Home ଓଡ଼ିଶା ଅଙ୍ଗନୱାଡି କର୍ମୀଙ୍କ କର୍ମଶାଳା ଶିବିର ଅନୁଷ୍ଠିତ by Proprietor Abhimanyu Maharana 12 months ago Share on FacebookShare on TwitterWhatsapp ପଡିଆ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମାରେ ଅଙ୍ଗନବାଡି କର୍ମୀଙ୍କ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ଆଇଟିସି ମିଶନ ସୁନହରାକାଲ ସହଯୋଗରେ ପରିଚାଳିତ ଆଇଜିଡି ଏନଜିଓ ପକ୍ଷରୁ ପଡିଆ ବ୍ଲକ ସମନ୍ଵିତ ଶିଶୁ ବିକାଶ ବିଭାଗ ସମ୍ମିଳନୀ କକ୍ଷରେ ଏକ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ କରାଯାଇ ମାତୃ, ଶିଶୁ ସ୍ୱାସ୍ଥ୍ୟ ସୁରକ୍ଷା, କୁପୋଷଣ ଦୂରୀକରଣ ସହ କ୍ଷୁଦ୍ରଷସ୍ୟ କୁ ଲୋକ ଲୋଚନ କରାଇବାରେ ଅଗଧାଡ଼ିର କର୍ମୀଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରାଯାଇଛି । ମୁଖ୍ୟତଃ ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ଆଞ୍ଛଳିକ ଖାଦ୍ୟର ପ୍ରକାର ଭେଦ, ମାଣ୍ଡିଆ, ବାଜରା, ସୁଆଁ ଭଳି କ୍ଷୁଦ୍ର ଷସ୍ୟକୁ ପ୍ରତ୍ୟକ ବ୍ୟକ୍ତି ନିଜର ଖାଦ୍ୟରେ ସାମିଲ କରିବାକୁ ଅଭ୍ୟାସରେ ପରିଣତ କରିବା ସମେତ ବିଭିନ୍ନ ଡାଲି ଜାତୀୟ ଖାଦ୍ୟ ଗ୍ରହଣ ନିମନ୍ତେ ଗ୍ରାମାଞ୍ଚଳରେ କିଭଳି ସଚେତନତା ସୃଷ୍ଟି କରାଯାଇ ପାରିବ ସେ ନେଇ ବିସ୍ତାରିତ ଭାବେ ଆଲୋଚନା କରାଯାଇଛି । ଏହି ବୈଠକରେ ଖାଦ୍ୟର ପ୍ରକାର ଭେଦ, ମେଦ ବହୁଳତା ଦୂରୀକରଣ, ରକ୍ତହୀନତା ଦୁରୀକରଣ ନିମନ୍ତେ ମଧ୍ଯ ସଚେତନତା ସ୍ରୁଷ୍ଟି କରାଯାଇଅଛି । ଏହି କାର୍ଯ୍ୟକ୍ରମରେ ପଡିଆ ବ୍ଲକ ପୋଷଣ ସଂଯୋଜକ ଚୀନାମ ଅଲିଲୁୟା, ସ୍ରୁଷ୍ଟି ଏନଜିଓର ନାକା ରବି କୁମାର ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲା ବେଳେ ଆଇଜିଡି ଏନଜିଓର ଝିଲି ସିଲ ଓ ଗୋବିନ୍ଦ ସରଦାର ପରିଚାଳନା କରିଛନ୍ତି । ଏହି କର୍ମଶାଳାରେ ପଡିଆ, କାଲଦାପଲ୍ଲୀ ଓ ବାପନପଲ୍ଲୀ ପଞ୍ଚାୟତର ୫୦ ରୁ ଉର୍ଦ୍ଧ୍ବ ଅଙ୍ଗନବାଡ଼ୀ କର୍ମୀ ସମେତ ଅନ୍ୟାନ୍ୟ ଆଗଧାଡ଼ିର କର୍ମୀ ମାନେ ଉପସ୍ଥିତ ଥିଲେ । Categories: ଓଡ଼ିଶା, ମାଲକାନଗିରି, ହୋମ୍ Related Content ଆଗାମୀ ବାତ୍ୟାକୁ ନେଇ ସରକାରଙ୍କ ତତ୍ପରତା : ସମସ୍ତ କର୍ମଚାରୀ ଙ୍କ ଛୁଟି ବାତିଲ ସହ ମୁକାବିଲା ପାଇଁ ନିର୍ଦେଶ by Proprietor Abhimanyu Maharana October 25, 2026 କାର୍ତ୍ତିକ ମାସରେ ଶ୍ରଦ୍ଧାଳୁଙ୍କ ପାଇଁ ମହାପ୍ରସାଦ ବ୍ୟବସ୍ଥା by Proprietor Abhimanyu Maharana October 25, 2026 ଭକ୍ତିମୟ ପଟୁଆରରେ ମା’ ଦୁର୍ଗାଙ୍କୁ ବିଦାୟ : ଶତାଧିକ ଭକ୍ତଙ୍କ ସମାଗମରେ ମା’ଙ୍କ ଭସାଣି by Proprietor Abhimanyu Maharana October 25, 2026 ସମଗ୍ର କନ୍ଧମାଳ ଜିଲ୍ଲାରେ ୨୪ ତାରିଖ ଶନିବାର ୪ ଘଣ୍ଟା ବିଦ୍ୟୁତ୍ ସରବରାହ ବନ୍ଦ by Proprietor Abhimanyu Maharana October 25, 2026 ବାଲିଗୁଡା ଉପଜିଲ୍ଲାପାଳଙ୍କୁ ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅତିରିକ୍ତ ଦାୟିତ୍ୱ : ବିଭାଗୀୟ ବିଜ୍ଞପ୍ତି ଜାରି by Proprietor Abhimanyu Maharana October 25, 2026 ଶତାୟୁ ପାଲା କଳାକାର ଚକ୍ରଧର ମୁଦୁଲିଙ୍କ ସ୍ମୃତି ସଭା by Proprietor Abhimanyu Maharana October 24, 2026