ରାଜ୍ୟ ସରକାର ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ସ୍ତରରେ ଏକ ଅଦଳବଦଳ କରିଛନ୍ତି

ଓଡ଼ିଶା ତାଜା ନ୍ୟୁଜ (୧୫ ସେପ୍ଟେମ୍ବର ମଙ୍ଗଳବାର) ଭୁବନେଶ୍ୱର : କମିଶନର ଫର ଡିପାର୍ଟମେଣ୍ଟାଲ ଇନ୍‌କ୍ୱାରୀରେ ଥିବା ଆଲୋକ କୁମାର କରଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ସେହିଭଳି ସମ୍ବଲପୁର ଏଡିଏମ୍‌ ସୂର୍ଯ୍ୟ ନାରାୟଣ ଦାସଙ୍କୁ ସୁବର୍ଣ୍ଣପୁର ଏଡିଏମ ଭାବେ ନିଯୁକ୍ତି ମିଳିଛି । ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଯୁଗ୍ମ ସଚିବ ନିତ୍ୟାନନ୍ଦ ବାରିକଙ୍କ ପୂର୍ବ ବଦଳିକୁ ବାତିଲ କରାଯାଇଛି । ତାଙ୍କୁ କନ୍ଧମାଳ ଡିଆରଡିଏ ପିଡି ଭାବେ ବଦଳି କରାଯାଇଥିଲା ।

ସେହିଭଳି ଇସ୍ପାତ ଓ ଖଣି ବିଭାଗ ଯୁଗ୍ମ ସଚିବ ଶତୃଘ୍ନ କରଙ୍କୁ ମୟୂରଭଞ୍ଜ ଏଡିଏମ୍‌ ଭାବେ ବଦଳି କରାଯାଇଥିଲା ବେଳେ ତାଙ୍କ ପୂର୍ବ ବଦଳିକୁ ବାତିଲ କରାଯାଇଛି । ନଗର ଉନ୍ନୟନ ବିଭାଗର ଯୁଗ୍ମ ସଚିବ ଭବେଶ କୁମାର ନାୟକଙ୍କୁ ମୟୂରଭଞ୍ଜ ଡିଆରଡିଏ ପିଡି ଭାବେ ମିଳିଛି ନିଯୁକ୍ତି । ଓଏଏସ୍‌ କୃଷ୍ଣପ୍ରସାଦ ପତି ଓ ମୋହନ ଚରଣ ଦାସଙ୍କ ବଦଳି ଆଦେଶକୁ ମଧ୍ୟ ସାଧାରଣ ପ୍ରଶାସନ ବିଭାଗ ବାତିଲ୍‌ କରିଛି ।

Exit mobile version