ତୁରେକେଲା ରେ ୭ ଜଣ ଦାଦନ ଶ୍ରମିକ ଉଦ୍ଧାର ସର୍ଦାର ଗିରଫ

ବେଲପଡ଼ା  (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :-  ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅର୍ନ୍ତଗତ ମହୁଲପାଟି ଗାଁ ଠାରେ ରାଜ୍ୟ ବାହାରକୁ ବେଆଇନ ଭାବେ ଦାଦନ ଚାଲାଣ କରୁଥିବା ବେଳେ ତୁରେକେଲା ପୋଲିସ କୌଣସି ସୂତ୍ରରୁ ଖବର ପାଇଁ ଚଢ଼ାଉ କରି ୭ ଜଣ ଦାଦନ ଶ୍ରମିକ କୁ ଉଦ୍ଧାର କରିଛି। ଉଦ୍ଧାର ଶ୍ରମିକ ମାନେ ତୁରେକେଲା ଓ ଲାଠୋର ଅଞ୍ଚଳ ର ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୨ ଜଣ ଶିଶୁ ଶ୍ରମିକ ଥିବା ବେଳେ ୩ ଜଣ ମହିଳା,୨ଜଣ ପୁରୁଷ ରହିଛି ।

ସମସ୍ତ ଶ୍ରମିକ କୁ ତୁରେକେଲା ଥାନା ଅର୍ନ୍ତଗତ ହଲନଭଟା ଗାଁ ର ଦାଦନ ସର୍ଦାର ଭମର ସୁନା ରାଜ୍ୟ ବାହାରକୁ ବେଆଇନ ଭାବେ ଶ୍ରମିକ ଚାଲାଣ କରୁଥିବା ବେଳେ ତୁରେକେଲା ପୋଲିସ ସଂପୃକ୍ତ ଦାଦନ ସର୍ଦାର ଭମର ସୁନା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍ ପଠାଇ ଦିଆଯାଇଥିବା ତୁରେକେଲା ଥାନା ଅଧିକାରୀ ରାକେଶ ବେହେରା ପ୍ରକାଶ କରିଛନ୍ତି ।

Exit mobile version