ରାଷ୍ଟ୍ରୀୟ ଗୀତ “ବନ୍ଦେ ମାତରମ”ର ୧୫୦ତମ ବାର୍ଷିକ ଉତ୍ସବ ପାଳିତ

ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :-  ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ରାଷ୍ଟ୍ରୀୟ ଗୀତ “ବନ୍ଦେ ମାତରମ “ର ୧୫୦ ତମ ବାର୍ଷିକ ଉତ୍ସବ ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀ ରାଜେନ୍ଦ୍ର ପୁରୋହିତ ଙ୍କ ପୁରୋହିତ୍ବରେ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ବୃନ୍ଦ ଓ ସମସ୍ତ ଛାତ୍ରୀ ଉପସ୍ଥିତ ରହି ଉଚ୍ଚ ଶିକ୍ଷା ବିଭାଗ ର ନିର୍ଦେଶ ଅନୁଯାୟୀ ୯-୩୫ ଟା ସମୟରେ ସାମୁହିକ ଭାବରେ ରାଷ୍ଟ୍ରୀୟ ଗୀତ “ବନ୍ଦେ ମାତରମ “ଗାନ କରିଥିଲେ ।

ରାଷ୍ଟ୍ରୀୟ ଗୀତ ଗାନ କରିବା ପୂର୍ବରୁ ମହାବିଦ୍ୟାଳୟ ଛାତ୍ରୀ ମାନେ ସଭାଗୃହ ରେ ଏକତ୍ରିତ ହେବା ପରେ ଅଧକ୍ଷ ଶ୍ରୀ ରାଜେନ୍ଦ୍ର ପୁରୋହିତ ରାଷ୍ଟ୍ରୀୟ ଗୀତ “ବନ୍ଦେ ମାତରମ” ର ଇତିହାସ,ରଚୟିତା ତଥା ଗୀତ ର ମହତ୍ତ୍ବ ବିଷୟରେ ସମ୍ଭୋଦିତ କରିଥିଲେ । ୧୮୭୫ ମସିହାରେ ସଂସ୍କୃତ ଓ ବଙ୍ଗାଳି ମିଳିତ ଭାଷାରେ ଶ୍ରୀ ବଂକିମ ଚନ୍ଦ୍ର ଚଟୋପାଧ୍ୟାୟ ଙ୍କ ଦ୍ବାରା ରଚିତ ପୁସ୍ତକ ଆନନ୍ଦମଠ ରୁ ଏହା ସଂଯୋଜିତ ହୋଇଥିଲା କିନ୍ତୁ ଏହା ୧୮୮୨ ମସିହାରେ ପ୍ରକାଶିତ ହୋଇଥିଲା । ବନ୍ଦେ ମାତରମ ଶବ୍ଦ କୁ ଭାରତୀୟ ସ୍ବାଧୀନତା ସଂଗ୍ରାମୀ ମାନେ ସଠିକ ପ୍ରୋୟୋଗ କରି ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଭାରତୀୟ ଜନ ମାନସରେ ଜାତୀୟତବାଦ ର ଅପୂର୍ବ ବିଚାର ଭରି ଦେଇଥିଲେ ।

ଯାହା ପରବର୍ତ୍ତୀ ସମୟରେ ଭାରତକୁ ସ୍ବାଧୀନତା ଦେବାରେ ଏକ ଗୁରୁତ୍ବପୂର୍ଣ ଭୂମିକା ନିର୍ବାହ କରିଥିଲା। ପରିଶେଷରେ ୧୯୫୦ ମସିହା ଜାନୁଆରୀ ୨୪ ତାରିଖରେ ଏହି ଗୀତକୁ ଜାତୀୟ ଗୀତ ଭାବେ ସ୍ବୀକୃତି ପ୍ରଦାନ କରାଯାଇଥିଲା ବୋଲି ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀ ପୁରୋହିତ ଛାତ୍ରୀମାନଙ୍କୁ ଉଦ‌ବୋଧନ ଦେଇଥିଲେ।ଗୀତ ରଚନାର ୧୫୦ତମ ବର୍ଷ ପୂର୍ବୀ ଉପଲକ୍ଷେ ଭାରତୀୟ ସରକାର ତରଫରୁ ଆୟୋଜିତ କାର୍ଯ୍ୟକ୍ରମ ର ସିଧା ପ୍ରସାରଣ କୁ ଛାତ୍ରୀମାନେ LED ମାଧ୍ୟମରେ ଉପଭୋଗ କରିବା ସ‌ହିତ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣ କୁ ମଧ୍ୟ ଧ୍ୟାନରସହ ଶୁଣିଥିଲେ, ପରିଶେଷରେ ଅଧକ୍ଷ ସବୁ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରୀମାନଙ୍କର ସକ୍ରିୟ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମ କୁ ସଫଳ କରିଥିବା ହେତୁ ଧନ୍ୟବାଦ ପ୍ରଦାନ କରି ସଭା ସାଙ୍ଗ କରିଥିଲେ ।

Exit mobile version