ଦାବ୍ରି ସ୍କୁଲ ସମସ୍ୟା କୁ ନେଇ ଉପ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଜୟ ମା ଦୁଆର୍ଶନୀ ୟୁଥ କ୍ଲବ

ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ନୂଆ ସ୍କୁଲର ସମସ୍ୟା କୁ ନେଇ ଉପଜିଲ୍ଲାପାଳ କାର୍ଯ୍ୟାଳୟର ଦ୍ବାରସ୍ତ ହୋଇଥିଲା।ବିଗତ ୪ ଥର କଣ୍ଟାବାଞ୍ଜି ତହସିଲଦାର ଙ୍କୁ ସମସ୍ୟାର ସମାଧାନ ପାଇଁ ଲେଖା ମାଧ୍ୟମ ରେ ଜଣେଇ ଥିଲେ। କିନ୍ତୁ କିଛି ସଠିକ ବିବରଣୀ ଦେଇ ନ ଥିଲେ କଣ୍ଟାବାଞ୍ଜି ତହସିଲଦାର। ଖାଲି ଏତିକି ଜାଣିବାକୁ ପାଉଥିଲେ କି ଦାଦ୍ରୀ ଗ୍ରାମର ସ୍କୁଲ ସମସ୍ୟାର କାମ ଆମେ ଉପରିସ୍ର ଅଧିକାରୀ ଙ୍କୁ ପଠେଇଛୁ କହି ଖାଲି ଆଶ୍ବାସନା ଦେଇ ଆସୁଥିଲେ। ଦୀର୍ଘ ୩ ବର୍ଷ ଧରି ଏହି ସମସ୍ୟାର ଅନୁସନ୍ଧାନ ପାଇଁ ଜୟ ମାଁ ଦୁଆର୍ଶନୀ ୟୁଥ କ୍ଲବ ବାଧ୍ୟ ହୋଇ ଉପଜିଲ୍ଲାପାଳଙ୍କ ଦ୍ବାରସ୍ତ ହୋଇଥିଲେ।କିନ୍ତୁ ସମୟରେ ବିଳମ୍ବ ଯୋଗୁଁ ଉପଜିଲ୍ଲାପାଳ ଙ୍କୁ ତାଙ୍କ କାର୍ଯ୍ୟାଳୟ ରେ ଦେଖା କରି ପାରି ନ ଥିଲେ। ପରେ ମା ଦୁଆର୍ଶନୀ ୟୁଥ କ୍ଲବର ସଭାପତି ରାଜୁ ଛାତ୍ରିଆ ଉପ ଜିଲ୍ଲାପାଳ ଙ୍କୁ ୱାଟ୍ସଅପ ଜରିଆରେ ଗାଁ ସ୍କୁଲ ସମସ୍ୟାର ଅଭିଯୋଗ ଲେଖା କୁ ପଠେଇ ଥିଲେ ଏବଂ ତା ସହ ଉପ ଜିଲ୍ଲାପାଳ କାର୍ଯ୍ୟାଳୟ ର ସମ୍ମୁଖ ଗ୍ରୁପ ଫୋଟୋ ପଠେଇଥିଲେ। ୱାଟ୍ସଅପ ଦେଖ୍ ଉପଜିଲ୍ଲାପାଳ କଣ୍ଟାବାଞ୍ଜି ପିତବୁଡ଼ି ଆଇବି ରେ ସନ୍ଧ୍ୟା ୬ ଟା ସମୟ ରେ ସାକ୍ଷାତ କରିବାକୁ କହିଥିଲେ। ମାଁ ଦୁଆର୍ଶନୀ ୟୁଥ କ୍ଲବ ପିଢବୁଡ଼ି ଆଇବି ଅଫିସ କୁ ପହଞ୍ଚିଥିଲେ।

ଲିଖୁତ ଦାବିପତ୍ର ଦେବା ସମୟରେ ଉପ ଜିଲ୍ଲାପାଳ ପଦ୍ମନାଭ ସାମନ୍ଧରାୟ କଣ୍ଟାବାଞ୍ଜି ତହସିଲଦାର ଶ୍ରୀ ଖାଲଖୋ ଙ୍କ ସମ୍ମୁଖରେ ହିଁ ଉକ୍ତ ସମସ୍ୟାର ଯଥା ଶୀଘ୍ର ସମାଧାନ କରାଯାଉ ବୋଲି ତହସିଲଦାର ଙ୍କୁ କହିଥିଲେ । ଉକ୍ତ ସମୟରେ ଜୟ ମାଁ ଦାର୍ଶନୀ ୟୁଥ କ୍ଲବ ସଭାପତି ରାଜୁ ଛତ୍ରିଆ, କୋଷାଧ୍ୟକ୍ଷ ରୋହିତ ନାଗ୍, ଲାଇବ୍ରେରୀଅନ ଦୁଃଖନାଶନ ମଲ୍ଲିକ, ଦାଦ୍ରୀ ୟୁପି ସ୍କୁଲର ସଭାପତି ବିଷ୍ଣୁ ଗହୀର, କଣ୍ଟାବାଞ୍ଜି ଷ୍ଟାମ୍ପ ଭେଣେର ଓ ଯୁବ ସମାଜ ସେବି ଜିତୁ ସୁନା ପ୍ରମୁଖ ଉପସ୍ଥିତ ଥିଲେ।

Exit mobile version