Home ଓଡ଼ିଶା ଅଙ୍ଗନୱାଡି କର୍ମୀଙ୍କ କର୍ମଶାଳା ଶିବିର ଅନୁଷ୍ଠିତ by Proprietor Abhimanyu Maharana 10 months ago Share on FacebookShare on TwitterWhatsapp ପଡିଆ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମାରେ ଅଙ୍ଗନବାଡି କର୍ମୀଙ୍କ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ଆଇଟିସି ମିଶନ ସୁନହରାକାଲ ସହଯୋଗରେ ପରିଚାଳିତ ଆଇଜିଡି ଏନଜିଓ ପକ୍ଷରୁ ପଡିଆ ବ୍ଲକ ସମନ୍ଵିତ ଶିଶୁ ବିକାଶ ବିଭାଗ ସମ୍ମିଳନୀ କକ୍ଷରେ ଏକ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ କରାଯାଇ ମାତୃ, ଶିଶୁ ସ୍ୱାସ୍ଥ୍ୟ ସୁରକ୍ଷା, କୁପୋଷଣ ଦୂରୀକରଣ ସହ କ୍ଷୁଦ୍ରଷସ୍ୟ କୁ ଲୋକ ଲୋଚନ କରାଇବାରେ ଅଗଧାଡ଼ିର କର୍ମୀଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରାଯାଇଛି । ମୁଖ୍ୟତଃ ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ଆଞ୍ଛଳିକ ଖାଦ୍ୟର ପ୍ରକାର ଭେଦ, ମାଣ୍ଡିଆ, ବାଜରା, ସୁଆଁ ଭଳି କ୍ଷୁଦ୍ର ଷସ୍ୟକୁ ପ୍ରତ୍ୟକ ବ୍ୟକ୍ତି ନିଜର ଖାଦ୍ୟରେ ସାମିଲ କରିବାକୁ ଅଭ୍ୟାସରେ ପରିଣତ କରିବା ସମେତ ବିଭିନ୍ନ ଡାଲି ଜାତୀୟ ଖାଦ୍ୟ ଗ୍ରହଣ ନିମନ୍ତେ ଗ୍ରାମାଞ୍ଚଳରେ କିଭଳି ସଚେତନତା ସୃଷ୍ଟି କରାଯାଇ ପାରିବ ସେ ନେଇ ବିସ୍ତାରିତ ଭାବେ ଆଲୋଚନା କରାଯାଇଛି । ଏହି ବୈଠକରେ ଖାଦ୍ୟର ପ୍ରକାର ଭେଦ, ମେଦ ବହୁଳତା ଦୂରୀକରଣ, ରକ୍ତହୀନତା ଦୁରୀକରଣ ନିମନ୍ତେ ମଧ୍ଯ ସଚେତନତା ସ୍ରୁଷ୍ଟି କରାଯାଇଅଛି । ଏହି କାର୍ଯ୍ୟକ୍ରମରେ ପଡିଆ ବ୍ଲକ ପୋଷଣ ସଂଯୋଜକ ଚୀନାମ ଅଲିଲୁୟା, ସ୍ରୁଷ୍ଟି ଏନଜିଓର ନାକା ରବି କୁମାର ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲା ବେଳେ ଆଇଜିଡି ଏନଜିଓର ଝିଲି ସିଲ ଓ ଗୋବିନ୍ଦ ସରଦାର ପରିଚାଳନା କରିଛନ୍ତି । ଏହି କର୍ମଶାଳାରେ ପଡିଆ, କାଲଦାପଲ୍ଲୀ ଓ ବାପନପଲ୍ଲୀ ପଞ୍ଚାୟତର ୫୦ ରୁ ଉର୍ଦ୍ଧ୍ବ ଅଙ୍ଗନବାଡ଼ୀ କର୍ମୀ ସମେତ ଅନ୍ୟାନ୍ୟ ଆଗଧାଡ଼ିର କର୍ମୀ ମାନେ ଉପସ୍ଥିତ ଥିଲେ । Categories: ଓଡ଼ିଶା, ମାଲକାନଗିରି, ହୋମ୍ Related Content ସୁଭଦ୍ରା ୫ କିସ୍ତି ଅର୍ଥ ପ୍ରଦାନ। ପୁରୀ ଜିଲ୍ଲାର ୪୨୨୧୧୨ ହିତାଧିକାରୀ ଉପକୃତ : ମହିଳା ସଶକ୍ତ ହେଲେ ସମାଜ ସୁଦୃଢ଼ ହେବ - ରାଜସ୍ୱ ମନ୍ତ୍ରୀ by Proprietor Abhimanyu Maharana August 28, 2026 ଦେଶର ଅଗ୍ନିବୀର ପରୀକ୍ଷାରେ ଓଡ଼ିଶା ଯୁବ ପ୍ରଶିକ୍ଷଣ ଏକାଡ଼େମୀରେ ସଫଳତା ପାଇଥିବା ପ୍ରାର୍ଥୀମାନଙ୍କୁ ସମ୍ବର୍ଦ୍ଧନା ସଭା by Proprietor Abhimanyu Maharana August 28, 2026 OJPT Felicitates Agniveer Success Stories; First Batch of 2026 Records 100% Success by Proprietor Abhimanyu Maharana August 28, 2026 ସକ୍ଷମ ଦ୍ୱାରା ଦିବ୍ୟାଙ୍ଗ ସଶକ୍ତିକରଣ ଶିବିର ଆୟୋଜନ by Proprietor Abhimanyu Maharana August 28, 2026 Saksham hosts Disabled Empowerment Camp by Proprietor Abhimanyu Maharana August 28, 2026 ଖଡ଼ଗ ନଦୀରେ ଡଙ୍ଗା ବୁଡି ଭାସିଗଲେ ଶଶୁର ଓ ବୋହୁ : ନିଖୋଜ ଛଅ ଜଣ ଉଦ୍ଧାର by Proprietor Abhimanyu Maharana August 28, 2026