ଘୁନେଶ ପଞ୍ଚାୟତ ରେ ମନରେଗା ରେ ମନମାନୀ : ଗାଁ ଶ୍ରମିକ କୁ ମିଳୁନାହିଁ କାମ ଯାଉଛି ଦାଦନ, ଶ୍ରମିକ ବଦଳରେ ମେସିନ କରୁଛି କାମ – କେବେ ଚେଇଁବ ତୁରେକେଲା ବ୍ଲକ ପ୍ରଶାସନ

ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ମାଓ ଅଧ୍ୟୁଷିତ ଦାଦନ ପ୍ରବଣ ଘୁନେଶ ପଞ୍ଚାୟତ ରେ ମନରେଗା ଯୋଜନାରେ ସରକାରୀ କର୍ମଚାରୀ ଙ୍କ ମନମାନୀ ଦେଖିବାକୁ ମିଳିଛି । ଦାଇତ୍ୱ ଥିବା ଏଡିଓ ଏବଂ କନିଷ୍ଠ ଯନ୍ତ୍ରୀ ସରକାରୀ ନିୟମ ଉଲ୍ଲଂଘନ କରି କାର୍ଯ୍ୟ କରୁଥିବା ଅଭିଯୋଗ ସାମ୍ନାକୁ ଆସିଛି । ଘୁନେଶ ପଞ୍ଚାୟତ ରେ ଅଧିକ ଲୋକେ ଗାଁ ରେ କାମ ଧନ୍ଦା ନ ପାଇଁ ୬ ସାମ ପାଇଁ ଦାଦନ ସର୍ଦାର ଙ୍କ ଠାରୁ ଅଗ୍ରିମ ଟଙ୍କା ନେଇ ରାଜ୍ୟ ବାହାରକୁ ଦାଦନ ଯାଉଥିବା ବେଳେ ମନରେଗା ଯୋଜନାରେ ଶ୍ରମିକ କାମ କରୁଥିବା ଦର୍ଶାଇ ଲକ୍ଷ ଲକ୍ଷ ଟଙ୍କା ସରକାରୀ ରାଜକୋଷରୁ ଘୁନେଶ ପଞ୍ଚାୟତ ଦାଇତ୍ୱ ଥିବା ଏଡିଓ ଓ କନିଷ୍ଠ ଯନ୍ତ୍ରୀ ସରକାର କୁ ରିପୋର୍ଟ ଦେଲେ ଅନୁଦାନ ମଞ୍ଜୁର ହେଉଥିବା ଅଭିଯୋଗ ହେଉଛି।

ହେଳେ ବାସ୍ତବରେ ଘୁନେଶ ପଞ୍ଚାୟତ ରେ ମନରେଗା ଯୋଜନାରେ ଶ୍ରମିକ ଙ୍କୁ କାମ ମିଳୁନାହିଁ ଯାହାଫଳରେ ସେମାନେ ଭିଟାମାଟି ଛାଡ଼ିବାକୁ ବାଧ୍ୟ ହେଉଛନ୍ତି ଏବଂ ଦାଇତ୍ୱ ଥିବା ସରକାରୀ ବାବୁ କିଛି ହାତ ଗଣତି ଶ୍ରମିକ ଙ୍କୁ ରଖି ସେମାନଙ୍କୁ ଜିଓଟେକ କରି ଅନେକ ନକଲି ଶ୍ରମିକ ଙ୍କ ବ୍ୟାଙ୍କ ଏକାଉଣ୍ଟ୍ ରେ ଟଙ୍କା ପକାଇ ହଡ଼ପ କରାଯାଇଥିବା ଅଭିଯୋଗ ହେଉଛି । ଗତ କିଛି ମାସ ତଳେ ଘୁନେଷ ପଞ୍ଚାୟତ ର ବିଭିନ୍ନ ଗାଁ ରେ ମନରେଗା ଯୋଜନାରେ ୭ ଟି ଚହଳା ଖନନ କରାଯାଇଛି ଗୋଟିଏ ଚହଲା ପିଛା ସରକାରୀ ରାଜକୋଷରୁ ୧ ଲକ୍ଷ ୬୪ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ମନରେଗା ଯୋଜନାରେ ପଞ୍ଚାୟତ ର ସମସ୍ତ ଚହଲା ଖନନ ନାଁ ରେ ୧୧ ଲକ୍ଷ ୪୮ ହଜାର ରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହୋଇଛି ।

ସରକାରୀ ନିୟମ ଅନୁସାରେ ଏହି ଚହଲା ଖନନ କାର୍ଯ୍ୟ ଶ୍ରମିକ ନିଯୁକ୍ତି ହୋଇ ଦିନ ମଜୁରିଆ ଭାବେ କାର୍ଯ୍ୟ କରିବା କଥା ହେଲେ ଦାଇତ୍ୱ ଥିବା ସରକାରୀ ଏଡିଓ ଓ କନିଷ୍ଠ ଯନ୍ତ୍ରୀ ଏବଂ ଗାଁ ସାଥି ସମସ୍ତ ସରକାରୀ ନିୟମ ଉଲ୍ଲଂଘନ କରି ଶ୍ରମିକ ବଦଳରେ ମେସିନ ଲଗାଇ ମନଇଚ୍ଛା ମନମାନି କାର୍ଯ୍ୟକଳାପ କରୁଥିବା ଅଭିଯୋଗ ହେଉଛି। ଘୁନେଶ ପଞ୍ଚାୟତ ରେ ବାରମ୍ବାର ମନରେଗା ଯୋଜନା ଦିଗହରା ହେଉଥିବା ନେଇ ଲଗାତାର ଗଣମାଧ୍ୟମରେ ଖବର ପ୍ରସାରିତ ହେଉଥିଲେ ମଧ୍ୟ ତୁରେକେଲା ବ୍ଳକ ପ୍ରଶାସନ କୌଣସି ପ୍ରକାର ପଦକ୍ଷେପ ନେଉନଥିବା ଅଭିଯୋଗ ହେଉଛି ।

ପରକ୍ଷ ଭାବେ ଦୁର୍ନୀତି କରିବାକୁ ବ୍ଲକ ପ୍ରଶାସନ ସହଯୋଗ କରୁଥିବା ଅଭିଯୋଗ ହେଉଛି। ତେବେ ଏନେଇ ତୁରେକେଲା ବ୍ଲକ ମନରେଗା ଦାୟିତ୍ଵଥିବା ଏପିଓ ଲକ୍ଷ୍ମଣ ବୁଡେକ କୁ ଯୋଗାଯୋଗ କରିଥିଲୁ ହେଲେ ତାଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ବଲାଙ୍ଗୀର ଜିଲ୍ଲା ପ୍ରଶାସନ ନଜର ଦେଇ ଉଚ୍ଚ ସ୍ତରୀୟ ଉପଯୁକ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଘୁନେଶ ପଞ୍ଚାୟତ ର ବୃଦ୍ଧିଜୀବୀ ମାନେ ଦାବି କରିଛନ୍ତି ।

Exit mobile version