Home ଓଡ଼ିଶା ଭୁବନେଶ୍ୱରରେ ଶ୍ରୀଲେଦର୍ସର ଭୁବନେଶ୍ୱର ଷ୍ଟୋର୍ର ଭବ୍ୟ ପୁନଃ ଉଦ୍ଘାଟନ by Proprietor Abhimanyu Maharana 11 months ago Share on FacebookShare on TwitterWhatsapp ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଶ୍ରୀଲେଦର୍ସ ଭୁବନେଶ୍ୱରରେ ତାହାର ଦ୍ୱାର ୧୯୯୬ ଜୁଲାଇ ୩ ତାରିଖରେ ଉନ୍ମୁକ୍ତ କରିଥିଲା । ଏହି ୨୨୦୦ ବର୍ଗଫୁଟ ଏବେ ୧୨,୦୦୦ ବର୍ଗଫୁଟ ପରିମିତ ଅଞ୍ଚଳରେ ପରିବ୍ୟାପ୍ତ ହୋଇଛି । ଏହି ଷ୍ଟୋର୍ର ଅଭିବୃଦ୍ଧି ଯାତ୍ରା ଅତି ବିନମ୍ରତାର ସହିତ ହୋଇଆସିଛି । ଆମ ଗ୍ରାହକମାନଙ୍କର ନିରନ୍ତର ପୃଷ୍ଠପୋଷକତା ଆମକୁ ଏହି ଷ୍ଟୋର ସମ୍ପ୍ରସାରିତ କରିବାକୁ ବାଧ୍ୟ କରିଛି ଯଦ୍ଦ୍ୱାରା ଆମେ ଅଧିକ କିସମ ଏବଂ ଡିଜାଇନ ଯୋଗାଇଦେଇ ସେମାନଙ୍କର ଆବଶ୍ୟକତା ପୂରଣ କରିପାରିବୁ । ସମ୍ପ୍ରତି ତଳମହଲାରେ ମହିଳା, ଶିଶୁଙ୍କ ଫୁଟ୍ୱିୟର ଏବଂ ଆସେସୋରିଜ୍, ପ୍ରଥମ ମହଲାରେ ପୁରୁଷଙ୍କ ଫୁଟ୍ୱିୟର ଓ ଆସେସୋରିଜ ଏବଂ ଦ୍ୱିତୀୟ ମହଲାରେ ଫୁଟ୍ୱିୟର ଏବଂ ଆସେସୋରିଜ୍ ଗୁଡିକର ପ୍ରିମିୟମ କଲେକ୍ସନ ରହିଛ । ଏସ୍କାଲେଜଟର ସ୍ଥାପନ ଦ୍ୱାରା ତାହା ଗ୍ରାହକଙ୍କୁ ଅଧିକ ସ୍ୱାଚ୍ଛନ୍ଦ୍ୟ ପ୍ରଦାନ କରିବ ବୋଲି ଆଶା କରାଯାଉଛି । ଆମେ ଜାଣୁ ଯେ ସମଗ୍ର ଓଡ଼ିଶାରୁ ଆମର ଗ୍ରାହକମାନେ ଆସୁଛନ୍ତି ଏବଂ ଆମେ ସେମାନଙ୍କୁ ଆମର ସର୍ବୋତ୍ତମ ସାମର୍ଥ୍ୟ ସହିତ ସେବା ଯୋଗାଇଦେବାକୁ ରହିଛୁ । “ଏହି ଫ୍ରାଞ୍ଚାଇଜି ଖୋଲିବାକୁ ଆମର ନିଷ୍ପତ୍ତି ମାଲିକ ଶ୍ରୀ ସତ୍ୟବ୍ରତ ଦେ(ଦାଦା)ଙ୍କ ଅନନ୍ୟ ବ୍ୟକ୍ତିଗତ ମର୍ଯ୍ୟାଦା, କାର୍ଯ୍ୟ କ୍ଷେତ୍ରରେ ନୈତିକତା ଏବଂ ଅଗ୍ରଣୀ ଚିନ୍ତାଧାରା ଭିତ୍ତିକ ଆଭିମୁଖ୍ୟ ଦ୍ୱାରା ଗଭୀର ଭାବରେ ଅନୁପ୍ରେରିତ ହୋଇଥିଲା । ମାଲିକ ଓ ତାଙ୍କ ପରିବାର ସହିତ ଘନିଷ୍ଠ ଭାବରେ ସଂପୃକ୍ତ ରହିଥିବା ଦୃଷ୍ଟିରୁ ସେମାନଙ୍କର ଉତ୍ସର୍ଗୀକୃତ କାର୍ଯ୍ୟ, ଆନ୍ତରିକତା ଏବଂ ମୂଲ୍ୟବୋଧ ସମ୍ପର୍କରେ ଆମେ ଦେଖିବାର ସୁଯୋଗ ଲାଭ କରିଥିଲୁ, ଯାହା ଏହି ବ୍ରାଣ୍ଡ୍ର ମୂଳଦୁଆ ହୋଇଛି । ସେମାନଙ୍କର ନିରନ୍ତର ମାର୍ଗଦର୍ଶନ ଏବଂ ପ୍ରେରଣା ଆମକୁ ଏହି ପଦକ୍ଷେପ ନେବା ଏବଂ ବ୍ରାଣ୍ଡ୍ ସହିତ ଆଗକୁ ବଢିବା ଦିଗରେ ଉତ୍ସାହିତ କରିବାରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା,” ବୋଲି ଜି.କେ.ବେହେରା, ଭୁବନେଶ୍ୱରରେ ଶ୍ରୀଲେଦର୍ସର ଡିଲରସିପ୍ର ମାଲିକ କହିଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ହୋମ୍ Related Content ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା by Proprietor Abhimanyu Maharana October 1, 2026 ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା by Proprietor Abhimanyu Maharana October 1, 2026 ମାଲଗୋଦାମ ପୋଲିସର ବଡ ସଫଳତା : ଜୀପି କଏଲ୍ ଚୋରୀ ମାମଲାରେ ୨ଗିରଫ,୧୭ ବଣ୍ଡଲ କଏଲ୍ ଜବତ by Proprietor Abhimanyu Maharana October 1, 2026 ଫୁଲନଖରା - ନିଆଳି ମାଧବ ରାଜ୍ୟ ରାଜପଥର ଦୂରାବସ୍ଥା ନେଇ ବିଜେଡ଼ି ପକ୍ଷରୁ ରାସ୍ତାରୋକ by Proprietor Abhimanyu Maharana October 1, 2026 ଉତ୍କଳ ହସ୍ପିଟାଲରେ ବିଶ୍ୱ ହୃଦୟ ଦିବସ ପାଳିତ by Proprietor Abhimanyu Maharana October 1, 2026 Utkal Hospital Observes World Heart Day by Proprietor Abhimanyu Maharana October 1, 2026