Home ଓଡ଼ିଶା ଶ୍ରୀକ୍ଷେତ୍ର ଛାଡିଲେ ହବିଷ୍ୟାଳୀ ବଞ୍ଚିଥିଲେ ଦେଖା ହେବ ଆର ବରଷକୁ by Proprietor Abhimanyu Maharana 10 months ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- କାର୍ତ୍ତିକ ମାସ ୩୦ ଦିନ ତିନିଦିନ ପରି ଶେଷ ହୋଇଗଲା । ସରକାରଙ୍କ ତରଫରୁ ପାଞ୍ଚଟି ହବିଷ୍ଯାଳି ଶିବିରରେ ଭକ୍ତିଭାବ ସହ ଏକ ବିଷାଦ ପରିବେଶ ସୃଷ୍ଟି ହୋଇଥିଲା । ଗୋଟିଏ ପରିବାର ପରି ଆତ୍ମୀୟତା ଭାବ ସୃଷ୍ଟି ହୋଇଥିଲା । ସକାଳୁ ସ୍ନାନ, ସୂର୍ଯ୍ଯ ନମସ୍କାର, ରାଧା ଦାମୋଦରଙ୍କ ପୂଜା, ଧୂପଦୀପ ଅର୍ଘ୍ୟଦାନ ସମୟରେ ଗୋଟିଏ ଭାବରେ ପ୍ରଭୁଙ୍କ କଥା ଚିନ୍ତା କରି ସମୟ ବିତି ଯାଉଥିଲା । ଘରଦ୍ବାର ନାତି ନାତୁଣୀ ଆତ୍ମୀୟସ୍ବଜନ ସବୁ ଭୁଲି ଯାଇଥିଲେ । କାଳିଆ ର କଳାମୁଖ ଦର୍ଶନ ଓ ମହାପ୍ରସାଦ ସେବନରେ ଦିନ ବିତି ଯାଉଥିଲା । ଶିଶୁମାନେ ଯେପରି ଖେଳରେ ମଜିଯାଇ ସମୟ ଜାଣି ପାରନ୍ତି ନାହିଁ । ସେହିପରି ହବିଷ୍ଯାଳୀ ମାନେ ରାଇଦାମୋଦର ପ୍ରେମରେ ମଜି ଯାଇଥିଲେ । ବୟସ ଅଧିକ ହୋଇଥିଲେ ମଧ୍ଯ ଶିବିରରେ ବାଳକୃଷ୍ଣଙ୍କ ପରି ଦହି ବିକ୍ରି କୋଳି ବିକ୍ରି ଅଭିନୟ କରି ସମୟ କଟି ଯାଉଥିଲା । କାର୍ତ୍ତିକ ପୂର୍ଣ୍ଣମୀ ବୁଧବାର ସକାଳୁ ସବୁ କାମ ସରିବା ପରେ ଘରବାହୁଡା ସମୟରେ ଆଖିରୁ ଲୁହ ଝରୁଥିଲା । କିଏ ଗଞ୍ଜାମରୁ ଆସିଥିଲା କିଏ ବାଲେଶ୍ବରରୁ ଆସିଥିଲା ହେଲେ ବିଦାୟ କାଳରେ ଜଣେ ଜଣକୁ କହୁଥିଲା ମାଲୋ ବଞ୍ଚିଥିଲେ ଦେଖା ହେବ ଆର ବରଷକୁ । ଭୋ ଭୋ ହୋଇ କାନ୍ଦ ବୋବାଳିରେ ଜଣେ ଜଣକୁ କୁଣ୍ଡାଇ କାନ୍ଦି କାନ୍ଦି ଏକତ୍ର ହୋଇ ବିଦାୟ ନେଉଥିଲେ । ପ୍ରଶାସନ ପକ୍ଷରୁ ନାମ ଡକାଯିବା ସହ ଆତ୍ମୀୟସ୍ବଜନଙ୍କ ଜିମାରେ ହସ୍ତାନ୍ତର କରାଯାଉଥିଲା । ବିଭିନ୍ନ ଯାନବାହାନରେ ଟ୍ରଙ୍କ, ଗଣ୍ଠିଲି ଓ ପୁରୀରୁ କିଣିଥିବା ଭୋଗ ଓ ପ୍ରସାଦ ଧରି ଘର ବାହୁଡିଥିଲେ । ଏହି ଦୁଃଖଦ ଦୃଶ୍ଯ ଏକ ନିଆରା ପରିବେଶ ସୃଷ୍ଟି କରିଥିଲା । ଶେଷରେ ଜୟ ଜଗନ୍ନାଥ କହି ହାତ ଟେକି କହିଥିଲେ କାଳିଆରେ ତୁ ସାହା ଭରଷା । Categories: ଓଡ଼ିଶା, ପୁରୀ, ହୋମ୍ Related Content ଲଗାଣ ବର୍ଷାରେ ପ୍ରାଥମିକ ବିଦ୍ୟାଳୟର ଛାତ ଭୁଶୁଡ଼ିଲା ବାରଣ୍ଡାରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ, ମରାମତି ପାଇଁ ଦାବି by Proprietor Abhimanyu Maharana August 29, 2026 ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ "ନିଶାମୁକ୍ତ ଓଡିଶା ଅଭିଯାନ" ପାଳିତ by Proprietor Abhimanyu Maharana August 29, 2026 ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀ ଅବସରରେ ଗଜପତିରେ ଜିଲ୍ଲାସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ପାଳିତ by Proprietor Abhimanyu Maharana August 29, 2026 ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ by Proprietor Abhimanyu Maharana August 29, 2026 ପୋଖରୀକୁ ଖୋଳି ଲକ୍ଷ ଲକ୍ଷ ଟଙ୍କାର ମାଟି ବୋହି ନେଲେ ମାଫିଆ : ରାଜସ୍ବ କ୍ଷତି,ପ୍ରଶାସନ ନିଦାବିଷ୍ଣୁ by Proprietor Abhimanyu Maharana August 28, 2026 ନୟାଗଡ଼ ଜିଲ୍ଲାର ୨ ଲକ୍ଷ ୩୩ ହଜାର ୫୮୫ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ପଞ୍ଚମ କିସ୍ତିରେ ୧୧୬ କୋଟି ୮୦ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ by Proprietor Abhimanyu Maharana August 28, 2026