Home ଓଡ଼ିଶା କାର୍ତ୍ତିକ ପୂର୍ଣ୍ଣମୀରେ ଧର୍ମମୟ ଶ୍ରୀକ୍ଷେତ୍ର by Proprietor Abhimanyu Maharana 12 months ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଧର୍ମମାସ କାର୍ତ୍ତିକ । ମାସକର ଧର୍ମ କାର୍ତ୍ତିକ ପୂର୍ଣ୍ଣମୀରେ ଶେଷ ଦିନ । ଏକମାସ ଧରି ଶ୍ରୀକ୍ଷେତ୍ର ହୋଇଥିଲା କୋଳାହଳମୟ । ହବିଷ୍ଯାଳୀ ମାନେ ଶ୍ରୀକ୍ଷେତ୍ରକୁ ରାଇ ଦାମୋଦର ପୂଜା ଓ ଆକାଶ ଦୀପ ଜାଳି ଏକ ଧାର୍ମିକ ବାତାବରଣ ସୃଷ୍ଟି କରିଥିଲେ । କାର୍ତ୍ତିକ ପୂର୍ଣ୍ଣମୀ ସକାଳୁ ମହୋଦଧି ,ଶେତ୍ବଗଙ୍ଗା, ମାର୍କଣ୍ଡ, ନରେନ୍ଦ୍ର ଓ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ହଜାର ହଜାର ଶ୍ରଦ୍ଧାଳୁ ଭାବ ଭକ୍ତିର ସହ ଡଙ୍ଗା ଭସାଇଥିଲେ । ଡଙ୍ଗା ଭସାଇବା ସମୟରେ ଆ କା ମା ବୈ ପାନ ଗୁଆ ଖାଇ ମାସକ ଧରମ ମୋର ପାନ ଗୁଆ ତକ ତୋର କହି କଦଳୀ ବାସୁଙ୍ଗା ଡଙ୍ଗା ଭସାଇଥିଲେ । ପୁଷ୍ପରିଣୀର ଚାରି କୋଣରେ ଲାଗିବା ସହ ସଳିତା କାଠି ଜଳୁଥିବା ଦୃଶ୍ଯ ନିଆରା ଅନୁଭୂତି ଆଣିଥିଲା । ପୁଷ୍ପରିଣୀର ନିକଟସ୍ଥ ମନ୍ଦିରରେ ଶ୍ରଦ୍ଧାଳୁ ମାନେ ଦେବାଦେବୀଙ୍କ ଦର୍ଶନ କରିଥିଲେ । ଦିଗବରେଣୀ ଠାରୁ ଲାଇଟ ହାଉସ ସମ୍ମୁଖ ସମୁଦ୍ରକୂଳ ପର୍ଯ୍ୟନ୍ତ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ସମୁଦ୍ର ସ୍ନାନ କରି ବାଲିରେ ରାଧା ଦାମୋଦରଙ୍କ ପୂଜା, ସୂର୍ଯ୍ଯ ନମସ୍କାର, ଶ୍ରୀମନ୍ଦିର ନୀଳଚକ୍ରଙ୍କ ମୁଣ୍ଡିଆ ମାରି କାର୍ତ୍ତିକ ବ୍ରତଧାରୀ ହବିଷ୍ଯାଳି ମାନେ ଶେଷ ଦିନ ଏହି ପରିବେଶ ସୃଷ୍ଟି କରିଥିଲେ । ହଜାର ହଜାର ହବିଷ୍ଯାଳୀ ଶ୍ରୀମନ୍ଦିର ଭିତରେ ଜଗା ଆଖି ସହ ଆଖି ମିଶାଇ ହାତ ଟେକି ମନର ଦୁଃଖ କହି ଲୁହକୋହ ଭରାହୋଇ ଶ୍ରୀମନ୍ଦିରରୁ ବାହୁଡି ଥିଲେ । ବଡଦାଣ୍ଡର ବିଭିନ୍ନ ସ୍ଥାନରେ ଓ ସଂଲଗ୍ନ ମନ୍ଦିର ଓ ମଠ ଗୁଡିକରେ ଭଜନକୀର୍ତ୍ତନ ସହ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ଶ୍ରୀଗୁଣ୍ଡିଚା ମନ୍ଦିର , ବାଲିକପିଳେଶ୍ଵର ମହାଦେବ ଆଦି ନୃସିଂହ ମନ୍ଦିର, ନୀଳକଣ୍ଠେଶ୍ଵର ମହାଦେବ, ସିଦ୍ଧମହାବୀର, ବାଙ୍କିମୁହାଣ ରାମଚଣ୍ଡୀ, ଦରିଆ ମହାବୀର ସମେତ ସମସ୍ତ ମନ୍ଦିରରେ ଦେବ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଲାଗିରହିଥିଲା । Categories: ଓଡ଼ିଶା, ପୁରୀ, ହୋମ୍ Related Content ଜ୍ୟୋତିର୍ମୟୀଙ୍କ ଆତ୍ମଜୀବନୀ ‘ଥମିନି ଜୀବନ ସ୍ରୋତ’ ଲୋକାର୍ପିତ by Proprietor Abhimanyu Maharana October 19, 2026 ଖଣ୍ଡପଡା ଅଞ୍ଚଳରେ ଶାରଦୀୟ ଦୁର୍ଗାପୂଜା ଆରମ୍ଭ by Proprietor Abhimanyu Maharana October 18, 2026 ପାଣି ମିଟର ଚୋରି ପରେ ଏବେ ପାଣି ଚାମ୍ବର ଉପରେ ପଡିଥିବା ସିମେଣ୍ଟ କଂକ୍ରିଟ ସ୍ଲାବ ଗୁଡିକୁ ଭଙ୍ଗାରୁଜା କରୁଛନ୍ତି ଦୁବୃର୍ତ୍ତ by Proprietor Abhimanyu Maharana October 18, 2026 ଶ୍ରୀ ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ by Proprietor Abhimanyu Maharana October 18, 2026 ମା’ଦୁର୍ଗା ଙ୍କ ମହାଗୌରୀ ବେଶ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ : ପୀଠରେ ମହାଷ୍ଟମୀ ପୂଜା, ମୃଣ୍ମୟୀ ଦେବୀଙ୍କ ମହାସପ୍ତମୀ ପୂଜାରେ ଆଧ୍ୟାତ୍ମିକ ପରିବେଶ by Proprietor Abhimanyu Maharana October 18, 2026 ବିରିଡି ଅଞ୍ଚଳରେ 50 ଟି ପୂଜା ମଣ୍ଡପ ଝଲସୁଛି by Proprietor Abhimanyu Maharana October 18, 2026