ଡାକ୍ଟର ବଦଳି କୁ ନେଇ ବିରୋଧ କଲେ ଅଞ୍ଚଳବାସୀ

ଆର,ଉଦୟଗିରି  (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଗଜପତି ଜିଲ୍ଲା ମୋହନା ବ୍ଲକ ଚନ୍ଦ୍ରଗିରି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ବଦଳିକୁ ନେଇ ବିରୋଧ କଲେ ଅଞ୍ଚଳବାସୀ ଓ ସ୍ଥାନୀୟ ପ୍ରତିନିଧି l ଜିଲ୍ଲାର ଦ୍ଵିତୀତ ବୃହତ୍ତମ ମେଡିକାଲ ହେଉଛି ଏହି ଡାକ୍ତରଖାନା l ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆର -ଉଦୟଗିରି ବ୍ଲକ ଓ ମୋହନା ବ୍ଲକର ହଜାର ହଜାର ଲୋକ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି l

କିନ୍ତୁ ଦଶ ଦିନ ପୂର୍ବେ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରୁ ଦୁଇ ଜଣ ଅଭିଜ୍ଞ ଡାକ୍ତର ଡ଼. ଗିରିଜା ଶଙ୍କର ନାୟକ ଓ ଡ଼. ଶିବାନନ୍ଦ ବେହେରାଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସା କାର୍ଯ୍ୟାଳୟକୁ ବଦଳି କରାଯାଇଛି l ଯାହା ଫଳରେ ସ୍ୱାସ୍ଥ୍ୟ ସେବାରୁ ଅନେକ ଅସୁବିଧା ହେଉଅଛି l ତେଣୁ ସେହି ଦୁଇ ଅଭିଜ୍ଞ ଡାକ୍ତରଙ୍କୁ ପୁନଃ ଏଠାକୁ ସ୍ଥାନାନ୍ତରିତ କରାଯାଉ ବୋଲି ଅଂଚଳର ଶତାଧିକ ଲୋକ ଓ

ଜନପ୍ରତିନିଧି ମନେ ଏକତ୍ରିତ ହୋଇ ମୋହନା ବିଧାୟକ ଶ୍ରୀ ଦଶରଥୀ ଗମାଙ୍ଗ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଉଧେଶ୍ୟରେ ଚନ୍ଦ୍ରଗିରି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଇନଚାର୍ଜଙ୍କୁ ଦାବି ଜଣାଇବା ସହ ଆଗାମୀ ଦିନରେ ଯଦି ସେହି ଦୁଇ ଡାକ୍ତରଙ୍କୁ ପୁନଃ ଏଠାକୁ ଅଣାନଯାଏ ତାହେଲେ ଆଗାମୀ ଦିନରେ ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ଘେରାଓ କରିବା ସହ ମୁଖ୍ୟରାସ୍ତା ଅବରୋଧ କରାଯିବ ବୋଲି ସ୍ଥାନୀୟବାସୀ କଡା ଚେତାବନି ଦେଇଛନ୍ତି l

Exit mobile version