Home ଓଡ଼ିଶା ସମସ୍ତ ଯୋଗ୍ୟତା ରହିଛି ତଥାପି ଆବାସ ଯୋଜନାରୁ ବଞ୍ଚିତ ବୃଦ୍ଧ ଦମ୍ପତି, ଗ୍ରାମ କୋଠା ଘରେ ଦୁଃଖଦ ଜୀବନ ବିତାଉଛନ୍ତି by Proprietor Abhimanyu Maharana 10 months ago Share on FacebookShare on TwitterWhatsapp ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଗଜପତି ଜିଲ୍ଲାର ମୋହନା ବ୍ଳକ ଅନ୍ତର୍ଗତ ଜିରାଙ୍ଗ ଗ୍ରାମ ପଞ୍ଚାୟତ ବୁରୁପଦା ଗ୍ରାମର ବୃଦ୍ଧ ଦମ୍ପତି କରୁଣାକର ନାୟକ ଓ ଚନ୍ଦ୍ରମା ନାୟକଙ୍କ ଲାଗି ମୁଣ୍ଡ ଗୁଞ୍ଜିବାକୁ ନିଜର ଘର ନାହିଁ । ଏମାନଙ୍କ ସହ ଗ୍ରାମବାସୀମାନେ ସରକାରୀ ଘର ଖଣ୍ଡିଏ ପାଇଁ ବାରମ୍ବାର ନିବେଦନ କରିଛନ୍ତି. ହେଲେ କେହି କର୍ଣ୍ଣପାତ କରୁନାହାନ୍ତି. ସରକାରୀ ଯୋଜନାରେ ଘର ଖଣ୍ଡେ ମିଳିବା ପାଇଁ ଯେତିକି ଯୋଗ୍ୟତା ରହିବା କଥା ସେ ସମସ୍ତ ଯୋଗ୍ୟତା ଏହି ବୃଦ୍ଧ ଦମ୍ପତିଙ୍କ ଠାରେ ରହିଛି. ତଥାପି ସେମାନଙ୍କୁ ଘର ଖଣ୍ଡେ ଯୋଗାଇ ଦିଆ ଯାଉନାହିଁ. ସମ୍ପୃକ୍ତ ଦମ୍ପତିଙ୍କୁ କେଉଁ କାରଣରୁ କାହିଁକି ଘରଟିଏ ଦିଆ ଯାଉନାହିଁ ତାହାର ବର୍ତ୍ତମାନ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଜିଲ୍ଲାପାଳ ତଦନ୍ତ କରନ୍ତୁ ବୋଲି ଅଞ୍ଚଳବାସୀ ଦାବି ଜଣାଇଛନ୍ତି l ଏହି ଦମ୍ପତି ବହୁ ଦିନ ହେଲା ଗାଆଁ କୋଠ ଘରେ ବିତୁଛି ଜୀବନ । ଦମ୍ପତିଙ୍କ କେହି ସନ୍ତାନସନ୍ତତି ନଥୁବାରୁ ପରିଣତ ବୟସରେ ଯତ୍ନ ନେବାକୁ କେହି ନାହାନ୍ତି । ଭତ୍ତା ଟଙ୍କାରେ ଦିନ କଟୁଛି । କୁଡ଼ିଆ ଘର ତିଆରି କରିଥିଲେ କିନ୍ତୁ ଗତ ତିତିଲି ବାତ୍ୟାରେ ସବୁ ଭାଙ୍ଗି ଯାଇଥିଲା । ସେବେଠାରୁ ଗ୍ରାମର ଏକ ଭଙ୍ଗା ମାଟି ଘରେ ରହୁଛନ୍ତି ଏହି ଦମ୍ପତି । ତେଣୁ ଏହି ଦମ୍ପତିଙ୍କ ପାଇଁ ଘର ଖଣ୍ଡେ ଯୋଗାଇବା ଉଦ୍ଦେଶ୍ୟରେ ଗ୍ରାମର କିଛି ଭଦ୍ରଲୋକ ବାରମ୍ବାର ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଳକ ପର୍ଯ୍ୟନ୍ତ ଦରଖାସ୍ତ କରି ବହୁ ନିବେଦନ କରିଛନ୍ତି. ତଥାପି କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବା ନେଇ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି. ଅଞ୍ଚଳବାସୀ କହିଛନ୍ତି ସରକାରୀ ଘର ଯୋଗାଇବା ପାଇଁ ଏହି ଦମ୍ପତିଙ୍କର ସମସ୍ତ ପ୍ରକାର ଯୋଗ୍ୟତା ରହିଛି. ହେଲେ କାହିଁକି ଏଭଳି ଗରିବ ଅସହାୟ ବୃଦ୍ଧ – ବୃଦ୍ଧା ଦମ୍ପତିଙ୍କୁ ଘର ଖଣ୍ଡେ ଦିଆ ଯାଉନି…..? ଗଜପତି ଜିଲ୍ଲାର ନୂତନ ଜିଲ୍ଲାପାଳ ଏନେଇ ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି l Categories: ଓଡ଼ିଶା, ଗଜପତି, ହୋମ୍ Related Content ଲଗାଣ ବର୍ଷାରେ ପ୍ରାଥମିକ ବିଦ୍ୟାଳୟର ଛାତ ଭୁଶୁଡ଼ିଲା ବାରଣ୍ଡାରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ, ମରାମତି ପାଇଁ ଦାବି by Proprietor Abhimanyu Maharana August 29, 2026 ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ "ନିଶାମୁକ୍ତ ଓଡିଶା ଅଭିଯାନ" ପାଳିତ by Proprietor Abhimanyu Maharana August 29, 2026 ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀ ଅବସରରେ ଗଜପତିରେ ଜିଲ୍ଲାସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ପାଳିତ by Proprietor Abhimanyu Maharana August 29, 2026 ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ by Proprietor Abhimanyu Maharana August 29, 2026 ପୋଖରୀକୁ ଖୋଳି ଲକ୍ଷ ଲକ୍ଷ ଟଙ୍କାର ମାଟି ବୋହି ନେଲେ ମାଫିଆ : ରାଜସ୍ବ କ୍ଷତି,ପ୍ରଶାସନ ନିଦାବିଷ୍ଣୁ by Proprietor Abhimanyu Maharana August 28, 2026 ନୟାଗଡ଼ ଜିଲ୍ଲାର ୨ ଲକ୍ଷ ୩୩ ହଜାର ୫୮୫ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ପଞ୍ଚମ କିସ୍ତିରେ ୧୧୬ କୋଟି ୮୦ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ by Proprietor Abhimanyu Maharana August 28, 2026