Home ଓଡ଼ିଶା କୃଷି ବିଜ୍ଞାନ କେନ୍ଦ୍ରରେ ଆରୟା ପ୍ରକଳ୍ପର ଜିଲ୍ଲାସ୍ତରୀୟ ବାର୍ଷିକ ବୈଠକ by Proprietor Abhimanyu Maharana 10 months ago Share on FacebookShare on TwitterWhatsapp ସାକ୍ଷୀଗୋପାଳ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ରାଜକିଶୋର ସେନାପତି – କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଏକ ଦିବସିଆ ଜିଲ୍ଲାସ୍ତରୀୟ ଆରୟା(Arya) ପ୍ରକଳ୍ପ ବାର୍ଷିକ ବୈଠକ ଅନୁଷ୍ଠିତ ହୋଯାଇଅଛି। କାର୍ଯ୍ୟକ୍ରମରେ ଜାତୀୟ ସ୍ତରରେ ଅଟାରି ଜୋନର ପ୍ରକଳ୍ପ ନିର୍ଦ୍ଦେଶକ ଡକ୍ଟର ଅଭିଜିତ ହଲଦାର, କୃଷି ସମ୍ପ୍ରସାରଣର ସହ ନିର୍ଦ୍ଦେଶକ ଡକ୍ଟର୍ ରବି ରତନ ଦାସ, ରାଜ୍ୟ ଆରୟା ପ୍ରକଳ୍ପ ନିର୍ଦ୍ଦେଶିକା ଡକ୍ଟର ଶ୍ରବଣୀ ଦାସ ପ୍ରକଳ୍ପ ଅର୍ନ୍ତଗତ ଯୁବଚାଷୀ ଜିଲ୍ଲାରେ କାର୍ଯ୍ୟରତ ଉଦ୍ୟାନ ଅଧିକାରୀ , କୃଷି ଅଧିକାରୀ, ମତ୍ସ୍ୟ ଅଧିକାରୀ, ପ୍ରାଣୀ ସମ୍ପଦ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। କୃଷି ବିଜ୍ଞାନ କେନ୍ଦ୍ରର ମତ୍ସ୍ୟ ବିଜ୍ଞାନୀ ଅଧିକାରୀ ଡକ୍ଟର ଅମ୍ବିକା ପ୍ରସାଦ ନାୟକ ସ୍ବାଗତ ଭାଷଣ ଦେଇଥିଲେ। ଏହି କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡକ୍ଟର ସୁର୍ଯ୍ୟ ନାରାୟଣ ମିଶ୍ର ଉକ୍ତ କାର୍ଯ୍ୟକ୍ରମର ବିଗତ ବର୍ଷର କାର୍ଯ୍ୟକ୍ରମ ଓ ଚଳିତ ବର୍ଷର କାର୍ଯ୍ୟକ୍ରମ ସମ୍ପକ ରେ ଆଲୋଚନା କରିଥିଲେ। ଓୟୁଏଟି ସମ୍ପ୍ରସାରଣ ସହ ନିର୍ଦ୍ଦେଶକ ଡକ୍ଟର ରବିରତନ ଦାସ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ପ୍ରକଳ୍ପର ସଫଳତା ଦୃଷ୍ଟାନ୍ତମୂଳକ ଏବ° ବର୍ତ୍ତମାନ ଏହାକୁ ଲୋକଲୋଚନକୁ ଆଣିବା ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ଜୋନାଲ ପ୍ରକଳ୍ପ ନିର୍ଦ୍ଦେଶକ ଡକ୍ଟର ଅଭିଜିତ ହଲଦାର ମଧ୍ୟ ମହୁମାଛି, ମତ୍ସ୍ୟ, କୁକୁଡ଼ା ପାଳନ ଓ ଛତୁ ଚାଷରେ ଦକ୍ଷତା ଅବଲମ୍ବନ ପରେ କେନ୍ଦ୍ର ସହାୟତାରେ ସଫଳ ଯୁବପିଢିଙ୍କୁ ଅଭିନନ୍ଦନ ଜଣାଇଥିଲେ। ରାଜ୍ୟ ପ୍ରକଳ୍ପର ନିରେଦେଶିକା ସଫଳତା ଏବ ° ବିଫଳତାର କାହାନୀ କିପରି ଯୁବଚାଷୀଙ୍କୁ ଅନୁପ୍ରାଣିତ କରିବା ଏବ ° ଚାଷ କ୍ଷେତ୍ରରେ ଅନୁବଦ୍ଧିତ କରି ରଖିବ ସେ ଦିଗରେ ଆଲୋକପାତ କରିଥିଲେ। ଯୁବ ଚାଷୀ ମାନେ ପ୍ରକଳ୍ପ ମାଧ୍ୟମରେ କିପରି ସଫଳ ହୋଇପାରିଛନ୍ତି ତାହା ଅବଗତ କରିଥିଲେ। ସମସ୍ତ ଜିଲ୍ଲା ଅଧିକାରୀ ବୃନ୍ଦ ମଧ୍ୟ ପ୍ରକଳ୍ପର ସଫଳତାରେ କିପରି ଅନ୍ୟାନ୍ୟ ସରକାରୀ ସୁବିଧା ସଂଯୋଗ କରିହେବ ସେ ବିଷୟରେ ଆଲୋଚନା କରିଥିଲେ। ପ୍ରକଳ୍ପ ଅଧିକାରୀ ବୃନ୍ଦ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ମାନଙ୍କ ସହିତ ମହୁଚାଷରେ ସଫଳତା ପାଇଥିବା ପିପିଲି ବ୍ଲକର ଶ୍ରୀ ସୁଶାନ୍ତ କୁମାର ସାହୁ ଏଂବ ସଦର ବ୍ଲକର ମତ୍ସ୍ୟ ଚାଷୀ ଶ୍ରୀ ସନ୍ତୋଷ ଦାସଙ୍କ କ୍ଷେତ୍ର ପରିଦର୍ଶନ କରିଥଲେ । କ୍ଷେତ୍ରର ପ୍ରକଳ୍ପ ଅଧିକାରୀ ଡକ୍ଟର ସୁମିତା ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।ଡକ୍ଟର ଦୀପଶିଖା ପରମଜିତା , ଡକ୍ଟର ବିଷ୍ଣୁପଦ ଗିରି, ଡକ୍ଟର ସାର୍ଥକ ପଟ୍ଟନାୟକ, ରାଜେଶ ମହାପାତ୍ର, ବିଭୁପ୍ରସାଦ ଦାଶ, ଗୋପାଳ କୃଷ୍ଣ ଓଝା, ଶୁଭମ ସାଗର ନାୟକ, ସ୍ମୃତିମୟୀ ମିଶ୍ର, ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ । Categories: ଓଡ଼ିଶା, ପୁରୀ, ହୋମ୍ Related Content ସୁଭଦ୍ରା ୫ କିସ୍ତି ଅର୍ଥ ପ୍ରଦାନ। ପୁରୀ ଜିଲ୍ଲାର ୪୨୨୧୧୨ ହିତାଧିକାରୀ ଉପକୃତ : ମହିଳା ସଶକ୍ତ ହେଲେ ସମାଜ ସୁଦୃଢ଼ ହେବ - ରାଜସ୍ୱ ମନ୍ତ୍ରୀ by Proprietor Abhimanyu Maharana August 28, 2026 ଦେଶର ଅଗ୍ନିବୀର ପରୀକ୍ଷାରେ ଓଡ଼ିଶା ଯୁବ ପ୍ରଶିକ୍ଷଣ ଏକାଡ଼େମୀରେ ସଫଳତା ପାଇଥିବା ପ୍ରାର୍ଥୀମାନଙ୍କୁ ସମ୍ବର୍ଦ୍ଧନା ସଭା by Proprietor Abhimanyu Maharana August 28, 2026 OJPT Felicitates Agniveer Success Stories; First Batch of 2026 Records 100% Success by Proprietor Abhimanyu Maharana August 28, 2026 ସକ୍ଷମ ଦ୍ୱାରା ଦିବ୍ୟାଙ୍ଗ ସଶକ୍ତିକରଣ ଶିବିର ଆୟୋଜନ by Proprietor Abhimanyu Maharana August 28, 2026 Saksham hosts Disabled Empowerment Camp by Proprietor Abhimanyu Maharana August 28, 2026 ଖଡ଼ଗ ନଦୀରେ ଡଙ୍ଗା ବୁଡି ଭାସିଗଲେ ଶଶୁର ଓ ବୋହୁ : ନିଖୋଜ ଛଅ ଜଣ ଉଦ୍ଧାର by Proprietor Abhimanyu Maharana August 28, 2026