Home ଓଡ଼ିଶା ସମାଜରୁ କୁସଂସ୍କାର ଓ ଭେଦଭାବ ଦୂର କରିବା ଥିଲା ବଳରାମ ଦାସ ଙ୍କର ମୂଳ ଲକ୍ଷ by Proprietor Abhimanyu Maharana 10 months ago Share on FacebookShare on TwitterWhatsapp ଗୋପ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବଳରାମ ଦାସ ପୀଠ ରେ ମାର୍ଗଶିର ମାସ ପ୍ରଥମ ଗୁରୁବାର ରେ ସାଧୁସନ୍ଥଙ୍କ ସମାଗମ l ଲଷ୍ମୀ ପୁରାଣ ରଚୟିତା ଭକ୍ତ କବି ବଳରାମ ଦାସ ପୀଠରେ ଲଷ୍ମୀ ପୁରାଣ ଆରମ୍ଭ । ଷୋଡ଼ଶ ଶତାବ୍ଦୀ ସମୟର ଭକ୍ତି ଆନ୍ଦୋଳନର ସ୍ରଷ୍ଟା ପଞ୍ଚସଖା ମଧ୍ଯରୁ ବୟଜ୍ୟୋଷ୍ଠ ଥିଲେ ଭକ୍ତ କବି ବଳରା ଦାସ l ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ଏରବଙ୍ଗ ଗ୍ରାମରେ 1472 ଖ୍ରୀଷ୍ଟାବ୍ଦ ତାଙ୍କର ଆବିର୍ଭାବ ହୋଇଥିଲା 1552 ରେ ତିରୋଧାନ ହୋଇଥିଲା l ସମସ୍ତ ଜଗନ୍ନାଥ ପ୍ରେମୀ ସନାତନୀ ଓଡ଼ିଆ ତଥା ଜନସମାଜକୁ ଦିଗ ଦର୍ଶନ ଦେଇଯାଇଛନ୍ତି । ତାଙ୍କୁ ସମଗ୍ର ମାନବ ସମାଜରେ ଉଦ୍ଜୀବିତ କରି ରଖୁବା ସଂଗେ ସଂଗେ ମଣିଷ ସମାଜ ମଧ୍ୟରେ ବଳରାମ ଦାସଙ୍କୁ କୀର୍ତ୍ତିକୁ ପ୍ରତିଷ୍ଠିତ କରିବା ପାଇଁ ୧୯୯୨ ମସିହାରୁ ବଳରାମ ଦାସ ସ୍ମୃତି ସଂସଦ ଅହରହ କାର୍ଯ୍ୟ କରି ଆସୁଅଛି । ମୁଖ୍ୟତଃ ଅନୁଷ୍ଠାନର ପ୍ରଥମ ସଭାପତି ସ୍ୱର୍ଗତ ହଟକିଶୋର ସ୍ୱାଇଁଙ୍କର ନିଷ୍ଠାପର ପ୍ରଚେଷ୍ଟା ଯୋଗୁଁ ଦୀର୍ଘ ୩୩ ବର୍ଷଧରି ବିଭିର୍ନ୍ନ କାର୍ଯ୍ୟକ୍ରମ ସୁଚାରୁରୂପେ ପାଳିତ ହୋଇ ଆସୁଅଛି । ବଳରାମ ରାମ ଦାସଙ୍କ ଦ୍ଵାରା ରଚିତ ଅନେକ ଗ୍ରନ୍ଥ କବିତା କାବ୍ୟ ମଧ୍ୟରୁ ଅନ୍ୟତମ ହେଲା ଦାଣ୍ଡି ରାମାୟଣ ଓ ଲକ୍ଷ୍ମୀପୁରାଣ ସମଗ୍ର ପୃଥିବୀ ରେ ବସବାସ କରୁଥିବା ଓଡ଼ିଆଙ୍କ ଘରେ ଏକ ପର୍ବ ନୁହେଁ ବରଂ ମହୋତ୍ସବରେ ପରିଣତ ହୋଇପାରିଛି l କେବଳ ଓଡିଶା କିମ୍ବା ଭାରତ ନୁହେଁ ସମଗ୍ର ପୃଥିବୀର କୋଣ ଅନୁକୋଣରେ ପ୍ରତ୍ୟେକ ଜଗନ୍ନାଥ ପ୍ରେମୀମାନେ ମାର୍ଗଶୀର ମାସ ଗୁରୁବାର ରେ ମାଣବସା ପର୍ବ ପାଳନ କରୁଅଛନ୍ତି । ବଳରାମ ଦାସ ଲଷ୍ମୀପୁରାଣ ମାଧମରେ ସମାଜରୁ କୁସଂସ୍କାର ତଥା ଜାତିଭେଦକୁ କିପରି ବିଲୋପ କରିବା ପାଇଁ ଏକ ସଚେତନତାର ବାର୍ତା ଦେଇଯାଇଛନ୍ତି l ଏଥିପାଇଁ କୋଣର୍କଠାରେ ଥୁବା ଅବଧୂତ ମଠର ମହନ୍ତ ବାବା ଆଦିତ୍ୟ ଚରଣ ଦାସ ମହାରାଜାଙ୍କ ପ୍ରୟାସ ଯୋଗୁଁ ପଞ୍ଚସଖା ଭକ୍ତ ବଳରାମ ଦାସ ସ୍ମୃତି ସଂସଦ ସହଯୋଗରେ ମାର୍ଗଶୀର ମାସ ପ୍ରଥମ ଗୁରୁବାରରେ ମାଣବସା ମହୋତ୍ସବ ପାଳନ କରାଯାଉଅଛି l 2014 ମସିହା ଠାରୁ ପ୍ରତ୍ୟେକ ବର୍ଷ ଶତାଧିକ ସାଧୁସନ୍ଥମାନଙ୍କ ଉପସ୍ଥିତିରେ ବଳରାମ ଦାସଙ୍କ ଜୀବନୀ, ସାହିତ୍ୟ ଓ ଭକ୍ତ ଭାବନା ଉପରେ ମନ୍ଦିର ପରିସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବା ସହିତ ପ୍ରଥମ ଗୁରୁବାର ଦିନ ଲଷ୍ମୀପୂରାଣ ପାଠ କରାଯାଏ l ମନ୍ଦିର ପରିସରରେ ଥିବା ବଳରାମ ଦାସଙ୍କ ପ୍ରତିମୂର୍ତ୍ତିକୁ ସମ୍ମାନ ସହକାରେ ପଞ୍ଚାମୃତ ଦ୍ଵାରା ସ୍ନାନ କରିବାପରେ ନୂତନ ବସ୍ତ୍ର ପରିଧାନ କରାଯାଇଥିଲା l ଓଡିଶାର ବିଭିର୍ନ୍ନ କୋଣ ଅନୁକୋଣରୁ ଆସିଥିବା ସାଧୂସନ୍ତ ଓ ବିଭିର୍ନ୍ନ ଅନୁଷ୍ଠାନ ପକ୍ଷରୁ ଆସିଥିବା ଭଜନ କୀର୍ତନ ଓ ନାମ ସଙ୍କୀର୍ତ୍ତନ ମଣ୍ଡଳୀଙ୍କ ଦ୍ଵାରା ପରିକ୍ରମା କରାଯାଇଥିଲା , ଜନ୍ମପୀଠ ଗୁପ୍ତକ୍ଷେତ୍ର ଏରବଙ୍ଗଠାରେ l ଏହି ଅଞ୍ଚଳରେ ବହୁ ଭକ୍ତ ପ୍ରେମୀମାନେ ଯୋଗ ଦେଇ ଭକ୍ତି ରସରେ ନିଜକୁ ଭିଜାଇଥାନ୍ତି l ଠିକ ସେହିପରି ବଳରାମ ଦାସଙ୍କ ଜନ୍ମ ଦିନ ପହିଲି ରଜରେ ହୋଇଥିବାରୁ ପ୍ରତ୍ୟେକ ବର୍ଷ ତାଙ୍କର ଜୟନ୍ତୀ ସମାଧି ପୀଠ ବେଗୁନିଆ ଠାରେ ଥିବା ବଳରାମ ଦାସ ସ୍ମୃତି ସଂସଦ ଦ୍ଵାରା ପାଳନ କରାଯାଏ l ବାଲୁକା କଳାର ପ୍ରଥମ ସ୍ରଷ୍ଟା ହେଉଛନ୍ତି ଭକ୍ତ କବି ବଳରାମ ଦାସ l ଓଡ଼ିଆ କଳା ସଂସ୍କୃତି ପରମ୍ପରା ଆଦି ସଂସ୍କାର କ୍ରମଶଃ ବିଲୁପ୍ତ ହେଉଥିବାରୁ କୋଣାର୍କ ଠାରେ ଥିବା ଅବଧୂତ ମଠର ମହନ୍ତ ବାବା ଆଦିତ୍ୟ ଚରଣ ଦାସ ମହାରାଜା ଓ ପଞ୍ଚସଖା ବଳରାମ ଦାସ ସ୍ମୃତି ସଂସଦର ମିଳିତ ସହଯୋଗରେ ଏହା ପାଳିତ ହୋଇଆସୁଅଛି l ଉକ୍ତ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ଓଡିଶା ସାଧୂସନ୍ଥ ସମାଜର ସମ୍ପାଦକ ଗିରିଜା ନନ୍ଦନ ମହାରାଜ l ପଞ୍ଚସଖା ବଳରାମ ଦାସ ସ୍ମୃତି ସଂସଦର ସଭାପତି ପ୍ରଦୀପ୍ତ କୁମାର ମହାନ୍ତି ଓ ସମ୍ପାଦକ ନରେଶ ଚନ୍ଦ୍ର ପ୍ରଧାନ ଏବଂ ବଳରାମ ଦାସ ତଥା ଜଗନ୍ନାଥ ସଂସ୍କୃତି ର ଗବେଷକ ଗୋପୀନାଥ ମୁଦୁଲି ପ୍ରମୁଖ ବରିଷ୍ଟ କବି ଗଣେଶ ପ୍ରଭୁତି ବ୍ୟକ୍ତି ବିଶେଷମାନେ ଅଂଶଗ୍ରହଣ କରିଥିଲେ l ଏରବଙ୍ଗ ପଞ୍ଚାୟତର ସରପଞ୍ଚ ରଶ୍ମିରେଖା ଦାସ, ଭାଗିରଥି, ଚନ୍ଦ୍ରକାନ୍ତ, କହେଁଇ, ପ୍ରଭୁତି ବ୍ୟକ୍ତି ବିଶେଷଙ୍କ ଦ୍ଵାରା କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା l Categories: ଓଡ଼ିଶା, ପୁରୀ, ହୋମ୍ Related Content ଲଗାଣ ବର୍ଷାରେ ପ୍ରାଥମିକ ବିଦ୍ୟାଳୟର ଛାତ ଭୁଶୁଡ଼ିଲା ବାରଣ୍ଡାରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ, ମରାମତି ପାଇଁ ଦାବି by Proprietor Abhimanyu Maharana August 29, 2026 ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ "ନିଶାମୁକ୍ତ ଓଡିଶା ଅଭିଯାନ" ପାଳିତ by Proprietor Abhimanyu Maharana August 29, 2026 ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀ ଅବସରରେ ଗଜପତିରେ ଜିଲ୍ଲାସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ପାଳିତ by Proprietor Abhimanyu Maharana August 29, 2026 ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ by Proprietor Abhimanyu Maharana August 29, 2026 ପୋଖରୀକୁ ଖୋଳି ଲକ୍ଷ ଲକ୍ଷ ଟଙ୍କାର ମାଟି ବୋହି ନେଲେ ମାଫିଆ : ରାଜସ୍ବ କ୍ଷତି,ପ୍ରଶାସନ ନିଦାବିଷ୍ଣୁ by Proprietor Abhimanyu Maharana August 28, 2026 ନୟାଗଡ଼ ଜିଲ୍ଲାର ୨ ଲକ୍ଷ ୩୩ ହଜାର ୫୮୫ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ପଞ୍ଚମ କିସ୍ତିରେ ୧୧୬ କୋଟି ୮୦ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ by Proprietor Abhimanyu Maharana August 28, 2026