ମହାନଦୀ, ମହା ଆଳତି ଓ ବୋଇତ ବନ୍ଦାଣ ସ୍ମୃତିରେ ଆଲୋଚନା ଚକ୍ର ଅନୁଷ୍ଠିତ

କଟକ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ପାୟଲ ଅନୁଷ୍ଠାନ ଓ ଉତ୍କଳ ସତ୍ୟ ସେବା ସମାଜର ମିଳିତ ଆନୁକୂଲ୍ୟରେ ଧବଳେଶ୍ୱର ଘାଟସ୍ଥିତ ରୁଦ୍ର ନିଗମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠାନର ସଭାପତି ଶ୍ରୀ ସଂଯୋଜ କୁମାର ସାମନ୍ତରାୟଙ୍କ ପୌରାହିତ୍ୟରେ ବାଲିଯାତ୍ରାର ମହାନଦୀ, ମହା ଆଳତି, ଓ ବୋଇତ ବନ୍ଦାଣ ସ୍ମୃତିରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l

ଉପଦେଷ୍ଟା ଶ୍ରୀ ବସନ୍ତ କୁମାର ସାହୁ ସ୍ୱାଗତ ଭାଷଣ ଦେଇଥିବାବେଳେ ଅନ୍ୟତମ ଉପଦେଷ୍ଟା ଶ୍ରୀ ଅଦୈତ କୁମାର ନାଏକ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ l ପ୍ରଦୀପ ପ୍ରଜ୍ବଳନ ପରେ ପବିତ୍ର ବଡଓଷା ଉପଲକ୍ଷେ ମହାନଦୀ ମହାଆଳତି ଓ ବୋଇତ ବନ୍ଦାଣ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ ଧବଳେଶ୍ୱର ସାରସ୍ୱତ ଆଶ୍ରମର ଅଧକ୍ଷ ଶ୍ରୀମାନ ଚୈତନ୍ୟ ମାନସ ମହାରାଜ l

ପାୟଲର ସମ୍ପାଦିକା ଅନିମା ଜେନା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ l ବିଶିଷ୍ଟ ଅର୍ଥନୀତିଜ୍ଞ ଡ଼ ସୁନୀଲ କୁମାର ଦାସ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପ୍ରାଚୀନ ଓଡ଼ିଆ ସଂସ୍କୃତିର ପ୍ରଚାର ପ୍ରସାର ଅଭିଯାନର ଉଚ୍ଚ ପ୍ରଶଂସା କରିଥିଲେ l ମୁଖ୍ୟବକ୍ତା ବରିଷ୍ଠ ସ୍ତମ୍ଭକାର ଶ୍ରୀ ଦୀପକ କୁମାର ମହାନ୍ତ ସାଧବ ପୁଅମାନଙ୍କ ସାହାସିକ ସାମୁଦ୍ରିକ ନୌବାଣିଜ୍ୟ ଦ୍ୱାରା ଉତ୍କଳକୁ କିପରି ସମୃଦ୍ଧି କରିଥିଲେ, ତାହାର ବ୍ୟାଖ୍ୟା କରିଥିଲେ l

 

ଆଲୋଚନା ଚକ୍ରରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଡାକ୍ତର ଗାୟତ୍ରୀ ଦାସ,କଳିଙ୍ଗ ରତ୍ନ ଶ୍ରୀ ବ୍ରହ୍ମନନ୍ଦ ମହାନ୍ତି,ଶ୍ରୀ ବସନ୍ତ କୁମାର ସେଠୀ ଏବଂ ଶ୍ରୀ ବସନ୍ତ କୁମାର ସାହୁ ସାଧବ ପୁଅ ମାନେ କିପରି ଭାବେ ବିଦେଶରେ ବାଣିଜ୍ୟ ସହିତ ଉତ୍କଳର କଳା ସଂସ୍କୃତି ଓ ସାହିତ୍ୟର ପ୍ରଚାର ପ୍ରସାରରେ ପୂର୍ଣ୍ଣତା ଲାଭ କରିଥିଲେ, ତାହା ବର୍ଣନା କରିଥିଲେ l ଅନୁଷ୍ଠାନ ତରଫରୁ ମୁଖ୍ୟ ଅତିଥି ଶ୍ରୀ ସୁନୀଲ କୁମାର ଦାସଙ୍କୁ ଉତ୍ତରୀୟ ଏବଂ ମାନପତ୍ର ସହ ସମ୍ବର୍ଦ୍ଧନା କରାଯାଇଥିଲା l

ଉପଦେଷ୍ଟା ଶ୍ରୀ ନିବାସ ଚନ୍ଦ୍ର ମିଶ୍ର ଏବଂ ଶ୍ରୀ ନିବାସ ଚନ୍ଦ୍ର ରାଉତ ଆମନ୍ତ୍ରିତ ଅତିଥି ଭାବେ ଯୋଗଦେଇଥିବା ଡ଼ ସିଦ୍ଧାର୍ଥ ସାହୁ ଶ୍ରୀ ଦେବେନ୍ଦ୍ର କୁମାର ସାହୁ, ଶ୍ରୀ ଜ୍ୟୋତି ଭୂଷଣ ଦାସ,ସୋମନାଥ ଦାସ, ମନୋଜ କୁମାର ସାହୁ ଓ ଅନ୍ୟ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ଶ୍ରୀ ବିକ୍ରମ କୁମାର ଲେଙ୍କା, ଶ୍ରୀ ମନୋଜ କୁମାର ସାହୁ,ଶ୍ରୀ ଗୁରୁଦତ୍ତ ମହାନ୍ତି,

ଶ୍ରୀ ପ୍ରଭୁଦତ୍ତ ପ୍ରଧାନ ଏବଂ ଶ୍ରୀ ଲଷ୍ମୀପ୍ରସାଦ ଆଚାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ l ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ପରେ ପାୟଲ ଅନୁଷ୍ଠାନର ନୃତ୍ୟଶିଳ୍ପୀ ମାନେ ନୃତ୍ୟ ପରିବେଷଣ କରିଥିଲେ l ସର୍ବଶେଷରେ ଓଡିଶା ଉଚ୍ଚ ନ୍ୟାୟାଳୟର ଆଇନଜୀବୀ ଶ୍ରୀଯୁକ୍ତ ଭିକାରୀ ଚରଣ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l

Exit mobile version