ଚିଲିକା ବୋଇତ ବନ୍ଦାଣ ଉତ୍ସବ ମଞ୍ଚରେ କବିତା ପାଠୋତ୍ସବ

ବାଣପୁର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ମରାଳ ମାଳିନୀ ନୀଳାମ୍ବୁ ଚିଲିକା ତଟ ଦେଶ ବାଲୁଗାଁ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଐତିହାସିକ ଚିଲିକା ବୋଇତ ବନ୍ଦାଣ ମଞ୍ଚ ରେ ମଞ୍ଚ ପୂଜା ପରେ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଚିଲିକା ସାହିତ୍ୟ ସମାଜ ପକ୍ଷରୁ ଏକ ମନୋଜ୍ଞ କବିତାପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଚିଲିକା ସାହିତ୍ୟ ସମାଜର ସଭାପତି ବାଳମୁକୁନ୍ଦ ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଚିଲିକା ର ଐତିହ୍ୟ, ନୈ।ବାଣିଜ୍ୟ ଓ ପରମ୍ପରା ଉପରେ ଆଧାରିତ ଏହି କଵିତା ପାଠୋତ୍ସବରେ କବିତା ଗୁଡ଼ିକ ର ସନ୍ ଯୋଜନା ରେ ଥିଲେ ବିଶିଷ୍ଟ କବି ତଥା ସପ୍ତଫେଣୀ ପତ୍ରିକା ର ସମ୍ପାଦକ ଗୋପୀନାଥ ଦାଶ । ସ୍ବରଚିତ କବିତା ଆବ୍ରୃତ୍ତି କରିଥିଲେ କବି ଡଃ କୈଳାସ ଚନ୍ଦ୍ର ମହାରଣା,

ବାଣପୁର ଗ୍ରାମୀଣ ମହିଳା ମହାବିଦ୍ୟାଳୟ ର ଅଧ୍ୟକ୍ଷ ସର୍ବେଶ୍ଵର ଷଡ଼ଙ୍ଗୀ, ଶଶୀଭୂଷଣ ବରାଳ,ରୋଜି ମିଶ୍ର, ଅମ୍ବିକା ପ୍ରସାଦ ସାମନ୍ତରାୟ, ଦିଗମ୍ବର ବିଶ୍ଵାଳ, ନାଟ୍ୟକାର ଭିକାରୀ ଚରଣ ପ୍ରଧାନ,ହରିହର ତ୍ରିପାଠୀ, ରବୀନ୍ଦ୍ରନାଥ ପ୍ରଧାନ, ମାଗୁଣି ଚରଣ ସାହୁ, ସସ୍ମିତା ପାଣିଗ୍ରାହୀ,ପ୍ରିୟ ଦର୍ଶିନୀ ମହାରଣା, ଆଇନଜୀବୀ ରବୀନ୍ଦ୍ରନାଥ ମାନସିଂହ, ସୁଶାନ୍ତ କୁମାର ଦାଶ, ଝରଣା ରାଣୀ ରଥ, ରମେଶ ଚନ୍ଦ୍ର ମହାପାତ୍ର,ଦୂଷ୍ମନ୍ତ ହରିଚନ୍ଦନ, ବାଳମୁକୁନ୍ଦ ଦାସ, ବାଲୁଗାଁ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି , ଦିଲ୍ଲୀପ କୁମାର ହୋତା, ଦିଗମ୍ବର ବିଶ୍ଵାଳ, ହରିହର ତ୍ରିପାଠୀ, ସୈ।ମ୍ୟକାନ୍ତ ତ୍ରିପାଠୀ, ପ୍ରଧାନ ଶିକ୍ଷକ ବିଜୟ କୁମାର ପାତ୍ର, ଗୋପୀନାଥ ଦାଶ, ପ୍ରମୁଖ ଶତାଧିକ କବି ଓ କବୟତ୍ରୀ ।

ଏହି ଅବସରରେ ଚିଲିକା ସାହିତ୍ୟ ସମାଜର ର ବାର୍ଷିକ ଉତ୍ସବ ଆଗାମୀ ନଭେମ୍ବର ୨୪ ତାରିଖରେ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରିବା ସହ ଅନୁଷ୍ଠାନ ର ମୁଖପତ୍ର କଲ୍ଲୋଳ ବ୍ୟତୀତ ଅନ୍ୟ ଏକ ତ୍ରୈମାସିକ ସାହିତ୍ୟ ପତ୍ରିକା ପ୍ରକାଶନ ପାଇଁ ଅଧ୍ୟାପକ ଅମ୍ବିକା ପ୍ରସାଦ ସାମନ୍ତରାୟ ଓ ପ୍ରଫେସର ଡ଼ଃ କୈଳାସ ଚନ୍ଦ୍ର ମହାରଣା ଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଥିଲା । କବିତା ପାଠୋତ୍ସବ ରେ ଚିଲିକା ର ଆତ୍ମା, ପ୍ରାଚୀନ କଳିଙ୍ଗ ନୈ।ବାଣିଜ୍ୟ ର ସ୍ଵର ଅନୁରଣିତ ହୋଇଥିଲା । ପ୍ରାରମ୍ଭରେ ଚିଲିକା ସାହିତ୍ୟ ସମାଜ ର ସମ୍ପାଦକ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସହ ସମ୍ପାଦକ ରମେଶଚନ୍ଦ୍ର ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।

Exit mobile version