ବହ୍ଲା ବାଉଁଶ ଓ ସାଂସ୍କୃତିକ ମଞ୍ଚରେ ବନ୍ଦୀ ବଡଦାଣ୍ଡ

ପୁରୀ  (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ସିଂହଦ୍ଵାର ଦ୍ବାର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ୩ କିଲୋମିଟର ରାସ୍ତାକୁ ୨୦୦୧ ମସିହାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀଙ୍କ ଉଦ୍ୟମରେ ଜାତୀୟ ରାଜପଥ ଭାବେ ଘୋଷଣା କରାଯାଇଥିଲା । ସେତେବେଳେ ଏତେବଡ ବଡଦାଣ୍ଡକୁ ପିଚୁ କରିବା ପାଇଁ ପୌରସଂସ୍ଥାର ସମ୍ବଳ ନଥିଲା । ସେତେବେଳର କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଏହାକୁ ଉଦଘାଟନ କରିଥିଲେ । ସେହିଦିନ ଠାରୁ ଜାତୀୟ ରାଜପଥ ବଡଦାଣ୍ଡ ର ପିଚୁ ଓ ଉର୍ନ୍ନତିକରଣ କରିଆସୁଛି ।

ପୌରାଞ୍ଚଳ ଭିତରେ ଜାତୀୟ ରାଜପଥ ଯାଏନାହିଁ । ଯେଉଁଠାରେ ଜାତୀୟ ରାଜପଥ ପୌରାଞ୍ଚଳ ଦେଇ ଅନ୍ଯ ଅଞ୍ଚଳକୁ ଲମ୍ବି ଯାଇଥିବ ସେହିଠାରେ ଜାତୀୟ ରାଜପଥ ଘୋଷିତ ହୋଇଥାଏ । ପୁରୀରେ ସିଂହଦ୍ଵାର ଦେଇ ଏହି ରାଜପଥ ଅନ୍ଯ ଆଡେ ଯାଇନାହିଁ । କିଛିଦିନ ତଳେ ପୁରୀ କୋଣାର୍କ ରାସ୍ତାରେ ଜୈନିକ ବ୍ଯକ୍ତି ରାସ୍ତା ମଝିରେ ସନରୁଫ କାରରେ ଫଟୋ ଉଠାଇ ସାମାଜିକ ଗଣମାଧ୍ୟମରେ ପ୍ରଚାର କରିବା ପରେ ପରିବହନ ବପରିବହନ ବିଭାଗ ପକ୍ଷରୁ ଜୋରିମାନା କରାଯାଇଥିଲା । ସେହି ଜାତୀୟ ରାଜପଥ ବଡଦାଣ୍ଡରେ ବାଟରେ ହାଟ ବସୁଛି ।

ଗାତ ଖୋଳି ବାଉଁଶ ପୋତା ଯିବାରୁ ରାସ୍ତା ଅବରୋଧ ହେଉଛି । କେତେକ ସାଂସ୍କୃତିକ ଓ ଧାର୍ମିକ ଅନୁଷ୍ଠାନ ଜାତୀୟ ରାଜପଥ ଉପରେ ମଞ୍ଚ ନିର୍ମାଣ କରି କାର୍ଯ୍ୟକ୍ରମ ଅନୁଷ୍ଠିତ କରୁଛନ୍ତି । ଏହି ମଞ୍ଚରେ ଅନେକ ଶାସକ ,ପ୍ରଶାସକ ଓ ସରକାରୀ ଅଧିକାରୀ, ବୁଦ୍ଧିଜୀବୀ,ନେତା ଓ ମନ୍ତ୍ରୀ ଏହି ମଞ୍ଚ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି । ବଡଦାଣ୍ଡରେ ବାଉଁଶ ପୋତିବା ପାଇଁ ହଜାର ହଜାର ଗାତ ଖୋଳା ଯିବାରୁ ବଡଦାଣ୍ଡ ଦୁର୍ବଳ ହୋଇପଡୁଛି । କାର୍ତ୍ତିକ ପୂର୍ଣ୍ଣମୀ ପାଇଁ ହଜାର ହଜାର ବହ୍ଲା ବଡଦାଣ୍ଡରେ ଗାତ କରାଯାଇ ସିଂହଦ୍ଵାର ଠାରୁ ବଗଲା ଧର୍ମଶାଳା ପର୍ଯ୍ୟନ୍ତ ବ୍ଯାରିକେଡ କରାଯାଇଛି ।

ଲମ୍ବା ଲାଇନ ଓ ବ୍ଯାରିକେଡ ଦେଖି ଦୂରଦୂରାନ୍ତୁ ଆସୁଥିବା ଅନେକ ଭକ୍ତ ଶ୍ରୀମନ୍ଦିରକୁ ଯିବା ପାଇଁ ଇଛା ପ୍ରକାଶ କରୁନାହାନ୍ତି । ବଗଲା ଧର୍ମଶାଳା ଠାରୁ ଧାଡିରେ ଯିବା ସମୟରେ ଅନେକ ସମୟ ଯିବା ସହ ବାଇଶିପାହାଚ ଉଠିବା ପରେ ଅନେକ ଭକ୍ତ ହାଲିଆ ହୋଇଯିବାର ସମ୍ଭାବନା ରହିଛି । ବାଟରେ ପରିଶ୍ରା ଲାଗିଲେ ବାଟରେ କୌଣସି ବ୍ଯବସ୍ଥା ନାହିଁ । ଯଦି ସେ ଭିତରୁ ଭକ୍ତ ଆସେ ତେବେ ପରିବାର ସହ ମିଶିବାର ସୁଯୋଗ ନାହିଁ । କାର୍ତ୍ତିକ ପୂର୍ଣ୍ଣମୀ, ନୂଆବର୍ଷ, ରଥଯାତ୍ରା ସମୟରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ବ୍ଯାରିକେଡ ନିର୍ମାଣ ହେଉଛି ।

ବ୍ଯାରିକେଡ ଯୋଗୁ ଗାଡି ମଟର, ବାଇକ, ରିକ୍ସା ଓ ପଥଚାରୀ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜାତୀୟ ରାଜପଥ ଉପରେ ସ୍ଥାୟୀ ଗ୍ଯାରେଜ, ଲୁହା କଟା ଇଞ୍ଜିନିୟରିଙ୍ଗ ୱାର୍କସ ଯୋଗୁ ବଡଦାଣ୍ଡର ସ୍ଥିତ ଖରାପ ହେଉଛି । ଗୁହାଳ ନଥିଲେ ଯେପରି ଗାଇ ଲୋନ ମିଳୁନାହିଁ ସେହିପରି ଗ୍ଯାରେଜ ଘର ନଥିଲେ ଗାଡି ଲୋନ ଦେବା ଠିକ ନୁହେଁ ବୋଲି ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି । ଅନେକ କାର ଓ ଚାରିଚକିଆ ଯାନ ରଥଯାତ୍ରା ଏକମାସ ଛାଡି ଆଉ ୧୧ ମାସ ବଡଦାଣ୍ଡରେ ପାର୍କିଙ୍ଗ କରୁଛନ୍ତି । ଏପରିକି ବଡଦାଣ୍ଡ ଗାଡି ରଖିବା ପାଇଁ ସଂଘକୁ ତିନି ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ସଭ୍ଯ ଚାନ୍ଦା ଦେବାକୁ ପଡୁଛି । ଜାତୀୟ ରାଜପଥ, ଜିଲ୍ଲା ପ୍ରଶାସନ ଓ ପୌରସଂସ୍ଥା ଏଥିପ୍ରତି ଅଣଦେଖା କରୁଥିବାରୁ ବଡଦାଣ୍ଡ ଏବେ ଅଣନିଶ୍ବାସୀ ହୋଇପଡିଲାଣି ।

Exit mobile version