ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ସିଟି କ୍ଲବ, ନୟାପଲ୍ଲୀ ଭୁବନେଶ୍ୱର ଏବଂ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ସହଯୋଗରେ ଭୁବନେଶ୍ୱର ଫୁଟବଲ ଏକାଡ଼େମୀ ପଡ଼ିଆରେ ଚାଲିଥିବା ତୃତୀୟ ନନ୍ଦକିଶୋର ପଟ୍ଟନାୟକ ସ୍ମାରକୀ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚ୍ରେ ନିତା ଫୁଟବଲ୍ ଏକାଡ଼େମୀକୁ ୪-୧ ଗୋଲ୍ରେ ହରାଇ ଓଡ଼ିଶା ପୋଲିସ୍ କଟକ ଚମ୍ପିୟାନ ହୋଇଛି । ଓଡ଼ିଶା ପୋଲିସ୍ କଟକର ପ୍ୟାରୀ ଖାଖା ୩ଟି ଗୋଲ୍ ଦେଇଥିବା ବେଳେ ଯଶୋଦା ମୁଣ୍ଡା ଗୋଟିଏ ଗୋଲ୍ ଦେଇଥିଲେ । ନିତା ଫୁଟବଲ୍ ଏକାଡ଼େମୀର ପ୍ରିୟାରୁବି ଦାସ ଏକମାତ୍ର ଗୋଲ୍ ଦେଥିଲେ ।
