ବନ୍ଦେ ମାତରଂର ୧୫୦ବର୍ଷ ପୂର୍ତ୍ତି

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :-  ବନ୍ଦେ ମାତରଂର ୧୫୦ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନଗୁଡିକରେ ଆଜି ରାଷ୍ଟ୍ରୀୟ ସଂଗୀତ ବନ୍ଦେ ମାତରଂ ଗାନ କରାଯାଇଛି । ଏହି କ୍ରମରେ କିସ, କିଟ ଓ କିଟ ପବ୍ଲିକ ସ୍କୁଲରେ ଛାତ୍ରଛାତ୍ରୀମାନେ ସମୂହ ବନ୍ଦେ ମାତରଂ ଗାନ କରିଥିଲେ। ଗୀତ ବନ୍ଦେ ମାତରଂ ରଚନା କରିଥିଲେ ବଙ୍କିମ ଚନ୍ଦ୍ର ଚାଟାର୍ଜୀ ।

ଏହି ଗୀତଟି ତାଙ୍କ ଲିଖିତ ଆନନ୍ଦ ମଠ ପୁସ୍ତକରେ ସଂଯୋଜିତ ଥିଲା । ଏହି ପ୍ରସିଦ୍ଧ ଗୀତଟି ୧୮୭୫ ମସିହା ସେପ୍ଟେମ୍ବର ୭ତାରିଖରେ ଲେଖାଯାଇ ୧୮୮୨ ମସିହାରେ ପ୍ରକାଶ ପାଇଥିଲା । ସର୍ବଶେଷରେ ୧୯୫୦ ମସିହା ଜାନୁୟାରୀ ୨୪ ତାରିଖରେ ଗୀତଟି ଜାତୀୟ ଗୀତ ଭାବରେ ସ୍ୱୀକୃତି ପାଇଥିଲା ।

Exit mobile version