କଳିଙ୍ଗ ଵୋଇତ ବନ୍ଦାଣ ସ୍ମରଣିକା ଲୋକାର୍ପିତ

ବାଣପୁର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ବୋଇତ ବନ୍ଦାଣ ଅବସରରେ ସମାଲୋଚନା ମୂଳକ ପତ୍ରିକା ବାଇକଣ୍ଟିଆ ର କଳିଙ୍ଗ ବୋଇତ ବନ୍ଦାଣ ସ୍ମରଣିକା ଲୋକାର୍ପିତ ହୋଇଯାଇଛି । ବାଣପୁର ସ୍ଥିତ ଦକ୍ଷେଶ୍ଵର ଭଗବତୀ ଦେବୋତ୍ତର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ଉପଲକ୍ଷେ ଆୟୋଜିତ ସଭାରେ ଚିଲିକା ଭାଷା ସୁରକ୍ଷା ସମ୍ମିଳନୀ ର ସଭାପତି ରଙ୍କ ନାଥ ସେଠି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଯେ

ପ୍ରାଚୀନ କାଳରେ ଭୈ।ମକର ରାଜବଂଶ ଶାସନ ସମୟରେ ବାଣପୁର ଉପାନ୍ତ ପୂର୍ବ ସାଗର କଳିଙ୍ଗ ସାଗର ନାମରେ ପରିଚିତ ଥିଲା।ଶାଳିମା (ବର୍ତ୍ତମାନ ର ଶାଳିଆ) ତଟଵର୍ତ୍ତୀ ଘଣ୍ଟଶିଳା ଘାଟରେ ଖ୍ରୀଷ୍ଟୀୟ ଷଷ୍ଠ ଶତାବ୍ଦୀରେ ଶୈଳୋଦ୍ଭବ ରାଜବଂଶର ଶାସନ କାଳରୁ ନୈ। ବାଣିଜ୍ୟ ପରମ୍ପରା ଓ ବୋଇତ ର ମଙ୍ଗଳ କାରିଣୀ ଘାଟ ମଙ୍ଗଳାଙ୍କୁ ବନ୍ଦାପନା କରିବା ପରେ ସାଧବମାନେ ସମୁଦ୍ରରେ ନୈ। ଯାତ୍ରା କରୁଥିଲେ ।

ଏହି ସ୍ମରଣିକା ଲୋକାର୍ପଣ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ବାଇକଣ୍ଟିଆ ର ପ୍ରକାଶକ ସମ୍ପାଦକ ଦେବରାଜ ସାହୁ ,।ସୈ।ଜନ୍ୟ ଜନ୍ୟ ସମ୍ପାଦକ ତଥା ଐତିହାସିକ ଗବେଷକ ମଦନମୋହନ ମହାପାତ୍ର, ସାହିତ୍ୟିକ ଆଇନଜୀବୀ ଶେଷଦେବ ମହାରଣା ପ୍ରମୁଖ ଉଦ୍ ଵୋଧନ ଦେଇଥିଲେ। କାର୍ଯ୍ୟ କ୍ରମରେ ବାଣପୁର ଅଞ୍ଚଳର ବହୁ ବୁଦ୍ଧିଜୀବୀ ଯୋଗଦେଇ ଥିଲେ। ଅମୂଲ୍ୟ କୁମାର ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।

Exit mobile version