ଓଡ଼ିଶା ତାଜା ନ୍ୟୁଜ (୧୫ ସେପ୍ଟେମ୍ବର ମଙ୍ଗଳବାର) ଢ଼େଙ୍କାନାଳ :– ଆଜି ଜିଲ୍ଲା ଗୋପବନ୍ଧୁ ଟାଉନ ହଲ ସାମ୍ନାରେ ବିଜେପି ପକ୍ଷରୁ ସେବା ସପ୍ତାହର ଦ୍ବିତୀୟ ଦିବସରେ ଦିଵ୍ୟାଙ୍ଗ ମାନଙ୍କୁ ତିନି ଚକିଆ ସାଇକେଲ, ଶ୍ରବଣ ଯନ୍ତ୍ର ଓ ଅନ୍ଧ ମାନଙ୍କ ପାଇଁ ଇଲେକ୍ଟ୍ରିକ ବାଡ଼ି ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଭାରତୀୟ ଜନତା ପାର୍ଟି ତରଫରୁ ପାଳନ ହେଉଥିବା ସେବାସପ୍ତାହ ର ଦ୍ବିତୀୟ ଦିବସରେ ସଦର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର, କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ରାମଚନ୍ଦ୍ର ପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ବିଷ୍ଣୁ ପ୍ରସାଦ ଲେଙ୍କା, ମିଡିଆ
ସେଲ ଜିଲ୍ଲା କୋଡ଼ିନେଟର ନବ କିଶୋର ଗୁରୁ,ନଗର ମଣ୍ଡଳ ସଭାପତି ଅଜୟ କୁମାର ଭଞ୍ଜ, ଭାପୁର ମଣ୍ଡଳ ସଭାପତି ଧୁର୍ବ ଚରଣ ରାଉତ,ମଣ୍ଡଳ ସଭାପତି ଲଳିତ ଦାସ ,ଅନ୍ୟତମ ମଣ୍ଡଳ ସଭାପତି ଅଭିମନ୍ୟୁ ବେହେରା,ବରିଷ୍ଠ କାର୍ଯ୍ୟକର୍ତା ଧୁର୍ବ ସ୍ୱାଇଁ, ଯୁବମୋର୍ଚ୍ଚା ନଗର ସଭାପତି ସଙ୍କଳ୍ପ ଦାସ, ମହିଳା ମୋର୍ଚ୍ଚା ସମ୍ପାଦିକା ସସ୍ମିତା ସାମଲ ବହୁ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତି ରେ ଦିବ୍ୟଙ୍ଗ ମାନଙ୍କୁ, ତିନି ଚକିଆ ସାଇକେଲ, ଶ୍ରବଣ ଯନ୍ତ୍ର ଓ ଅନ୍ଧ ମାନଙ୍କ ପାଇଁ ଏଲେଟ୍ରିକ ବାଡ଼ି ପ୍ରଦାନ କରାଯାଇଥିଲା । (ରିପୋର୍ଟ-ଅମର ରଞ୍ଜନ ଦାସ)
