Home ଓଡ଼ିଶା ଦଧିଚି ଶିଳ୍ପ ତାଲିମ କେନ୍ଦ୍ରରେ ସମାବର୍ତ୍ତନ ଉତ୍ସବ – ୨୦୨୫ ଅନୁଷ୍ଠିତ by Proprietor Abhimanyu Maharana 8 months ago Share on FacebookShare on TwitterWhatsapp କଟକ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- କଟକ ଜିଲ୍ଲା, କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ ସୁନ୍ଦରଗ୍ରାମ ସ୍ଥିତ ଦଧିଚି ଶିଳ୍ପ ତାଲିମ କେନ୍ଦ୍ରରେ ଆଜି ସମାବର୍ତ୍ତନ ଉତ୍ସବ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱରସ୍ଥିତ ବିଶ୍ଵ ଦକ୍ଷତା କେନ୍ଦ୍ରର ଉପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସୁଭାସିସ ଦାସ, ମୁଖ୍ୟ ବକ୍ତା ଭାବେ ଓଡିଶା ଡିଜେଲ ଇଞ୍ଜିନ ପ୍ରାଇଭେଟ୍ ଲିମିଟେଡର ପରିଚାଳନା ନିର୍ଦେଶକ ଅଳି କିଶୋର ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଅନୁଷ୍ଠାନର ଅଧ୍ୟକ୍ଷ ଡକ୍ଟର ମନୋଜ କୁମାର ଦାଶ, ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀମତୀ ବବିତା ଦାଶ, ଯୋଗଦେଇଥିଲେ । ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରିବା ସହ ଆଧୁନିକ ବୈଷୟିକ ଶିକ୍ଷାର ଆବଶ୍ୟକତା ଏବଂ ସ୍ୱାବଲମ୍ବୀ ହେବା ପାଇଁ ଉପଦେଶ ଦେଇଥିଲେ । ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ନିବେଦିତା ମହାନ୍ତି ଆଜିର କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବା ସହ ପ୍ରେରଣା ଦାୟକ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନୁଷ୍ଠାନର ଚେୟାରମେନ ଡକ୍ଟର ମନୋଜ କୁମାର ଦାଶ ଓ ଟ୍ରଷ୍ଟି ଶ୍ରୀମତୀ ବବିତା ଦାଶ ଅତିଥିମାନଙ୍କୁ ସମ୍ମାନିତ କରିବା ସହିତ ଛାତ୍ର ଛାତ୍ରୀମାନଙ୍କୁ ବୈଷୟିକ ଶିକ୍ଷାର ଗୁରୁତ୍ୱ ଏବଂ ଉତ୍ତମ ଚରିତ୍ର ଗଠନ ଉପରେ ଗୁରୁତ୍ୱାରୋପ କରିଥିଲେ । ଅନୁଷ୍ଠାନର ସମସ୍ତ ନିର୍ଦେଶକମାନେ ଉପସ୍ଥିତ ରହି ଛାତ୍ର ଛାତ୍ରୀମାନଙ୍କୁ ଉତ୍ତମ ଭବିଷ୍ୟତ ଗଠନ ସମୟାନୁବର୍ତିତା ଏବଂ କର୍ତ୍ୟବ୍ୟନିଷ୍ଠ ହେବା ପାଇଁ ଉପଦେଶ ଦେଇଥିଲେ । ଏଥିରେ ଅନୁଷ୍ଠାନର ପ୍ରଶିକ୍ଷଣ ଏବଂ ନିଯୁକ୍ତି ଅଧିକାରୀ ଶ୍ରୀଯୁକ୍ତ ହରେକୃଷ୍ଣ ପଟ୍ଟନାୟକ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏବଂ ତାଙ୍କୁ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ । ଶେଷରେ ଅନୁଷ୍ଠାନର ପ୍ରଶିକ୍ଷକ ଶ୍ରୀ ବିକାଶ କୁମାର ରାଉତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, କଟକ, ହୋମ୍ Related Content କଣ୍ଟାବାଞ୍ଜି ପୋଲିସର ତତ୍ପରତା ଓ ଅନିଲ ଅଗ୍ରୱାଲଙ୍କ ସାଧୁତା by Proprietor Abhimanyu Maharana July 8, 2026 କାମ ସାରି ଘରକୁ ଫେରୁଥିବା ବେଳେ ନିଖୋଜ ହେଲେ ଡ୍ରାଇଭର ସୀତାରାମ ସାହୁ by Proprietor Abhimanyu Maharana July 8, 2026 ଭାଲୁଖାଇ ଛେଳି ଗୁହାଳରୁ ଦୁଇ ଯୁବକଙ୍କ ଶବ ଉଦ୍ଧାର, କାରଣ ଅସ୍ପଷ୍ଟ by Proprietor Abhimanyu Maharana July 8, 2026 ରଥଯାତ୍ରା ପାଇଁ ପୋଲିସ ଓ ୮ ସାହି ବାସିନ୍ଦାଙ୍କ ସହ ସମନ୍ୱୟ ବୈଠକ by Proprietor Abhimanyu Maharana July 8, 2026 ରଥଯାତ୍ରାରେ ବିପଦ ସାଜିବ ମୁକୁଳା ଡ୍ରେନ by Proprietor Abhimanyu Maharana July 8, 2026 ପୁରୀ ବିଚ୍ ଫଟୋଗ୍ରାଫର ମହାସଂଘ ବାର୍ଷିକ ସାଧାରଣ ନିର୍ବାଚନ by Proprietor Abhimanyu Maharana July 8, 2026