କୋରୁକୋଣ୍ଡା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ କୋରୁକୋଣ୍ଡା ଶାଖା ପକ୍ଷରୁ ଆଜି ନୀଳାଦ୍ରିନଗର ସ୍ଥିତ ସୋରଲୁକୋଣ୍ଡା ବ୍ୟାରେଜ ଠାରେ ଆଜି ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକଟି କୋରୁକୋଣ୍ଡା ଉତ୍କଳ ସାମ୍ବାଦିକ ସଙ୍ଘ ସଭାପତି ପ୍ରଦୀପ ମହାରଣା ଙ୍କ ନେତୃତ୍ୱରେ ହୋଇଥିବା ବେଳେ ଜିଲ୍ଲାର ପ୍ରତ୍ୟେକ ବ୍ଲକ ରୁ ସଙ୍ଘ ର ସଭାପତି ସଂପାଦକ ଙ୍କ ସମେତ ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।
