ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ପାରଳାଖେମୁଣ୍ଡି କଳା ସଂସ୍କୃତି ସେବା ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଗତକାଲି ରାତିରେ ଭଜନ ସମାରୋହ ଆୟୋଜିତ ହୋଇଯାଇଛି । ଏହି ଭଜନ ସମାରୋହ କାର୍ଯ୍ୟକ୍ରମରେ ଓଡ଼ିଶାର ସୁନାମଧନ୍ୟ ଭଜନ କଣ୍ଠଶିଳ୍ପୀ ଶ୍ରୀଚରଣ ମହାନ୍ତି ଓ ଅଞ୍ଜଳି ମିଶ୍ର, ଟିଭି କଳାକାର ତାପସୀ କର, ସମଲେଇ କଳାକାର ଓ ପାରଳା କଳା ପରିଷଦର କଳାକାର, ପାଇକ ଆଖଡ଼ାର କୁନି କଳାକାର ଏବଂ ସ୍ଥାନୀୟ ଅଞ୍ଚଳର ପ୍ରସିଦ୍ଧ କଳାକାର ପ୍ରମୁଖ ଭକ୍ତି ସଙ୍ଗୀତ, ଭଜନ ପରିବେଷଣ ସହ ନିଜର କଳାକାରମାନେ ବିଭିନ୍ନ ନୃତ୍ୟ ପ୍ରଦର୍ଶନ କରିଥିଲେ ।
