫ ନଭେମ୍ବର ଦିଲ୍ଲୀ ଚାଲ ମହାଆନ୍ଦୋଳନ ନୂଆଦିଲ୍ଲୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ସାରା ଭାରତ ବର୍ଷରେ କାର୍ଯ୍ୟରତ କେନ୍ଦ୍ର ଓ ସମସ୍ତ ରାଜ୍ୟର ସରକାରୀ କର୍ମଚାରୀଙ୍କ ଦାବି ପୁରୁଣା ପେନସନକୁ ସାକାର କରିବା ନେଇ ରାଷ୍ଟ୍ରୀୟ ପୁରୁଣା ପେନସନ ଅଭିଯାନ ସଂଗଠନ ନୂଆଦିଲ୍ଲୀ ଠାରେ କେନ୍ଦ୍ରୀୟ ଏକ୍ଜିକ୍ୟୁଟିଭ ବୈଠକ ଓ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ସମସ୍ତ ରାଜ୍ୟର ନେତୃତ୍ୱ ମାନେ କେନ୍ଦ୍ର ସରକାର ଘୋଷଣା କରିଥିବା ୟୁନିଫାଏଡ ପେନସନ ସ୍କିମକୁ ବିରୋଧ କରି ଦେଶର ଏକ କୋଟି ଶିକ୍ଷକ ଏବଂ କର୍ମଚାରୀମାନଙ୍କ ପାଇଁ ପୁରୁଣା ପେନସନ ଲାଗୁକରିବା ନିମନ୍ତେ କେନ୍ଦ୍ରସରକାରଙ୍କୁ ଦାବି କରିଥିଲେ । କେନ୍ଦ୍ର ସରକାର ୟୁନିଫାଏଡ ସ୍କିମ ଲାଗୁକରିବା ପରେ ସମଗ୍ର ଦେଶର ସରକାରୀ କର୍ମଚାରୀମାନଙ୍କର ମାତ୍ର ୩%କର୍ମଚାରୀ ନେସନାଲ ପେନସନ ସ୍କିମ ରୁ ୟୁନିଫାଏଡ଼ ପେନସନ ସ୍କିମ କୁ ବିକଳ୍ପ ବାଛିଛନ୍ତି। ଏଥିରୁ ସ୍ପଷ୍ଟ ଅନୁମେୟ ହେଉଛି ଯେ ସମଗ୍ର ଭାରତରେ ସରକାରୀ କର୍ମଚାରୀମାନେ ପୁରୁଣା ପେନସନ ସ୍କିମ ଅତିରିକ୍ତ କୌଣସି ବିକଳ୍ପ ଚାହୁଁନାହାଁନ୍ତି, ଯେଉଁଥିପାଇଁ କି ଏହା ଲାଗୁ କରିବାପାଇଁ ବାରମ୍ବାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଆସୁଛନ୍ତି। ଉକ୍ତ ବୈଠକରେ ଓଡିଶାରୁ ରାଜ୍ୟ ଏନଏମଓପିଏସ ର ସଭାପତି ଶ୍ରୀ ବିଜୟ ମଲ୍ଲ ଓଡିଶାର ପ୍ରତିନିଧି ଭାବରେ ଯୋଗଦାନ କରିବା ସହ ଭାରତର ପେନସନ ମ୍ୟାନ ଭାବେ ପରିଚିତ ଶ୍ରୀ ବିଜୟ ବନ୍ଧୁ ସାରା ଦେଶରେ ଅଗଣିତ ସରକାରୀ କର୍ମଚାରୀଙ୍କ ଦ୍ଵାରା ଆସନ୍ତା ୨୫ ନଭେମ୍ବର ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ପୁରୁଣା ପେନସନ ମହାଆନ୍ଦୋଳନରେ ବହୁ ସଂଖ୍ୟାରେ ଯୋଗଦାନ କରିବାକୁ ସରକାରୀ କର୍ମଚାରୀ ମାନଙ୍କୁ ଅନୁରୋଧ କରିଥିଲେ। Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ଲଗାଣ ବର୍ଷାରେ ପ୍ରାଥମିକ ବିଦ୍ୟାଳୟର ଛାତ ଭୁଶୁଡ଼ିଲା ବାରଣ୍ଡାରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ, ମରାମତି ପାଇଁ ଦାବି by Proprietor Abhimanyu Maharana August 29, 2026 ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ "ନିଶାମୁକ୍ତ ଓଡିଶା ଅଭିଯାନ" ପାଳିତ by Proprietor Abhimanyu Maharana August 29, 2026 ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀ ଅବସରରେ ଗଜପତିରେ ଜିଲ୍ଲାସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ପାଳିତ by Proprietor Abhimanyu Maharana August 29, 2026 ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ by Proprietor Abhimanyu Maharana August 29, 2026 ପୋଖରୀକୁ ଖୋଳି ଲକ୍ଷ ଲକ୍ଷ ଟଙ୍କାର ମାଟି ବୋହି ନେଲେ ମାଫିଆ : ରାଜସ୍ବ କ୍ଷତି,ପ୍ରଶାସନ ନିଦାବିଷ୍ଣୁ by Proprietor Abhimanyu Maharana August 28, 2026 ନୟାଗଡ଼ ଜିଲ୍ଲାର ୨ ଲକ୍ଷ ୩୩ ହଜାର ୫୮୫ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ପଞ୍ଚମ କିସ୍ତିରେ ୧୧୬ କୋଟି ୮୦ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ by Proprietor Abhimanyu Maharana August 28, 2026