Home ଓଡ଼ିଶା ଅଚ୍ୟୁତ ସାମନ୍ତଙ୍କୁ ଏସ୍ଆର୍ଏମ୍ ବିଶ୍ୱବିଦ୍ୟାଳୟରୁ ୬୯ତମ ସମ୍ମାନସୂଚକ ଡକ୍ଟରେଟ୍ by Proprietor Abhimanyu Maharana 10 months ago Share on FacebookShare on TwitterWhatsapp ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଶିକ୍ଷାବିତ୍, ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଏସ୍ଆର୍ଏମ୍ ବିଶ୍ୱବିଦ୍ୟାଳୟ, ସୋନିପତ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ କରାଯାଇଛି। ଏସ୍ଆର୍ଏମ୍ ବିଶ୍ୱବିଦ୍ୟାଳୟର ତୃତୀୟ ସମାବର୍ତ୍ତନ ଉତ୍ସବ ଅବସରରେ ଶୁକ୍ରବାର ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହା ହେଉଛି ଶ୍ରୀ ସାମନ୍ତଙ୍କ ୬୯ ତମ ସମ୍ମାନସୂଚକ ଡକ୍ଟରେଟ୍। ଶିକ୍ଷା ଜରିଆରେ ସମାଜର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏସ୍ଆରଏମ୍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା କୁଳାଧିପତି ଡ. ଟି. ଆର୍. ପାରିଭିନ୍ଦର, କୁଳପତି ପ୍ରଫେସର ପରମଜିତ୍ ଜୟସ୍ୱାଲ ଓ କୁଳସଚିବ ପ୍ରଫେସର ଭି ସାମୁଏଲ୍ ରାଜଙ୍କ ଉପସ୍ଥିତିରେ ଭାରତର ଉପରାଷ୍ଟ୍ରପତି ସି. ପି. ରାଧାକ୍ରିଷ୍ଣନ୍ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ। ଏଥିପାଇଁ ଏସ୍ଆର୍ଏମ୍ ବିଶ୍ୱବିଦ୍ୟାଳୟ, ସୋନିପତର ଶିକ୍ଷା ପରିଷଦ ଏବଂ ପରିଚାଳନା ବୋର୍ଡ ଶ୍ରୀ ସାମନ୍ତଙ୍କ ନାମ ସୁପାରିଶ କରିଥିଲେ ଏବଂ ସର୍ବସମ୍ମତି କ୍ରମେ ଶ୍ରୀ ସମନ୍ତଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏସଆରଏମ ବିଶ୍ୱବିଦ୍ୟାଳୟ ଏହାର ପ୍ରଶଂସାପତ୍ରରେ ଶ୍ରୀ ସାମନ୍ତଙ୍କୁ ଶିକ୍ଷା ଜରିଆରେ ସେବା ଓ ମାନବିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନକୁ ପ୍ରଶଂସା କରାଯାଇଛି । ସମାବର୍ତ୍ତନ ସମାରୋହ ଅବସରରେ ଶ୍ରୀ ସାମନ୍ତ ଏସ୍ଆର୍ଏମ୍ ବିଶ୍ୱବିଦ୍ୟାଳୟ, ସୋନିପତ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇବା ସହ କହିଲେ, ବିଗତ ୩ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ସେ ନିରନ୍ତର କାମ କରିଆସୁଛନ୍ତି । ଏହି ସମ୍ମାନ ଶିକ୍ଷା ଓ ସମାଜସେବା କ୍ଷେତ୍ରରେ କାମ କରିବାକୁ ଆହୁରି ପ୍ରେରଣା ଯୋଗାଇବ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ପୋଖରୀକୁ ଖୋଳି ଲକ୍ଷ ଲକ୍ଷ ଟଙ୍କାର ମାଟି ବୋହି ନେଲେ ମାଫିଆ : ରାଜସ୍ବ କ୍ଷତି,ପ୍ରଶାସନ ନିଦାବିଷ୍ଣୁ by Proprietor Abhimanyu Maharana August 28, 2026 ନୟାଗଡ଼ ଜିଲ୍ଲାର ୨ ଲକ୍ଷ ୩୩ ହଜାର ୫୮୫ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ପଞ୍ଚମ କିସ୍ତିରେ ୧୧୬ କୋଟି ୮୦ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ by Proprietor Abhimanyu Maharana August 28, 2026 ରାୟପୁର ଜଗନ୍ନାଥ ମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ ଆୟୋଜନ by Proprietor Abhimanyu Maharana August 28, 2026 Raipur Jagannath Temple Celebrates Raksha Bandhan by Proprietor Abhimanyu Maharana August 28, 2026 କାଳିଆ ବଳିଆଙ୍କୁ ରାକ୍ଷୀ ବାନ୍ଧିଲେ ଭଉଣୀ ଦେବୀ ମା ସୁଭଦ୍ରା by Proprietor Abhimanyu Maharana August 28, 2026 ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ୨୦୨୬ by Proprietor Abhimanyu Maharana August 28, 2026