ମନରେଗା ଟଙ୍କା ନ ପାଇବାରୁ ପଞ୍ଚାୟତ କାର୍ଯ୍ୟାଳୟକୁ ତାଲା ଦେଲେ ଶ୍ରମିକ

ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଵଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଅନ୍ତର୍ଗତ କପାଣି ଗ୍ରାମପଞ୍ଚାୟତରେ ଆଜି ମନରେଗା ଶ୍ରମିକ ନୂତନ କାମ ପାଇବା ପାଇଁ ତଥା କରିଥିବା କାମର ପାଉଣା ଦାବୀ ନେଇ ଗ୍ରାମପଞ୍ଚାୟତ ଅଫିସରେ ଆଜି ତାଲା ପକେଇ ଛନ୍ତି। ସୂଚନାଯୋଗ୍ୟ ଯେ, କପାଣି ଗ୍ରାମ ପଞ୍ଚାୟତରେ ୨ଶହ ମନରେଗା ଶ୍ରମିକ ଅଛନ୍ତି। ଶ୍ରମିକ ମାନଙ୍କ ଅଭିଯୋଗ ଅନୁଯାଇ, ସରପଞ୍ଚ ଶ୍ରୀମତୀ ଭୂମିସୁତା ଧରୁଆଙ୍କ ଅବହେଳା ଯୋଗୁଁ ନୂତନ କାମ ଆସି ପାରୁନାହିଁ ଏବଂ ପୂର୍ବରୁ କରିଥିବା କାମର ପାଉଣା ସରପଞ୍ଚ ଦେବାକୁ ବାରମ୍ବାର ମନା କରୁଛନ୍ତି ।


ଗ୍ରାମବାସୀଙ୍କ କହିବା ଅନୁଯାଇ, ପୂର୍ବରୁ ଥିବା ଗାଁ ସାଥି ମହାବୀର ଧରୁଆକୁ ସରପଞ୍ଚ ନିଜ ମନ ମୁତାବିକ ଘଉଡ଼ାଇ ଦେଇଥିଲେ ଏବଂ ମନରେଗା ର ନିୟମାବଳୀକୁ ଉଲ୍ଲଘନ କରି ନିଜ ମନମୁତାବକ ଏକ ଗାଁସାଥୀ ବାଛିଛନ୍ତି। ନୂତନ ଗାଁ ସାଥୀ ଚୟନ କରିବାକୁ ଗ୍ରାମସଭା କରିବାକୁ ପଡେ, କିନ୍ତୁ ପ୍ରକୃତରେ କୌଣସି ଗ୍ରାମସଭା ନ ହେଇ କିଛି ନକଲି ଦସ୍ତଖତ ଦେଇଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଏହି ଦିଗରେ ବାରମ୍ବାର ପ୍ରଶାସନକୁ ଜଣେଇଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ଏଣୁ ବାଧ୍ୟ ହେଇ ଆମେ ଗେଟ ରେ ତାଲା ମାରିଲୁ ବୋଲି ଗାଁ ବାସି ମତ ଦେଇଛନ୍ତି। ଏହି ସମୟ ରେ ସୁକାନ୍ତି ବନଛୋର, ପ୍ରମିଳା ବାଗ, ବବିତା ବାଗ, ମତି ବାଗ, ବାବୁଲାଲ ବେହେରା, ନବୀନ ମାଝୀ, ପୁରନ୍ଦର ମାଝୀ, ରାଜାରାମ ମାଝୀ, ଗୋବିନ୍ଦ ସାହୁ, ରବୀନ୍ଦ୍ର ପୋଢ଼, ସନ୍ତୋଷ ବାଗ, ବରୁଣ ଧରୁଆ ଆଦି ଉପସ୍ଥିତ ଥିଲେ I

Exit mobile version