ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର) ଭୁବନେଶ୍ୱର :- ଆଞ୍ଚଳିକ ରାଜନୈତିକ ଦଳ କଳିଙ୍ଗ ସେନା ସର୍ବଦା ଓଡିଶା ଓ ଓଡିଆମାନଙ୍କ ପ୍ରତି ସମର୍ପିତ । ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ଦଳ ତାହାର ନିରନ୍ତର ଉଦ୍ୟମ ଜାରି ରଖିିବ ବୋଲି ଆଜି ଦଳର ପ୍ରତିଷ୍ଠା ଦିବସ ପାଳନ ଅବସରରେ କହିଛନ୍ତି କଳିଙ୍ଗସେନା ସୁପ୍ରିମୋ ହେମନ୍ତ ରଥ । ଶ୍ରୀ ରଥ କହିଛନ୍ତି ଯେ, ଆଞ୍ଚଳିକ ଦଳ ହିସାବରେ ଦୁଇ ଦଶନ୍ଧିର ଅଧିକ ସମୟ ଧରି କଳିଙ୍ଗସେନା ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ କାର୍ଯ୍ୟ ଜାରି ରଖିଛି ।

