
ଓଡ଼ିଶା ତାଜା ନ୍ୟୁଜ (୧୫ ସେପ୍ଟେମ୍ବର ମଙ୍ଗଳବାର) କଳାହାଣ୍ଡି :- ନର୍ଲା ନିର୍ବାଚନ ମଣ୍ଡଳୀର ବିଧାୟକ ଭୁପିନ୍ଦର ସିଂଙ୍କ ସହ ନର୍ଲା ପଞ୍ଚାୟତର ସକ୍ରୀୟ କର୍ମୀ ନର୍ଲା ପଞ୍ଚାୟତରେ ଥିବା ବିଭିନ୍ନ ସମସ୍ୟାମାନ ଭିଡିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରିଥିଲେ । କିଶୋର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାରେ ନର୍ଲା ସ୍ଵାସ୍ଥ୍ୟ କେନ୍ଦ୍ରରେ ଦେଖାଯାଇଥିବା ବିଭିନ୍ନ ସମସ୍ୟା ତଥା ଶବ ବ୍ୟବଚ୍ଛେଦ ପାଇଁ କୋଠରୀ, ଜଣେ ଶିଶୁ ବିଶେଷଜ୍ଞର ନିଯୁକ୍ତି ସମ୍ପର୍କରେ ଆଲୋଚନା କରିଥିବା ବେଳେ ଅନ୍ୟତମ ସକ୍ରୀୟ କର୍ମୀ ତ୍ରିଲୋଚନ ଗଉଡଙ୍କ କହିବା ଅନୁଯାୟୀ ନର୍ଲା ଠାରେ ଥିବା ଅତି ପୁରୁଣା ରାଣୀ ବନ୍ଧ (ପୋଖରୀ)କୁ ଆଦର୍ଶ ବନ୍ଧର ମାନ୍ୟତା ପ୍ରସ୍ତାବ ଦେଇଥିଲେ ।
ନର୍ଲାର ଉନ୍ନତିକରଣ କରିବା ସହ ରାସ୍ତାର ଦୁଇ ପାର୍ଶ୍ୱରେ ଡ୍ରେନ ଓ ରୋଡ ଲାଇଟ୍ ବ୍ୟବସ୍ଥା କରାଯାଉ ବୋଲି ଅନ୍ୟତମ ସକ୍ରୀୟ କର୍ମୀ ପୂର୍ଣ୍ଣ ପୁଝାରୀ ମତ ରଖିଥିଲେ । ଆଲୋଚନା ମଧ୍ୟରେ କଲ୍ୟାଣୀ ମଣ୍ଡପ,ମିନି ଷ୍ଟାଡିୟମ, ନର୍ଲାରୁ କଲୋନୀ ପଡା ରାସ୍ତା ନିର୍ମାଣ ଇତ୍ୟାଦିକୁ ଭିଡିଓ କନଫରେନ୍ସ ମାଧ୍ୟମରେ ନର୍ଲାରୁ ସକ୍ରୀୟ କର୍ମୀ ମାନେ ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବ୍ଳକ ସଭାପତି ପରେଶ ପ୍ରଧାନ, ଭୋପାଲ ବାଗ, ଚକ୍ର ଗଉଡ, ସଭାନେତ୍ରୀ ପଙ୍କଜୀନି ନାଏକ, ପ୍ରଦୀପ ହଂସ, ରୋହିତ ମାଝୀ, ଅଶ୍ଵିନ ଗୈ।ଡ, କୃଷ୍ଣ ବାଗ,ବିଜୟ ବାଣୁଆ ପ୍ରମୁଖ ସକ୍ରୀୟ କର୍ମୀ ଉପସ୍ଥିତ ଥିଲେ । (ରିପୋର୍ଟ ପ୍ରଦୀପ କୁମାର ଗଉଡ)
