Home ଓଡ଼ିଶା ୱାଇ କପ – ୨୦୨୫ ସମ୍ଭାବନାମୟ ସମ୍ମିଳନୀ ଉଦଯାପିତ by Proprietor Abhimanyu Maharana 10 months ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ନିଜ ଘରୁ ପରିବର୍ତନ ର ଧାରା ଆରମ୍ଭ ହେଲେ ଭବିଷ୍ୟତରେ ଅନେକ ପାରିବେଶିକ ସଙ୍କଟରୁ ରକ୍ଷା ମିଳିପାରିବ ବୋଲି ରବିବାର ୱାଇ କପ -୨୦୨୫ ସମ୍ଭାବନାମୟ ସମ୍ମିଳନୀ ସଂସ୍କୃତି ଭବନ ଠାରେ ଦୁଇଦିନିଆ କର୍ମଶାଳା ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଂଖ୍ୟାଧିକ ପ୍ରତିନିଧି ଯୋଗ ଦେଇଥିଲେ । ପୂର୍ବାହ୍ନ ରେ ଓଡିଶାରେ ପରିଚିତ ଜଳପୁରୁଷ ରଞ୍ଜନ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିତର୍କରେ ଆଇନା ସଂସ୍ଥାର ବରିଷ୍ଠ କାର୍ଯ୍ୟନିର୍ବାହୀ ସଦସ୍ୟ ଡ ଅଦିତି ପଣ୍ଡା ପ୍ରତିନିଧିମାନଙ୍କୁ ବିଭିନ୍ନ କଳାକୌଶଳ ଅବଲମ୍ବନ ରେ ପରିବେଶ ସଙ୍କଟକୁ କିପରି ଜାଣିବା ଓ ତାହାର ପ୍ରତିକାର ଦିଗରେ ପଦକ୍ଷେପ ନିଆଯିବା ସମ୍ପର୍କ ରେ କହିଥିଲେ । ଶିଶୁ ପ୍ରତିନିଧି ମାନେ ବିଜ୍ଞାନଭିତ୍ତିକ ପ୍ରଦର୍ଶନୀ ଉପରେ ସୁନ୍ଦର ଅଭିଭାଷଣ ପ୍ରଦାନ କରିଥିଲେ । ବୃତ୍ତଚିତ୍ର ନିର୍ମାତା ସ୍ନେହାଶିଷ ଦାସ କ୍ଷୟ ହେଉଥିବା ପ୍ରକୃତି ର ନିରାକରଣ ସକାଶେ ତୃଣମୂଳ ସ୍ତରରୁ ବିହିତ ପଦକ୍ଷେପ ନେବା ଏବଂ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରୁ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ପରାମର୍ଶ ଦେଇଥିଲେ । ବରିଷ୍ଠ ସାମ୍ବାଦିକ ଅନୁଜ ଦାସ ପରିବେଶ ସମ୍ପର୍କକୁ ବୁଝିବା ଏବଂ ସୁରକ୍ଷା ଲାଗି ଛାତ୍ର ଓ ଯୁବ ସମାଜର କର୍ତ୍ତବ୍ୟ ପ୍ରାଥମିକତା ହେବା ଜରୁରୀ ବୋଲି ଦୃଢ଼ ମତ ପଶୋଣ କରିଥିଲେ । ଏକ ତର୍କ ମାଧ୍ୟମ ରେ ପରିବେଶ ସଚେତନତା କୂ ଗୁରୁତ୍ୱ ଦେବା ଏବଂ ଜଣେ ଦଶ ଜଣଙ୍କୁ ପ୍ଲାଷ୍ଟିକମୁକ୍ତ।ପରିବେଶ ସୃଷ୍ଟି କରିବା ଉପରେ ଜୋର ଦିଆଯାଇଥିଲା । ପାରାଦ୍ୱୀପ ଅଞ୍ଚଳ ର ଯୁବ ପରିବେଶ କର୍ମୀ ବାପି ଗୋଛାୟତଙ୍କୁ ଦ୍ଵିତୀୟ ୟୁଥ ଫର ୱାଟର ଇନିସଏଟିଭି ସମ୍ମାନ ସହ ଅର୍ଥରାଶି ପ୍ରଦାନ କରାଯାଇଥିଲା । ସାମାଜିକ କର୍ମୀ ରୁଚି ଜଗଦେବ ଧନ୍ୟବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, ପୁରୀ, ହୋମ୍ Related Content ଲଗାଣ ବର୍ଷାରେ ପ୍ରାଥମିକ ବିଦ୍ୟାଳୟର ଛାତ ଭୁଶୁଡ଼ିଲା ବାରଣ୍ଡାରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ, ମରାମତି ପାଇଁ ଦାବି by Proprietor Abhimanyu Maharana August 29, 2026 ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ "ନିଶାମୁକ୍ତ ଓଡିଶା ଅଭିଯାନ" ପାଳିତ by Proprietor Abhimanyu Maharana August 29, 2026 ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀ ଅବସରରେ ଗଜପତିରେ ଜିଲ୍ଲାସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ପାଳିତ by Proprietor Abhimanyu Maharana August 29, 2026 ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ by Proprietor Abhimanyu Maharana August 29, 2026 ପୋଖରୀକୁ ଖୋଳି ଲକ୍ଷ ଲକ୍ଷ ଟଙ୍କାର ମାଟି ବୋହି ନେଲେ ମାଫିଆ : ରାଜସ୍ବ କ୍ଷତି,ପ୍ରଶାସନ ନିଦାବିଷ୍ଣୁ by Proprietor Abhimanyu Maharana August 28, 2026 ନୟାଗଡ଼ ଜିଲ୍ଲାର ୨ ଲକ୍ଷ ୩୩ ହଜାର ୫୮୫ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ପଞ୍ଚମ କିସ୍ତିରେ ୧୧୬ କୋଟି ୮୦ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ by Proprietor Abhimanyu Maharana August 28, 2026